ବାଂଲାଦେଶ ହିଂସାରେ ଭାରତୀୟ କମ୍ପାନି ପ୍ରଭାବିତ; ଅଗଷ୍ଟ ୭ ତାରିଖ ଯାଏ ଏଲଆଇସି ବନ୍ଦ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ହିଂସା  । ସମାପ୍ତ ହୋଇଛି ଶେଖ୍ ହସିନାଙ୍କ ସରକାର । ଆନ୍ଦୋଳନକାରୀଙ୍କ ଭୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ଦେଶ ଛାଡ଼ିଛନ୍ତି । ଫଳରେ ସେନା ହାତକୁ ଚାଲିଯାଇଛି ବାଂଲାଦେଶର ଶାସନ କମାଣ୍ଡ । ତେବେ ବାଂଲାଦେଶ ହିଂସାର ପ୍ରଭାବ ଭାରତୀୟ କମ୍ପାନୀ ଗୁଡ଼ିକ ଉପରେ ପଡ଼ିପାରେ ବୋଲି କୁହାଯାଉଛି । ଟୁଥପେଷ୍ଟ ଠାରୁ ଆରମ୍ଭ କରି ଟେଣ୍ଟ ପର୍ଯ୍ୟନ୍ତ ବହୁ କମ୍ପାନୀ ବାଂଲାଦେଶ ବଜାରରେ ସପ୍ଲାଏ ଚେନ୍ ଚଳାଇଛନ୍ତି । ଏବେ ପଡୋଶୀ ଦେଶର ହିଂସା ପ୍ରଭାବ ଭାରତୀୟ ବଜାରରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।   ବାଂଲାଦେଶରେ ଯେଉଁ କମ୍ପାନିମାନେ ନିବେଶ କରିଛନ୍ତି, ସେମାନଙ୍କ ମଧ୍ୟରୁ ମେରକୋ, ଇମାମୀ, ଡାବର, ଏସିଆନ୍ ପେଣ୍ଟସ, ପିଡିଲାଇଟ୍, ଗଡରେଜ୍, ସନଫାର୍ମା, ଟାଟା ମଟର୍ସ, ଏବଂ ହିରୋ ମୋଟୋକର୍ପ ସାମିଲ୍ ରହିଛନ୍ତି । ବାଂଲାଦେଶରେ ଆନ୍ଦୋଳନ ଚରମ ରୂପ ନେବା ପରେ ଏହି କମ୍ପାନି ଗୁଡ଼ିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । ଅନ୍ୟପଟେ ବଂଲାଦେଶରେ ଅଶାନ୍ତି ଯୋଗୁ ଭାରତୀୟ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରିଜରେ ଫାଇଦା ହେବ । ଉତ୍ପାଦନ ବୃଦ୍ଧି ପାଇବା ନେଇ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି । କାରଣ ବାଂଲାଦେଶର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆମେରିକା ଓ ୟୁରୋପର ପ୍ରମୁଖ ବ୍ରାଣ୍ଡ୍ ସବୁ ଭାରତ ମୁହାଁ ହେବେ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ କପଡ଼ା ସେଣ୍ଟ

ବାଂଲାଦେଶ ହିଂସାରେ ଭାରତୀୟ କମ୍ପାନି ପ୍ରଭାବିତ; ଅଗଷ୍ଟ ୭ ତାରିଖ ଯାଏ ଏଲଆଇସି ବନ୍ଦ

ନୂଆଦିଲ୍ଲୀ: ବାଂଲାଦେଶରେ ସଂରକ୍ଷଣ ହିଂସା  । ସମାପ୍ତ ହୋଇଛି ଶେଖ୍ ହସିନାଙ୍କ ସରକାର । ଆନ୍ଦୋଳନକାରୀଙ୍କ ଭୟରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇ ସେ ଦେଶ ଛାଡ଼ିଛନ୍ତି । ଫଳରେ ସେନା ହାତକୁ ଚାଲିଯାଇଛି ବାଂଲାଦେଶର ଶାସନ କମାଣ୍ଡ । ତେବେ ବାଂଲାଦେଶ ହିଂସାର ପ୍ରଭାବ ଭାରତୀୟ କମ୍ପାନୀ ଗୁଡ଼ିକ ଉପରେ ପଡ଼ିପାରେ ବୋଲି କୁହାଯାଉଛି । ଟୁଥପେଷ୍ଟ ଠାରୁ ଆରମ୍ଭ କରି ଟେଣ୍ଟ ପର୍ଯ୍ୟନ୍ତ ବହୁ କମ୍ପାନୀ ବାଂଲାଦେଶ ବଜାରରେ ସପ୍ଲାଏ ଚେନ୍ ଚଳାଇଛନ୍ତି । ଏବେ ପଡୋଶୀ ଦେଶର ହିଂସା ପ୍ରଭାବ ଭାରତୀୟ ବଜାରରେ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।   

ବାଂଲାଦେଶରେ ଯେଉଁ କମ୍ପାନିମାନେ ନିବେଶ କରିଛନ୍ତି, ସେମାନଙ୍କ ମଧ୍ୟରୁ ମେରକୋ, ଇମାମୀ, ଡାବର, ଏସିଆନ୍ ପେଣ୍ଟସ, ପିଡିଲାଇଟ୍, ଗଡରେଜ୍, ସନଫାର୍ମା, ଟାଟା ମଟର୍ସ, ଏବଂ ହିରୋ ମୋଟୋକର୍ପ ସାମିଲ୍ ରହିଛନ୍ତି । ବାଂଲାଦେଶରେ ଆନ୍ଦୋଳନ ଚରମ ରୂପ ନେବା ପରେ ଏହି କମ୍ପାନି ଗୁଡ଼ିକ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ପ୍ରଭାବିତ ହେବାର ଆଶଙ୍କା କରାଯାଉଛି । 

ଅନ୍ୟପଟେ ବଂଲାଦେଶରେ ଅଶାନ୍ତି ଯୋଗୁ ଭାରତୀୟ ଟେକ୍ସଟାଇଲ୍ ଇଣ୍ଡଷ୍ଟ୍ରିଜରେ ଫାଇଦା ହେବ । ଉତ୍ପାଦନ ବୃଦ୍ଧି ପାଇବା ନେଇ ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି । କାରଣ ବାଂଲାଦେଶର ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଆମେରିକା ଓ ୟୁରୋପର ପ୍ରମୁଖ ବ୍ରାଣ୍ଡ୍ ସବୁ ଭାରତ ମୁହାଁ ହେବେ ବୋଲି କୁହାଯାଉଛି । ଏଭଳି ସ୍ଥିତିରେ କପଡ଼ା ସେଣ୍ଟର ତିରୁପୁରରେ ଟେକ୍ସଟାଇଲ୍ ଅର୍ଡର ୧୦ ପ୍ରତିଶତ ବୃଦ୍ଧି ପାଇବା ନେଇ ଆଶା କରାଯାଉଛି ।

କେଉଁ କମ୍ପାନି ପ୍ରଭାବିତ ହେବ:

VIP ଲଗେଜ୍ ତିଆରି କରୁଥିବା କମ୍ପାନିର ବାଂଲାଦେଶରେ 8ଟି ଉତ୍ପାଦନ ପଏଣ୍ଟ ରହିଛି । ଏଠାରେ ପ୍ରାୟ ୩୦ରୁ ୩୫ ପ୍ରତିଶତ ଲଗେଜ୍ ବ୍ୟାଗ୍ ତିଆରି ହୋଇଥାଏ । ଏଭଳି ସ୍ଥିତିରେ ଏହି ପାଏଣ୍ଟ ଗୁଡ଼ିକ ଉତ୍ପାଦନ କମିବ ବୋଲି ଆଶଙ୍କା କରାଯାଉଛି । ଫଳରେ କମ୍ପାନି କ୍ଷତି ସହିବ । 

ମେରକୋ, ଇଣ୍ଟର ନ୍ୟାସନାଲ ମାର୍କେଟର ପ୍ରମୁଖ ଅଂଶ ଅଟେ । ଏହାର ୪୪ ପ୍ରତିଶତ ଅର୍ଥ  ବାଂଲାଦେଶରୁ ଆସିଥାଏ । ଏହା ପ୍ରଭାବିତ ହେବା ବୋଲି କୁହାଯାଉଛି । 

ଡାବର, ଜିସିପିଏଲ ଏବଂ ବ୍ରିଟାନିଆ ଏକ ବଡ଼ ଏଫଏମସିଜି କମ୍ପାନି । ଯାହାର  ବ୍ୟବସାୟ ବାଂଲାଦେଶରେ ରହିଛି । ପ୍ରାୟ ୫ ପ୍ରତିଶତ ଆୟ ବାଂଲାଦେଶରୁ ଆସିଥାଏ । ହିଂସା ପାଇଁ ଏହି କମ୍ପାନି ଗୁଡ଼ିକ ପ୍ରଭାବିତ ହେବ । 

ସେହିପରି ହିଂସାକୁ ନଜରରେ ରଖି ଏସିଆର ସବୁଠୁ ବଡ଼ ବୀମା କମ୍ପାନି ଭାରତୀୟ ଜୀବନ ବୀମା ନିଗମ ବା ଏଲଆଇସି ବାଂଲାଦେଶରେ ନିଜର କାର୍ଯ୍ୟାଳୟକୁ ଅଗଷ୍ଟ ୭ ତାରିଖ ଯାଏ ବନ୍ଦ ରଖିଛି । ଏଲଆଇସି ରେଗୁଲାଟରୀ ଫାଇଲିଂ ପକ୍ଷରୁ କୁହାଯାଇଛି, ବର୍ତ୍ତମାନ ସମୟରେ ବାଂଲାଦେଶରେ ସାମାଜିକ ଏବଂ ରାଜନୈତିକ ସ୍ଥିତି ଠିକ୍ ନାହିଁ । ତେଣୁ ଏଲଆଇସି ଅଫ୍ ବାଂଲାଦେଶ ଲିମିଟେଡ୍ ନିଜ ଅଫିସ୍ ଅଗଷ୍ଟ ୫ ତାରିଖରୁ ୭ ତାରିଖ ଯାଏ ବନ୍ଦ ରଖିଛନ୍ତି ।...