ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ
କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି। ନାବାଳିକାଙ୍କ ବୟାନ ଆଧାରରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମଧୁପାଟଣା ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି। ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବା ଅନୁସାରେ, ନାବାଳିକା ଜଣକ ଅଭିଯୁକ୍ତଙ୍କ ନାମ ଠିକ୍ ଭାବରେ କହିପାରୁନାହାନ୍ତି। ଯେଉଁ ଦୁଇଜଣଙ୍କୁ ଅଣାଯାଇଛି ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ହୋଇଥିବାବେଳେ ଆଉ […] The post ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.
କଟକ,୨୪ା୧୧: ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ପୋଲିସ ୨ ଜଣଙ୍କୁ ଉଠାଇ ନେଇଛି। କଟକ ସଦର ଥାନା ଅଞ୍ଚଳର ଦୁଇ ଜଣଙ୍କୁ ମଧୁପାଟଣା ପୋଲିସ ଉଠାଇ ନେଇଥିବା ଜଣାପଡ଼ିଛି।
ନାବାଳିକାଙ୍କ ବୟାନ ଆଧାରରେ ଜଣେ ମହିଳା ଓ ଜଣେ ପୁରୁଷଙ୍କୁ ମଧୁପାଟଣା ପୋଲିସ ଥାନାକୁ ଆଣି ପଚରାଉଚରା କରୁଛି। ଏସିପି ସ୍ବସ୍ତିକ ପଣ୍ଡାଙ୍କ କହିବା ଅନୁସାରେ, ନାବାଳିକା ଜଣକ ଅଭିଯୁକ୍ତଙ୍କ ନାମ ଠିକ୍ ଭାବରେ କହିପାରୁନାହାନ୍ତି। ଯେଉଁ ଦୁଇଜଣଙ୍କୁ ଅଣାଯାଇଛି ସେମାନଙ୍କ ମଧ୍ୟରୁ ଜଣେ ଓଡ଼ିଶାର ହୋଇଥିବାବେଳେ ଆଉ ଜଣେ ଓଡ଼ିଶା ବାହାରର। ତେବେ ଏହି ଦୁହିଁଙ୍କ ସମ୍ପୃକ୍ତି ନେଇ ପୋଲିସ ପଚରାଉଚରା ଜାରି ରଖିଛି। ଏହି ମାମଲାରେ ଯଦି ସେମାନେ ସମ୍ପୃକ୍ତ ଥିବା ଜଣାପଡ଼େ ତେବେ ସେମାନଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି। ସେ ଦୁଇଜଣ ଦମ୍ପତି ବୋଲି କୁହାଯାଉଥିବାବେଳେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ।
The post ବାଂଲାଦେଶୀ ନାବାଳିକା ପ୍ରସଙ୍ଗରେ ଦମ୍ପତିଙ୍କୁ ଉଠାଇନେଲା ପୋଲିସ appeared first on Dharitri Odia News.