ମାଓବାଦୀଙ୍କ ପ୍ଲାନ୍ ଫେଲ୍, କୁମ୍ବିଂ ଅପରେସନରେ ଲ୍ୟାଣ୍ଡମାଇନ୍ ଠାବ

ମାଲକାନଗିରି ୨୫।୧୧ : ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଠାବ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି । ଖବର ଅନୁଯାୟୀ, ୨୦୬ କୋବ୍ରା ବାଟାଲିୟନର ଯବାନ ମାନେ ଏରିଆ ଡୋମିନେସନ ଲାଗି କୁମ୍ୱିଂ ଅପରେସନ କରୁଥିଲେ । ତୁମାଲପାଡ ଠାରେ ସ୍ଥାପନ ହୋଇଥିବା ନୂତନ ପୋଲିସ କ୍ୟାମ୍ପ ନିକଟସ୍ଥ ରାୟଗୁଡେମ ଯିବା ରାସ୍ତାରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ ଖଞ୍ଜି ଥିବା ବେଳେ ଏହାକୁ ଠାବ କରିଥିଲା ସନ୍ଧାନୀ କୁକୁର । ପରେ କୋବ୍ରା ବାଟାଲିୟନ ଯବାନମାନେ ଏହାକୁ ବିସ୍ଫୋରଣ କରିଥିଲେ । ତେବେ ଯଦି ଏହି ଲ୍ୟାଣ୍ଡମାଇନ୍‌ ଯବାନଙ୍କ ନିକଟରେ ବିସ୍ଫୋରଣ ହୋଇଥାଆନ୍ତା, ତେବେ ଭାରି କ୍ଷତି ହୋଇଥାଆନ୍ତା। ହେଲେ ସମୟ ପୁର୍ବରୁ ଏହାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ। 

ମାଓବାଦୀଙ୍କ ପ୍ଲାନ୍ ଫେଲ୍, କୁମ୍ବିଂ ଅପରେସନରେ ଲ୍ୟାଣ୍ଡମାଇନ୍ ଠାବ

ମାଲକାନଗିରି ୨୫।୧୧ : ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଠାବ । ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକୁମା ଜିଲ୍ଲାର ଚିନ୍ତଲନାର ଥାନା ଅନ୍ତର୍ଗତ ଜଙ୍ଗଲରୁ ଲ୍ୟାଣ୍ଡମାଇନ୍‌ ଠାବ ହୋଇଛି । 

ଖବର ଅନୁଯାୟୀ, ୨୦୬ କୋବ୍ରା ବାଟାଲିୟନର ଯବାନ ମାନେ ଏରିଆ ଡୋମିନେସନ ଲାଗି କୁମ୍ୱିଂ ଅପରେସନ କରୁଥିଲେ । ତୁମାଲପାଡ ଠାରେ ସ୍ଥାପନ ହୋଇଥିବା ନୂତନ ପୋଲିସ କ୍ୟାମ୍ପ ନିକଟସ୍ଥ ରାୟଗୁଡେମ ଯିବା ରାସ୍ତାରେ ମାଓବାଦୀ ମାନେ ଲ୍ୟାଣ୍ଡମାଇନ ଖଞ୍ଜି ଥିବା ବେଳେ ଏହାକୁ ଠାବ କରିଥିଲା ସନ୍ଧାନୀ କୁକୁର । ପରେ କୋବ୍ରା ବାଟାଲିୟନ ଯବାନମାନେ ଏହାକୁ ବିସ୍ଫୋରଣ କରିଥିଲେ । ତେବେ ଯଦି ଏହି ଲ୍ୟାଣ୍ଡମାଇନ୍‌ ଯବାନଙ୍କ ନିକଟରେ ବିସ୍ଫୋରଣ ହୋଇଥାଆନ୍ତା, ତେବେ ଭାରି କ୍ଷତି ହୋଇଥାଆନ୍ତା। ହେଲେ ସମୟ ପୁର୍ବରୁ ଏହାକୁ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ।