ବାଂଲାଦେଶରୁ ଝୋଟ ଓ ଫାଇବର ଉତ୍ପାଦ ଆମଦାନୀ ଉପରେ ଡିଜିଏଫଟିର ରୋକ

ନୂଆଦିଲ୍ଲୀ ୨୮।୬: ବାଂଲାଦେଶରୁ ଝୋଟ ଓ ଫାଇବର ଉତ୍ପାଦ ଆମଦାନୀ ଉପରେ ଭାରତ ତତ୍କାଳ ପ୍ରଭାବରେ ରୋକ ଲଗାଇ ଦେଇଛି। ଏହି ନିଷ୍ପତ୍ତି ଦୁଇ ଦେଶଙ୍କ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ନିଆଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି କଟକଣା ମହାରାଷ୍ଟ୍ରର ହ୍ନାଭାଶେଭା ବନ୍ଦରକୁ ଛାଡି ଦେଶର ବାକି ସଡ଼କ ରାସ୍ତା ଓ ବନ୍ଦର ଦେଇ ବାଂଲାଦେଶରୁ ଆସୁଥିବା ଝୋଟ ଓ ଫାଇବର ଉତ୍ପାଦ ଉପରେ ଲାଗୁ ହେବ। ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ନେଇ ଏକ ଅଧିସୂଚନା ଜାରି କରି ଏହି କଟକଣା ଲାଗୁ କରିଛନ୍ତି। ସାଉଥ ଏସିୟାନ ଫ୍ରି ଟ୍ରେଡ ଏରିୟା (ଏସଏଏଫଟିଏ) ବୁଝାମଣା ଅନୁସାରେ ବାଂଲାଦେଶର ଝୋଟ ଭାରତକୁ ନିଶୁଳ୍କ ଆମଦାନୀ ପାଇଁ ଅନୁମତି ଦେଉଛି। ତେବେ ଭାରତୀୟ ଝୋଟ ଉଦ୍ୟୋଗ ବାଂଲାଦେଶର ସବସିଡ ଆଧାରିତ ଓ ଡମ୍ପିଂ ମୂଲ୍ୟରେ ଆସୁଥିବା ଝୋଟ ଉତ୍ପାଦ ଖାସ କରି ସୁତୁଲି, ଫାଇବର ଓ ବ୍ୟାଗ କାରଣରୁ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛି। ସୂତ୍ର ଅନୁସାରେ ବାଂଲାଦେଶ ଝୋଟ ରପ୍ତାନୀକୁ ସରକାରୀ ସବସିଡି ମିଳୁଛି, ଏଥିରୁ ସେମାନଙ୍କୁ ଅନୁଚିତ ଲାଭ ମିଳୁଛି। ଏହିକାରଣରୁ ଡମ୍ପିଂ ରୋଧି ଓ ସମ୍ବଦ୍ଧିତ ଶୁଳ୍କ କାର୍ଯ୍ୟାଳୟ (ଡିଜିଏଡି) ଯାଞ୍ଚ କରି ବାଂଲାଦେଶରୁ ଆମଦାନୀ ହେଉଥିବା ଝୋଟ ଉତ୍ପାଦ ଉପରେ ଡମ୍ପିଂ ରୋଧି ଶୁଳ୍କ (ଏଡିଡି) ଲଗାଇଛନ୍ତି। ଏହା ସତ୍ତ୍ୱେ ବାଂଲାଦେଶରୁ ଆମଦାନୀ କୌଣସି ପ୍ରକାର କମୁ ନାହିଁ। ଏହା ଛଡା ବାଂଲାଦେଶୀ ରପ୍ତାନ

ବାଂଲାଦେଶରୁ ଝୋଟ ଓ ଫାଇବର ଉତ୍ପାଦ ଆମଦାନୀ ଉପରେ ଡିଜିଏଫଟିର ରୋକ

ନୂଆଦିଲ୍ଲୀ ୨୮।୬: ବାଂଲାଦେଶରୁ ଝୋଟ ଓ ଫାଇବର ଉତ୍ପାଦ ଆମଦାନୀ ଉପରେ ଭାରତ ତତ୍କାଳ ପ୍ରଭାବରେ ରୋକ ଲଗାଇ ଦେଇଛି। ଏହି ନିଷ୍ପତ୍ତି ଦୁଇ ଦେଶଙ୍କ ମଧ୍ୟରେ ବଢୁଥିବା ଉତ୍ତେଜନା ମଧ୍ୟରେ ନିଆଯାଇଛି। ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ ଏହି କଟକଣା ମହାରାଷ୍ଟ୍ରର ହ୍ନାଭାଶେଭା ବନ୍ଦରକୁ ଛାଡି ଦେଶର ବାକି ସଡ଼କ ରାସ୍ତା ଓ ବନ୍ଦର ଦେଇ ବାଂଲାଦେଶରୁ ଆସୁଥିବା ଝୋଟ ଓ ଫାଇବର ଉତ୍ପାଦ ଉପରେ ଲାଗୁ ହେବ। 

ବିଦେଶ ବ୍ୟାପାର ମହାନିର୍ଦ୍ଦେଶାଳୟ (ଡିଜିଏଫଟି) ଏ ନେଇ ଏକ ଅଧିସୂଚନା ଜାରି କରି ଏହି କଟକଣା ଲାଗୁ କରିଛନ୍ତି। ସାଉଥ ଏସିୟାନ ଫ୍ରି ଟ୍ରେଡ ଏରିୟା (ଏସଏଏଫଟିଏ) ବୁଝାମଣା ଅନୁସାରେ ବାଂଲାଦେଶର ଝୋଟ ଭାରତକୁ ନିଶୁଳ୍କ ଆମଦାନୀ ପାଇଁ ଅନୁମତି ଦେଉଛି। ତେବେ ଭାରତୀୟ ଝୋଟ ଉଦ୍ୟୋଗ ବାଂଲାଦେଶର ସବସିଡ ଆଧାରିତ ଓ ଡମ୍ପିଂ ମୂଲ୍ୟରେ ଆସୁଥିବା ଝୋଟ ଉତ୍ପାଦ ଖାସ କରି ସୁତୁଲି, ଫାଇବର ଓ ବ୍ୟାଗ କାରଣରୁ ଗୁରୁତର କ୍ଷତିର ସମ୍ମୁଖୀନ ହେଉଛି। 

ସୂତ୍ର ଅନୁସାରେ ବାଂଲାଦେଶ ଝୋଟ ରପ୍ତାନୀକୁ ସରକାରୀ ସବସିଡି ମିଳୁଛି, ଏଥିରୁ ସେମାନଙ୍କୁ ଅନୁଚିତ ଲାଭ ମିଳୁଛି। ଏହିକାରଣରୁ ଡମ୍ପିଂ ରୋଧି ଓ ସମ୍ବଦ୍ଧିତ ଶୁଳ୍କ କାର୍ଯ୍ୟାଳୟ (ଡିଜିଏଡି) ଯାଞ୍ଚ କରି ବାଂଲାଦେଶରୁ ଆମଦାନୀ ହେଉଥିବା ଝୋଟ ଉତ୍ପାଦ ଉପରେ ଡମ୍ପିଂ ରୋଧି ଶୁଳ୍କ (ଏଡିଡି) ଲଗାଇଛନ୍ତି। ଏହା ସତ୍ତ୍ୱେ ବାଂଲାଦେଶରୁ ଆମଦାନୀ କୌଣସି ପ୍ରକାର କମୁ ନାହିଁ। ଏହା ଛଡା ବାଂଲାଦେଶୀ ରପ୍ତାନୀକାରୀ ସବସିଡି ରିହାତିର ଦୂରୁପଯୋଗ କରି ଟେକ୍ ନିକ୍ ରିହାତି ମାଧ୍ୟମରେ ଡମ୍ପିଂ ରୋଧି ଶୁଳ୍କରୁ ବର୍ତ୍ତିବା ପାଇଁ ଭୁଲ ଲେବୁଲିଂ କରିବା, ରିହାତି ପ୍ରାପ୍ତ କମ୍ପାନୀଙ୍କ ମାଧ୍ୟମରେ ରପ୍ତାନୀ କରିବା ଓ ଅଧିକ ସବସିଡି ପାଇଁ ଭୁଲ ସୂଚନା ଦେବା ଆଦି ଉପାୟ ଅବଲମ୍ବନ କରୁଛନ୍ତି। 

ତେବେ ସାଫ୍ଟା ଅନୁସାରେ ବାଂଲାଦେଶକୁ ଭାରତରେ ଝୋଟ ଉତ୍ପାଦର ଶୁଳ୍କ ମୁକ୍ତ ପହଞ୍ଚ ରହିଛି। ଭାରତୀୟ ଝୋଟ ଉଦ୍ୟୋଗ ସମ୍ପର୍କିତ ସଙ୍ଗଠନଙ୍କ କହିବା କଥା ହେଉଛି ବାଂଲାଦେଶରୁ ବିପୁଳ ପରିମାଣରେ ସବସିଡିଯୁକ୍ତ ଶସ୍ତା ଝୋଟ ଆମଦାନୀ ହେଉଛି। ଏଣୁ ଭାରତୀୟ ଉଦ୍ୟୋଗ ଦୀର୍ଘ ସମୟରୁ କ୍ଷତିର ସମ୍ମୁଖୀନ ହୋଇ ଆସୁଛନ୍ତି। ଏହି କ୍ଷତିକୁ ନଜରରେ ରଖି ଭାରତ ପକ୍ଷରୁ ଏବେ ବାଂଲାଦେଶର ଝୋଟ ଉତ୍ପାଦ ଉପରେ କଟକଣା ଲଗାଇବାକୁ ବାଧ୍ୟ ହୋଇଛି।