ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି
ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍ର ଐତିହାସିକ ଲାଲ୍ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର ୮ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରଖିବେ ବୋଲି କହିଛନ୍ତି। ବାଂଲାଦେଶ ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା। ଦାବି ପୂରଣ ନ ହେଲେ ସେମାନେ ଢାକା ଅଭିଯାନରେ ଯିବା ପାଇଁ ଧମକ ଦେଇଛନ୍ତି। ସେମାନଙ୍କ ଦାବି ମଧ୍ୟରେ ରହିଛି ସଂଖ୍ୟାଲଘୁମାନଙ୍କ […] The post ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି appeared first on Dharitri Odia News.
ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍ର ଐତିହାସିକ ଲାଲ୍ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର ୮ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ବିକ୍ଷୋଭ ଜାରି ରଖିବେ ବୋଲି କହିଛନ୍ତି।
ବାଂଲାଦେଶ ସନାତନ ଜାଗରଣ ମଞ୍ଚ ପକ୍ଷରୁ ଏହି ବିକ୍ଷୋଭର ଆୟୋଜନ କରାଯାଇଥିଲା। ଦାବି ପୂରଣ ନ ହେଲେ ସେମାନେ ଢାକା ଅଭିଯାନରେ ଯିବା ପାଇଁ ଧମକ ଦେଇଛନ୍ତି। ସେମାନଙ୍କ ଦାବି ମଧ୍ୟରେ ରହିଛି ସଂଖ୍ୟାଲଘୁମାନଙ୍କ ପ୍ରତି ହେଉଥିବା ଅତ୍ୟାଚାରରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କ ବିରୋଧରେ ବିଚାର ପ୍ରକ୍ରିୟାକୁ ତ୍ୱରାନ୍ବିତ କରିବା ନିମନ୍ତେ ଟ୍ରିବ୍ୟୁନାଲ ଗଠନ, କ୍ଷତିଗ୍ରସ୍ତଙ୍କୁ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥା, ଅବିଳମ୍ବେ ସଂଖ୍ୟାଲଘୁ ସୁରକ୍ଷା ଆଇନ ଆଣିବା, ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଗଠନ ହେବା, ପ୍ରତି ଶିକ୍ଷାନୁଷ୍ଠାନରେ ସଂଖ୍ୟାଲଘୁମାନଙ୍କ ପାଇଁ ଉପାସନା ସ୍ଥଳ ନିର୍ମାଣ ଇତ୍ୟାଦି।
The post ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି appeared first on Dharitri Odia News.