ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା, ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ

ନନ୍ଦିଘୋଷ ବ୍ୟୁରୋ: ପଡୋଶୀ ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା । ବାଂଲାଦେଶରେ ଯେକୌଣସି ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ପତନ... The post ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା, ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ appeared first on .

ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା, ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ

ନନ୍ଦିଘୋଷ ବ୍ୟୁରୋ: ପଡୋଶୀ ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା । ବାଂଲାଦେଶରେ ଯେକୌଣସି ସମୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ପତନ ଘଟିବା ସମ୍ଭାବନା ରହିଛି। ବଦଳିପାରେ ମଧ୍ୟବର୍ତ୍ତୀକାଳୀନ ସରକାର। ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ। ଦେଶର ବର୍ତ୍ତମାନର ସ୍ଥିତିକୁ ନେଇ ପଦରୁ ଇସ୍ତଫା ଦେଇପାରନ୍ତି ମହମ୍ମଦ ୟୁନୁସ। ଦେଶରେ ଲାଗି ରହିଥିବା ବର୍ତ୍ତମାନର ସ୍ଥିତିକୁ ନେଇ ସମସ୍ତ ଦଳ ସହ ତାଳମିଳାଇ କାମ କରିବା ଅସମ୍ଭବ ବୋଲି କହିଛନ୍ତି ୟୁନୁସ। ନିଜକୁ ପଣବନ୍ଦୀ ଭଳି ଅନୁଭବ କରୁଛି ବୋଲି କହିଛନ୍ତି ମହମ୍ମଦ ୟୁନୁସ।

ବାଂଲାଦେଶ ରାଜନୈତିକ ଅସ୍ଥିରତା ମଧ୍ୟରେ ମହମ୍ମଦ ୟୁନୁସଙ୍କ ସରକାର ଦୁଇ ଦିନ ମଧ୍ୟରେ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି। ଯେଉଁଥିରୁ ଏକ ପ୍ରମୁଖ ଚ୍ୟାଲେଞ୍ଜ ହେଉଛି ବାଂଲାଦେଶର ସଶସ୍ତ୍ର ବାହିନୀର ସମ୍ଭାବ୍ୟ ଆଗମନ। ସେନା ସରକାରକୁ ହାତକୁ ନେବା ସମ୍ଭାବନା ରହିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ପ୍ରଫେସର ମହମ୍ମଦ ୟୁନୁସ୍ ଇସ୍ତଫା ଦେବାକୁ ଚିନ୍ତା କରୁଛନ୍ତି। ଦେଶର ବିଭିନ୍ନ ରାଜନୈତିକ ଦଳଗୁଡ଼ିକ କୌଣସି ଏକ ଅନ୍ତିମ ସମାଧାନରେ ପହଞ୍ଚିବାରେ ବିଫଳ ହୋଇଥିବାରୁ କାମ କରିବା କଷ୍ଟକର ହୋଇପଡୁଛି ବୋଲି କହିଛନ୍ତି ୟୁନୁସ। ଦେଶରେ ପରିସ୍ଥିତି ଏମିତି ଯେ ସେ କାମ କରିପାରିବେ ନାହିଁ ବୋଲି ୟୁନୁସ କହିଛନ୍ତି। ଛାତ୍ରନେତା ତଥା ନ୍ୟାସନାଲିଷ୍ଟ ସିଟିଜେନସ ପାର୍ଟିର ନେତା ନିହାଦ ଇସଲାମ ଏହି ସୂଚନା ଦେଇଛନ୍ତି। ଆନ୍ତର୍ଜାତିକ ଗଣମାଧ୍ୟମକୁ ସୂଚନା ଦେଇ ମହମ୍ମଦ ୟୁନୁସ ଏହା କହିଛନ୍ତି ନିହାଦ ଇସଲାମ ।

The post ବାଂଲାଦେଶରେ ପୁଣି ବଡ଼ ଅଦଳବଦଳ ସମ୍ଭାବନା, ଇସ୍ତଫା ଦେଇପାରନ୍ତି ସରକାର ମୁଖ୍ୟ ମହମ୍ମଦ ୟୁନୁସ appeared first on .