ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ, ମୋହମ୍ମଦ ୟୁନୁସ ନେତା ମନୋନୀତ

ନୂଆଦିଲ୍ଲୀ ୦୭।୦୯ : ବାଂଲାଦେଶରେ ନୂଆ ସରକାର । ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ନୋବେଲ ବିଜେତା ମୋହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ନେତା ଭାବେ ମନୋନିତ କରାଯାଇଛି। ଏହାପୂର୍ବରୁ ମୋହମ୍ମଦ ୟୁନୁସ୍‌ କହିଥିଲେ ଯେ, ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି । ବାଂଲାଦେଶରେ ଠିକ୍ ଭାବେ ନିର୍ବାଚନ ହୋଇନଥିଲା। ଶେଖ୍ ହସିନା ଲଗାତାର କ୍ଷମତାରେ ରହିଚାଲିଥିଲେ ।  ଦିନ ଗଡିବା ସହ ସେ ନିଜକୁ ବହୁତ ଶକ୍ତିଶାଳୀ କରିଦେଇଥିଲେ । ଗୋଟିଏ ଦେଶ, ଗୋଟିଏ ନେତା, ଗୋଟିଏ କାହାଣୀ, ଗୋଟିଏ ନୀତି ଭଳି ନୀତି ଯୋଗୁଁ ଲୋକମାନେ ଅସନ୍ତୁଷ୍ଟ ଥିଲେ। ଦେଶରେ ଲଗାତର ଭାବେ ବେକାରୀ  ସମସ୍ୟା ମୁଣ୍ଡ ଟେକିଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନେ ଲଗାତର ଆନ୍ଦୋଳନ ବି କରୁଥିଲେ। ଆଜି ଦେଶରେ ଯେଉଁ ପରିସ୍ଥିତି ଘଟିଛି । ତାହାର ମୁଖ୍ୟ କାରଣ ହେଉଛି ଦେଶରେ ଅଶାନ୍ତି ଏବଂ ମନମୁଖୀ ଶାସନ ।  ସୂଚନାଯୋଗ୍ୟ ଯେ, ସୋମବାର ଦିନ ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳଥିଲା । ଏପିରିକି ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଆକ୍ରମଣ ହେଉବାର ଖବର ଆସୁଛି। ଆୱାମୀ ଲିଗ୍ ନେତାଙ୍କ ଘର ଓ ହୋଟେଲ ଉପରେ ଆକ୍ରମଣ କରାଯାଉଛି। ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଉପରେ ଜନତା ଆକ୍ରମଣ କରିଥିଲେ, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ମୃତ

ବାଂଲାଦେଶରେ ଅନ୍ତରୀଣ ସରକାର ଗଠନ, ମୋହମ୍ମଦ ୟୁନୁସ ନେତା ମନୋନୀତ

ନୂଆଦିଲ୍ଲୀ ୦୭।୦୯ : ବାଂଲାଦେଶରେ ନୂଆ ସରକାର । ଦେଶରେ ଚାଲିଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ଗଠନ ହୋଇଛି ଅନ୍ତରୀଣ ସରକାର । ନୋବେଲ ବିଜେତା ମୋହମ୍ମଦ ୟୁନୁସଙ୍କୁ ବାଂଲାଦେଶର ଅନ୍ତରୀଣ ସରକାରର ନେତା ଭାବେ ମନୋନିତ କରାଯାଇଛି। 

ଏହାପୂର୍ବରୁ ମୋହମ୍ମଦ ୟୁନୁସ୍‌ କହିଥିଲେ ଯେ, ଅନ୍ତରୀଣ ସରକାରର ନେତୃତ୍ୱ ନେବାକୁ ପ୍ରସ୍ତୁତ ଅଛନ୍ତି । ବାଂଲାଦେଶରେ ଠିକ୍ ଭାବେ ନିର୍ବାଚନ ହୋଇନଥିଲା। ଶେଖ୍ ହସିନା ଲଗାତାର କ୍ଷମତାରେ ରହିଚାଲିଥିଲେ ।  ଦିନ ଗଡିବା ସହ ସେ ନିଜକୁ ବହୁତ ଶକ୍ତିଶାଳୀ କରିଦେଇଥିଲେ । ଗୋଟିଏ ଦେଶ, ଗୋଟିଏ ନେତା, ଗୋଟିଏ କାହାଣୀ, ଗୋଟିଏ ନୀତି ଭଳି ନୀତି ଯୋଗୁଁ ଲୋକମାନେ ଅସନ୍ତୁଷ୍ଟ ଥିଲେ। ଦେଶରେ ଲଗାତର ଭାବେ ବେକାରୀ  ସମସ୍ୟା ମୁଣ୍ଡ ଟେକିଥିଲା । ଯାହାଫଳରେ ଛାତ୍ରଛାତ୍ରୀମାନେ ଲଗାତର ଆନ୍ଦୋଳନ ବି କରୁଥିଲେ। ଆଜି ଦେଶରେ ଯେଉଁ ପରିସ୍ଥିତି ଘଟିଛି । ତାହାର ମୁଖ୍ୟ କାରଣ ହେଉଛି ଦେଶରେ ଅଶାନ୍ତି ଏବଂ ମନମୁଖୀ ଶାସନ । 
 
ସୂଚନାଯୋଗ୍ୟ ଯେ, ସୋମବାର ଦିନ ଶେଖ୍ ହସିନା ଦେଶ ଛାଡିବା ପରେ ମଧ୍ୟ ବାଂଲାଦେଶର ଅନେକ ସ୍ଥାନରେ ହିଂସା ଦେଖିବାକୁ ମିଳଥିଲା । ଏପିରିକି ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ମଧ୍ୟ ଆକ୍ରମଣ ହେଉବାର ଖବର ଆସୁଛି। ଆୱାମୀ ଲିଗ୍ ନେତାଙ୍କ ଘର ଓ ହୋଟେଲ ଉପରେ ଆକ୍ରମଣ କରାଯାଉଛି। ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଉପରେ ଜନତା ଆକ୍ରମଣ କରିଥିଲେ, ଯେଉଁଥିରେ ୨୪ ଜଣ ଜୀବନ୍ତ ଦଗ୍ଧ ହୋଇଥିଲେ। ମୃତକଙ୍କ ମଧ୍ୟରେ ଜଣେ ଇଣ୍ଡୋନେସିଆ ନାଗରିକ ମଧ୍ୟ ଅଛନ୍ତି।