ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ମଧୁପାଟଣାରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଦୁଇ ଜଣ କଟକ ସଦର ଥାନା ଅନ୍ତର୍ଗତ ଶ୍ରୀ କୋରୁଁଅ ଅଞ୍ଚଳର ସ୍ୱାମୀ ଓ ସ୍ତ୍ରୀ। ନାବାଳିକାର କହିବା ମୁତାବକ ଚାକିରି ପାଇଁ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରି ବାଂଲାଦେଶରୁ  କଲିକତା ଆସିଥିଲା।ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଆସି ପହଞ୍ଚିବା ପରେ ଦଲାଲ ମାଧ୍ୟମରେ କଟକରେ ପହଞ୍ଚିଥିଲା। ଗତ ୯ ତାରିଖରେ ନାବାଳିକା ଜଣକ ମଧୁପାଟଣା ଅଞ୍ଚଳରେ ବୁଲୁଥିବା ସମୟରେ ପୋଲିସ ଉଦ୍ଧାର କରି ବସୁନ୍ଧରାକୁ ପଠାଇଥିଲା।ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା କି ନାବାଳିକାକୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିଥିଲେ ଏହି ଦମ୍ପତି। ତେବେ ସିଡବ୍ଲ୍ୟୁସି ଅଭିଯୋଗ ଆଧାରରେ ପୋଲିସ ଉଭୟ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଉଦ୍ଧାର ନାବାଳିକା ଗିରଫ ଦମ୍ପତିଙ୍କ ସହ ଆଇଏମଓ ଆପ୍‌ରେ କଥା ହୋଇଥିବା ପୋଲିସ ଆଗରେ ବୟାନ ଦେଇଛି।

ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣା: ୨ ଜଣଙ୍କୁ ଗିରଫ କଲା ପୋଲିସ

କଟକ: ମଧୁପାଟଣାରୁ ବାଂଲାଦେଶୀ ନାବାଳିକା ଉଦ୍ଧାର ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଛି ମଧୁପାଟଣା ଥାନା ପୋଲିସ। ଗିରଫ ଅଭିଯୁକ୍ତ ଦୁଇ ଜଣ କଟକ ସଦର ଥାନା ଅନ୍ତର୍ଗତ ଶ୍ରୀ କୋରୁଁଅ ଅଞ୍ଚଳର ସ୍ୱାମୀ ଓ ସ୍ତ୍ରୀ। ନାବାଳିକାର କହିବା ମୁତାବକ ଚାକିରି ପାଇଁ ଫେସବୁକ୍ ମାଧ୍ୟମରେ ଯୋଗାଯୋଗ କରି ବାଂଲାଦେଶରୁ  କଲିକତା ଆସିଥିଲା।

ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଆସି ପହଞ୍ଚିବା ପରେ ଦଲାଲ ମାଧ୍ୟମରେ କଟକରେ ପହଞ୍ଚିଥିଲା। ଗତ ୯ ତାରିଖରେ ନାବାଳିକା ଜଣକ ମଧୁପାଟଣା ଅଞ୍ଚଳରେ ବୁଲୁଥିବା ସମୟରେ ପୋଲିସ ଉଦ୍ଧାର କରି ବସୁନ୍ଧରାକୁ ପଠାଇଥିଲା।

ପରବର୍ତ୍ତୀ ସମୟରେ ଜଣାପଡ଼ିଥିଲା କି ନାବାଳିକାକୁ ଅନୈତିକ କାର୍ଯ୍ୟରେ ଲିପ୍ତ କରିଥିଲେ ଏହି ଦମ୍ପତି। ତେବେ ସିଡବ୍ଲ୍ୟୁସି ଅଭିଯୋଗ ଆଧାରରେ ପୋଲିସ ଉଭୟ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ତେବେ ଉଦ୍ଧାର ନାବାଳିକା ଗିରଫ ଦମ୍ପତିଙ୍କ ସହ ଆଇଏମଓ ଆପ୍‌ରେ କଥା ହୋଇଥିବା ପୋଲିସ ଆଗରେ ବୟାନ ଦେଇଛି।