ଶ୍ରୀମନ୍ଦିରରେ ୨ ସେବାୟତଙ୍କ ମଧ୍ୟରେ ହାତାହାତି, ସିଂହଦ୍ଵାର ଥାନା ପୋଲିସର ତଦନ୍ତ ଆରମ୍ଭ
ପୁରୀ: ପୁଣି ଶ୍ରୀମନ୍ଦିର ଭିତରେ ଅଭାବନୀୟ ଘଟଣା। ଦୁଇ ସେବାୟତ ମଧ୍ୟରେ ହାତାହାତି। ଉଭୟ ହେଉଛନ୍ତି ମୁଖପଖାଳ ସେବକ। ଶ୍ରୀମନ୍ଦିର ଭିତରେ ହାତାହାତି ପରେ ସିଂହଦ୍ଵାର ଥାନାରେ ମଧ୍ୟ ହାତାହାତି ହୋଇଛନ୍ତି। ବେହରଣ ଦ୍ବାର ନିକଟରେ ପାଦୁକ ବଣ୍ଟନକୁ କେନ୍ଦ୍ର କରି ଘଟଣା ଘଟିଛି। ଆକ୍ରମଣରେ ଜଣେ ବୟସ୍କ ସେବକ ଆହତ ହୋଇଛି। ଏହା ପରେ ସିଂହଦ୍ଵାର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।