ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ…
ଭୁବନେଶ୍ୱର,୧୬।୧୦: ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ। ଖୋଲାଖୋଲି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ବଡ଼ ବୟାନ ଦେଇଛନ୍ତି ଦେବାଶିଷ। ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମତାମତ ଦେବା ପୂର୍ବରୁ ଅମର ଭାବିବା ଉଚିତ। ସବୁବେଳେ କ୍ଷମତା ଲୋଭୀ ହେବା ଉଚିତ ନୁହେଁ। ପ୍ରସନ୍ନ ପାଟ୍ଟଶାଣୀ BJDରୁ ଅନେକ ଫାଇଦା ପାଇଛନ୍ତି। ସେଥିପାଇଁ ଅନେକ ବାର ସେ ଏମପି ହୋଇଛନ୍ତି। ହେଲେ ଏବେ ଯିଏ […] The post ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ… appeared first on Dharitri Odia News.
ଭୁବନେଶ୍ୱର,୧୬।୧୦: ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ। ଖୋଲାଖୋଲି କାର୍ତ୍ତିକ ପାଣ୍ଡିଆନଙ୍କ ନାଁ ନେଇ ବଡ଼ ବୟାନ ଦେଇଛନ୍ତି ଦେବାଶିଷ। ରାଜ୍ୟ ସଭା ଏମପି ଦେବାଶିଷ ସାମନ୍ତରାୟ ଅମର ଶତପଥୀ ଓ ପ୍ରସନ୍ନ ପାଟ୍ଟଶାଣୀଙ୍କୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ମତାମତ ଦେବା ପୂର୍ବରୁ ଅମର ଭାବିବା ଉଚିତ। ସବୁବେଳେ କ୍ଷମତା ଲୋଭୀ ହେବା ଉଚିତ ନୁହେଁ। ପ୍ରସନ୍ନ ପାଟ୍ଟଶାଣୀ BJDରୁ ଅନେକ ଫାଇଦା ପାଇଛନ୍ତି। ସେଥିପାଇଁ ଅନେକ ବାର ସେ ଏମପି ହୋଇଛନ୍ତି। ହେଲେ ଏବେ ଯିଏ ଦଳ ଛାଡ଼ିଲେ ବି ବିଜେଡିକୁ କିଛି ଫରକ ପଡ଼ିବନି। ଏଥିସହ ଦେବାଶିଷ ପାଣ୍ଡିଆନଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ପାଣ୍ଡିଆନ BJDର ନେତା ନ ଥିଲେ।
ଏହା ପୂର୍ବରୁ ଦେବାଶିଷ ଏକ ସଭାରେ ଦରକାର ପଡିଲେ କଂଗ୍ରେସ ସହ ହାତ ମିଳେଇବୁ ବୋଲି ବୟାନ ଦେଇଥିଲେ। ସେ କହିଥିଲେ, କଂଗ୍ରେସ ସହ ହାତ ମିଳାଇ ରାଜ୍ୟରେ ସରକାର ଗଢିବୁ। ଖୋଲା ମଞ୍ଚରେ ଏଭଳି ଚାଞ୍ଚଲ୍ୟକର ମନ୍ତବ୍ୟ ରଖିଥିଲେ ବିଜେଡି ଏମପି ଦେବାଶିଷ ସାମନ୍ତରାୟ।
ପାରାଦୀପର କୁଜଙ୍ଗରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମରେ କର୍ମୀଙ୍କୁ ଉଦବୋଧନ ଦେବା ଅବସରରେ ଦେବାଶିଷ କହିଥିଲେ, ଖବଶୀଘ୍ର ରାଜ୍ୟରେ ପଟ୍ଟ ପରିବର୍ତ୍ତନ ହେବାକୁ ଯାଉଛି। ନବୀନ ପଟ୍ଟନାୟକ ପୁଣି ସରକାର ଗଢିବେ। ଆଗକୁ ବହୁତ ଶୀଘ୍ର ଉପ ର୍ନିବାଚନ ହେବାକୁ ଯାଉଛି। ହାଇକୋର୍ଟରେ ଚାଲିଥିବା ମାମଲାରେ ଭାଜପାର ୭ ସଭ୍ୟପଦ ରଦ୍ଦ ହେବ। ପୁଣି ର୍ନିବାଚନ ହେବ। ନବୀନ ଖାଲି ହାତ ହଲେଇଦେଲେ ଆମେ ଜିତିବୁ। ପଛେ କଂଗ୍ରେସ ସହ ହାତ ମିଳାଇବୁ ହେଲେ ନବୀନଙ୍କୁ ପୁଣି ମୁଖ୍ୟମନ୍ତ୍ରୀ କରିବୁ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି ଦେବାଶିଷ।
The post ପୁଣି ଦେବାଶିଷଙ୍କ ବିସ୍ଫୋରକ ବୟାନ, ପାଣ୍ଡିଆନଙ୍କୁ ନେଇ କହିଲେ… appeared first on Dharitri Odia News.