ବାଂଲାଦେଶ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ସୀମାରେ ଅଟକ
ଢାକା,୨୫ା୮(ପି.ଟି.): ବାଂଲାଦେଶ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଭାରତ ସୀମାନ୍ତ ସିଲ୍ହେଟ୍ ନିକଟରୁ ବାଂଲାଦେଶ ସୀମା ସୁରକ୍ଷା ଗାର୍ଡ (ବିଜିବି) ଶୁକ୍ରବାର ବିଳମ୍ବିତ ରାତିରେ ଅଟକ ରଖିଛି। ସେ ଭାରତ ଖସିପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଆଓ୍ବାମୀ ଲିଗ୍ ନେତା ଏଏସ୍ଏମ୍ ଫିରୋଜଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ପୂର୍ବତନ ବିଚାରପତି ଶମସୁଦ୍ଦିନ ଚୌଧୁରୀ ମାନିକ୍ଙ୍କୁ ଅଟକ ରଖାଯାଇଥିବା ବିଜିବି ମୁଖ୍ୟାଳୟ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦେଇଛି। ତାଙ୍କୁ […] The post ବାଂଲାଦେଶ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ସୀମାରେ ଅଟକ appeared first on Dharitri Odia News.
ଢାକା,୨୫ା୮(ପି.ଟି.): ବାଂଲାଦେଶ ସୁପ୍ରିମକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତିଙ୍କୁ ଭାରତ ସୀମାନ୍ତ ସିଲ୍ହେଟ୍ ନିକଟରୁ ବାଂଲାଦେଶ ସୀମା ସୁରକ୍ଷା ଗାର୍ଡ (ବିଜିବି) ଶୁକ୍ରବାର ବିଳମ୍ବିତ ରାତିରେ ଅଟକ ରଖିଛି। ସେ ଭାରତ ଖସିପଳାଇବାକୁ ଉଦ୍ୟମ କରୁଥିଲେ ବୋଲି ଅଭିଯୋଗ ହୋଇଛି। ଏହାର କିଛି ଘଣ୍ଟା ପୂର୍ବରୁ ଆଓ୍ବାମୀ ଲିଗ୍ ନେତା ଏଏସ୍ଏମ୍ ଫିରୋଜଙ୍କୁ ତାଙ୍କ ବାସଭବନରୁ ଗିରଫ କରାଯାଇଥିଲା। ପୂର୍ବତନ ବିଚାରପତି ଶମସୁଦ୍ଦିନ ଚୌଧୁରୀ ମାନିକ୍ଙ୍କୁ ଅଟକ ରଖାଯାଇଥିବା ବିଜିବି ମୁଖ୍ୟାଳୟ ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ଦେଇଛି। ତାଙ୍କୁ ବିଜିବି ଆଉଟପୋଷ୍ଟରେ ମଧ୍ୟରାତ୍ର ପର୍ଯ୍ୟନ୍ତ ରଖାଯାଇଥିଲା। ସୂଚନାଯୋଗ୍ୟ, ବାଂଲାଦେଶରେ ହିଂସାତ୍ମକ ଆନ୍ଦୋଳନରେ ୪୦୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯିବା ପରେ ଗତ ୫ ତାରିଖରେ ଶେଖ୍ ହାସିନା ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ଭାରତ ପଳାଇଥିଲେ। ଏହା ପରେ ଆଓ୍ବାମୀ ଲିଗ୍ର ବରିଷ୍ଠ ମନ୍ତ୍ରୀଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରାଗଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନାଁରେ ହତ୍ୟା ମାମଲା ରୁଜୁ ହୋଇଛି।
The post ବାଂଲାଦେଶ ସୁପ୍ରିମକୋର୍ଟର ପୂର୍ବତନ ବିଚାରପତିଙ୍କୁ ସୀମାରେ ଅଟକ appeared first on Dharitri Odia News.