ଅଯୋଧ୍ୟା ରାମ ମନ୍ଦିର ମୁଖ୍ୟ ଶିଖରରେ ସ୍ଥାପିତ ହେଲା କଳଶ, ବୈଦିକ ବିଧିବିଧାନରେ ସମ୍ପନ୍ନ ହେଲା କାର୍ଯ୍ୟକ୍ରମ
ଅଯୋଧ୍ୟା ୧୪।୪: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ସୋମବାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଠାରେ ବ୍ରାହ୍ମଣଙ୍କ ଉପସ୍ଥିତିରେ ବୈଦିକ ବିଧିବିଧାନ ସହିତ ମୁଖ୍ୟ ମନ୍ଦିର ଶିଖରରେ କଳଶ ସ୍ଥାପନା କରାଯାଇଛି। ଏହି ପବିତ୍ର କାର୍ଯ୍ୟ ସୋମବାର ମହାବିଶୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସାରା ଅଯୋଧ୍ୟାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ମୁଖ୍ୟମନ୍ଦିର ଶିଖରରେ କଳଶ ସ୍ଥାପନାକୁ ଐତିହାସିକ କ୍ଷଣ ବୋଲି କହିଛନ୍ତି। ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଦେଶରେ ବୈଶାଖୀ ଓ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଶୁଭ ଅବସରରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଏବେ ମନ୍ଦିରର ମୁଖ୍ୟ ଶିଖରରେ ଧ୍ୱଜ ଦଣ୍ଡ ସ୍ଥାପନା ପ୍ରକ୍ରିୟା ଆରମ୍ଭ ହେବ। ଏହି ଖବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି। କହିଛନ୍ତି ରାମ ମନ୍ଦିର ନିର୍ମାଣ ନା କେବଳ ଆଧ୍ୟାତ୍ମିକ ବରଂ ସାଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ। अयोध्या में प्रभु राम के मंदिर के मुख्य शिखर पर कलश स्थापित किया गया है।ये भी कभी ऐसा लगता था जैसे कभी नहीं होगा, जो आज असंभव लगता है सनातन के वो सभी काम एक दिन जरूर होंगे। pic.twitter.com/ra6zA2lOeU— Baliyan (@Baliyan_x) April 14,
ଅଯୋଧ୍ୟା ୧୪।୪: ରାମ ନଗରୀ ଅଯୋଧ୍ୟାରେ ଭବ୍ୟ ରାମମନ୍ଦିରର ନିର୍ମାଣ ସୋମବାର ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି। ଏଠାରେ ବ୍ରାହ୍ମଣଙ୍କ ଉପସ୍ଥିତିରେ ବୈଦିକ ବିଧିବିଧାନ ସହିତ ମୁଖ୍ୟ ମନ୍ଦିର ଶିଖରରେ କଳଶ ସ୍ଥାପନା କରାଯାଇଛି। ଏହି ପବିତ୍ର କାର୍ଯ୍ୟ ସୋମବାର ମହାବିଶୁବ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଛି। ଏହି ଅବସରରେ ସାରା ଅଯୋଧ୍ୟାରେ ଉତ୍ସବର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକେ ମୁଖ୍ୟମନ୍ଦିର ଶିଖରରେ କଳଶ ସ୍ଥାପନାକୁ ଐତିହାସିକ କ୍ଷଣ ବୋଲି କହିଛନ୍ତି।
ଶ୍ରୀରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି ଯେ ଦେଶରେ ବୈଶାଖୀ ଓ ବାବା ସାହେବ ଭୀମରାଓ ଆମ୍ବେଦକରଙ୍କ ଜୟନ୍ତୀ ଶୁଭ ଅବସରରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଛି। ଏବେ ମନ୍ଦିରର ମୁଖ୍ୟ ଶିଖରରେ ଧ୍ୱଜ ଦଣ୍ଡ ସ୍ଥାପନା ପ୍ରକ୍ରିୟା ଆରମ୍ଭ ହେବ। ଏହି ଖବରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଅତ୍ୟନ୍ତ ଖୁସିବ୍ୟକ୍ତ କରିଛନ୍ତି। କହିଛନ୍ତି ରାମ ମନ୍ଦିର ନିର୍ମାଣ ନା କେବଳ ଆଧ୍ୟାତ୍ମିକ ବରଂ ସାଂସ୍କୃତି ଓ ସାମାଜିକ ଏକତାର ପ୍ରତୀକ।
अयोध्या में प्रभु राम के मंदिर के मुख्य शिखर पर कलश स्थापित किया गया है।
ये भी कभी ऐसा लगता था जैसे कभी नहीं होगा, जो आज असंभव लगता है सनातन के वो सभी काम एक दिन जरूर होंगे। pic.twitter.com/ra6zA2lOeU— Baliyan (@Baliyan_x) April 14, 2025
ଯୋଗୀ ରାମମନ୍ଦିର ତୀର୍ଥକ୍ଷେତ୍ର ଟ୍ରଷ୍ଟ ଓ ନିର୍ମାଣ କାର୍ଯ୍ୟ ସହ ସମ୍ପର୍କିତ ସବୁ ଲୋକଙ୍କୁ ଉଚ୍ଚ ପ୍ରଶଂସା କରିଛନ୍ତି। ସେ ଏହା ମଧ୍ୟ କହିଛନ୍ତି ଯେ ରାମ ନଗରୀ ଅଯୋଧ୍ୟାକୁ ବିଶ୍ୱସ୍ତରୀୟ ତୀର୍ଥ ସ୍ଥଳ କରିବାରେ ରାଜ୍ୟ ସରକାର ସବୁ ସମ୍ଭବ ଉଦ୍ୟମ କରୁଛନ୍ତି। ସଡ଼କ ସହିତ ରେଳ ଓ ବିମାନ ସେବା ସୁଗମ କରାଯାଇଛି। ଏହା ଛଡା ପର୍ଯ୍ୟଟକ ଓ ଭକ୍ତଙ୍କ ସୁବିଧା ସମ୍ପ୍ରସାରଣ କରାଯାଉଛି।
ଚମ୍ପତ ରାୟ କହିଛନ୍ତି ଯେ ଏବେ ମନ୍ଦିର ପରିସରରୁ ନିର୍ମାଣ ମେସିନ ସବୁକୁ ହଟାଇ ଦିଆଯିବ। ମନ୍ଦିରର ପ୍ରଥମ ତାଲାରେ ରାଜା ରାମ, ପ୍ରାଚୀର ଓ ସପ୍ତଋଷି ମନ୍ଦିରରେ ଋଷିମାନଙ୍କ ମୂର୍ତ୍ତି ସ୍ଥାପନା କରାଯିବ। ଏହି କାର୍ଯ୍ୟ ଖୁବ୍ ଶୀଘ୍ର ଆରମ୍ଭ ହେବ। ମନ୍ଦିରର ନିର୍ମାଣ କାର୍ଯ୍ୟ ନିର୍ଦ୍ଧାରିତ ସମୟ ସୀମା ଅନୁସାରେ ଆଗକୁ ବଢୁଛି। ଏଣୁ ମନ୍ଦିରର ନିର୍ମାଣ କାମ ଯେତିକି ଯେତିକି ଆଗକୁ ବଢୁଛି ଭକ୍ତଙ୍କ ମନରେ ଉତ୍ସାହ ସେତିକି ବଢିବାରେ ଲାଗିଛି।