ବାଂଲାଦେଶ ସିରିଜ ପୂର୍ବରୁ ବଡ ଟାସ୍କ, ଦିଲ୍ଲୀପ ଟ୍ରଫି ଖେଳିବେ ରୋହିତ-କୋହଲି !
ମୁମ୍ୱାଇ ୧୨/୦୮: ବିରାଟ କୋହଲି-ରୋହିତ ଶର୍ମା ଘରୋଇ ଟୁର୍ଣ୍ଣାମେଣ୍ଟ ଦିଲ୍ଲୀପ ଟ୍ରଫି ଖେଳୁଥିବା ନଜର ଆସିବେ । ଆସନ୍ତା ୫ ସେପ୍ଟେମ୍ୱରରୁ ଆନ୍ଧ୍ରପ୍ରଦେଶର ଆନନ୍ତପୁରରେ ଖେଳାଯିବ ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ୱର ୨୪ ଯାଏଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ରିପୋର୍ଟ ମୁତାବିକ୍ ଏହି ଟୁର୍ଣ୍ଣାମେଣ୍ଟରେ ଶୁଭମନ ଗିଲ୍, କେ ଏଲ୍ ରାହୁଲ, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟକୁମାର ଯାଦବ ଏବଂ କୂଳଦୀପ ଯାଦବ ଖେଳୁଥିବା ନଜର ଆସିବେ । ସେହିଭଳି ଯଶପ୍ରୀତ ବୁମରା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେନି । ଯାହା ଶୁଣିବାକୁ ମିଳୁଛି ତାଙ୍କ ଚୁଟି ଆଗକୁ ଆହୁରି ବଢିପାରେ । କହିବାକୁ ଗଲେ ଟିମ୍ ଇଣ୍ଡିଆର ସିଲେକ୍ଟର ଏହି ସମୟରେ ଦଲୀପ ଟ୍ରଫି ଜରିଆରେ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଳିଙ୍କ ଫର୍ମ ପରଖିବେ । ଭାରତୀୟ ଟିମ୍ ଆଗକୁ ୪ ମାସ ଭିତରେ ମୋଟ୍ ୧୦ ଟେଷ୍ଟ ମ୍ୟାଚ୍ ଖେଳିବେ । ଏଥିରେ ଅଷ୍ଟେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ବି ସାମିଲ ରହିବ । ସେହିଭଳି ଭାରତ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ୧୯ ସେପ୍ଟେମ୍ୱରରୁ ଖେଳାଯିବ ।
ମୁମ୍ୱାଇ ୧୨/୦୮: ବିରାଟ କୋହଲି-ରୋହିତ ଶର୍ମା ଘରୋଇ ଟୁର୍ଣ୍ଣାମେଣ୍ଟ ଦିଲ୍ଲୀପ ଟ୍ରଫି ଖେଳୁଥିବା ନଜର ଆସିବେ । ଆସନ୍ତା ୫ ସେପ୍ଟେମ୍ୱରରୁ ଆନ୍ଧ୍ରପ୍ରଦେଶର ଆନନ୍ତପୁରରେ ଖେଳାଯିବ ଦିଲ୍ଲୀପ ଟ୍ରଫି ଟୁର୍ଣ୍ଣାମେଣ୍ଟ । ସେପ୍ଟେମ୍ୱର ୨୪ ଯାଏଁ ଖେଳାଯିବ ଏହି ଟୁର୍ଣ୍ଣାମେଣ୍ଟ । ରିପୋର୍ଟ ମୁତାବିକ୍ ଏହି ଟୁର୍ଣ୍ଣାମେଣ୍ଟରେ ଶୁଭମନ ଗିଲ୍, କେ ଏଲ୍ ରାହୁଲ, ଅକ୍ଷର ପଟେଲ, ରବୀନ୍ଦ୍ର ଜାଡେଜା, ଯଶସ୍ୱୀ ଜୟସ୍ୱାଲ, ସୂର୍ଯ୍ୟକୁମାର ଯାଦବ ଏବଂ କୂଳଦୀପ ଯାଦବ ଖେଳୁଥିବା ନଜର ଆସିବେ ।
ସେହିଭଳି ଯଶପ୍ରୀତ ବୁମରା ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବେନି । ଯାହା ଶୁଣିବାକୁ ମିଳୁଛି ତାଙ୍କ ଚୁଟି ଆଗକୁ ଆହୁରି ବଢିପାରେ । କହିବାକୁ ଗଲେ ଟିମ୍ ଇଣ୍ଡିଆର ସିଲେକ୍ଟର ଏହି ସମୟରେ ଦଲୀପ ଟ୍ରଫି ଜରିଆରେ ବାଂଲାଦେଶ ଏବଂ ଅଷ୍ଟ୍ରେଲିଆ ବିପକ୍ଷ ଖେଳାଳିଙ୍କ ଫର୍ମ ପରଖିବେ ।
ଭାରତୀୟ ଟିମ୍ ଆଗକୁ ୪ ମାସ ଭିତରେ ମୋଟ୍ ୧୦ ଟେଷ୍ଟ ମ୍ୟାଚ୍ ଖେଳିବେ । ଏଥିରେ ଅଷ୍ଟେଲିଆ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ବି ସାମିଲ ରହିବ । ସେହିଭଳି ଭାରତ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଚେନ୍ନାଇରେ ୧୯ ସେପ୍ଟେମ୍ୱରରୁ ଖେଳାଯିବ ।