ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାନାଡାରେ ପ୍ରତିବାଦ
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ବଢୁଛି ଇସ୍କନର ଅଡୁଆ। ଇସ୍କନ ନେତା ଚିନ୍ମୟ କ୍ରିଷ୍ଣା ଦାସଙ୍କ ଜାମିନ ଆବେଦନକୁ ଖାରଜ... The post ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାନାଡାରେ ପ୍ରତିବାଦ appeared first on .
ନନ୍ଦିଘୋଷ ବ୍ୟୁରୋ : ବାଂଲାଦେଶରେ ବଢୁଛି ଇସ୍କନର ଅଡୁଆ। ଇସ୍କନ ନେତା ଚିନ୍ମୟ କ୍ରିଷ୍ଣା ଦାସଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି ଚଟ୍ଟୋଗ୍ରାମ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ। ଦେଶଦ୍ରୋହ ଅପରାଧ ମାମଲାରେ ଗତ ନଭେମ୍ବର ୨୫ରେ ଚିନ୍ମୟଙ୍କୁ ଗିରଫ କରାଯାଇଥିଲା। ସେପଟେ ଚିନ୍ମୟଙ୍କ ଲାଗି ଲଢୁଥିବା ଆଇନଜୀବୀ ରବୀନ୍ଦ୍ର ଘୋଷଙ୍କୁ କିଛି ଆଇନଜୀବୀ ମାଡ ମାରିଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ବାଂଲାଦେଶର ପ୍ରଭାବ କାନାଡାରେ ଦେଖିବାକୁ ମିଳିଛି । ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାନାଡାରେ ପ୍ରତିବାଦ ହୋଇଛି । ଟରଣ୍ଟୋସ୍ଥିତ ବାଂଲାଦେଶ ଦୂତାବାସ ସମ୍ମୁଖରେ କରାଯାଇଛି ପ୍ରତିବାଦ । ବାଂଲାଦେଶର ଭାଇଭଉଣୀଙ୍କ ସହ ସେମାନେ ଅଛନ୍ତି କହି ଦେଇଛନ୍ତି ନାରା ।
ଗତ କିଛି ଦିନ ଧରି ଇସ୍କନ ଓ ହନ୍ଦୁଧର୍ମାବଲମ୍ବୀଙ୍କ ବିରୋଧରେ ହେଉଥିବା ଆକ୍ରମଣକୁ ସହଜରେ ଗ୍ରହଣ କରିପାରୁନାହାନ୍ତି କାନାଡାବାସିନ୍ଦା। ପାକିସ୍ତାନ, ଆଫଗାନିସ୍ତାନ ପରି ଆକ୍ରମଣକାରୀମାନେ ବାଂଲାଦେଶରେ ନାରକୀୟ କାଣ୍ଡ କରିଚାଲିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଗତ ଡିସେମ୍ବର ୧୦ରେ ବିଭିନ୍ନ ସଂଗଠନ ଓ ସିଭିଲ ସୋସାଇଟି ପ୍ରତିଷ୍ଠାନ ପକ୍ଷରୁ ବାଂଲାଦେଶରେ ହିନ୍ଦୁଙ୍କ ସୁରକ୍ଷା ଦାବି କରାଯାଇଥିଲା। ବାଂଲାଦେଶ ପ୍ରସଙ୍ଗରେ ନୂଆଦିଲ୍ଲୀ, ଜୟପୁର, ଅହମ୍ମଦାବାଦ, ରାଞ୍ଚି, ଗୁଆହାଟି ଆଦି ସହରରେ ବି ରାଲି କରାଯାଇଥିଲା ।
The post ବାଂଲାଦେଶରେ ହିନ୍ଦୁଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ କାନାଡାରେ ପ୍ରତିବାଦ appeared first on .