ସରକାରଙ୍କ ଉପରେ ପଡୁଛି ଚାପ: କୃଷକଙ୍କ ରେଳରୋକୋ

ଚଣ୍ଡିଗଡ଼,୧୦।୩:ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ନିମନ୍ତେ ଚାପ ପକାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା(ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚାର ଆହ୍ବାନ କ୍ରମେ ପଞ୍ଜାବରେ ରବିବାର ରେଳରୋକୋ କରାଯାଇଥିଲା। ଚାଷୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳଧାରଣାରେ ବସି ରହି ଟ୍ରେନ୍‌ ଚଳାଚଳ ବନ୍ଦ କରିଥିଲେ। ସେମାନଙ୍କ ଦାବି ପୂରଣ ଦାବିରେ କୃଷକମାନେ ସ୍ଲୋଗାନ ଦେଇଥିଲେ। ରେଳରୋକୋ ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ […] The post ସରକାରଙ୍କ ଉପରେ ପଡୁଛି ଚାପ: କୃଷକଙ୍କ ରେଳରୋକୋ appeared first on Dharitri Odia News.

ସରକାରଙ୍କ ଉପରେ ପଡୁଛି ଚାପ: କୃଷକଙ୍କ ରେଳରୋକୋ

ଚଣ୍ଡିଗଡ଼,୧୦।୩:ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ଉପରେ ଆଇନଗତ ଗ୍ୟାରେଣ୍ଟି ସମେତ ବିଭିନ୍ନ ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିବା ନିମନ୍ତେ ଚାପ ପକାଇବା ପାଇଁ ସଂଯୁକ୍ତ କିଷାନ ମୋର୍ଚ୍ଚା(ଅଣରାଜନୈତିକ) ଏବଂ କିଷାନ ମଜଦୁର ମୋର୍ଚ୍ଚାର ଆହ୍ବାନ କ୍ରମେ ପଞ୍ଜାବରେ ରବିବାର ରେଳରୋକୋ କରାଯାଇଥିଲା। ଚାଷୀମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ରେଳଧାରଣାରେ ବସି ରହି ଟ୍ରେନ୍‌ ଚଳାଚଳ ବନ୍ଦ କରିଥିଲେ। ସେମାନଙ୍କ ଦାବି ପୂରଣ ଦାବିରେ କୃଷକମାନେ ସ୍ଲୋଗାନ ଦେଇଥିଲେ। ରେଳରୋକୋ ଯୋଗୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଆନ୍ଦୋଳନ ମଧ୍ୟାହ୍ନ ୧୨ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଚାଷୀମାନେ ଅମୃତସର, ଲୁଧିଆନା, ତର୍ନ ତରନ, ହୋଶିଆରପୁର, ଫିରୋଜପୁର, ଆଦି ୨୨ ଜିଲାର ୫୨ଟି ସ୍ଥାନରେ ରେଳରୋକ କରିଥିଲେ। ସଂଯୁକ୍ତ କିଷାନ ମୋର୍ଚ୍ଚାର ସହଯୋଗୀ ସଂଗଠନଗୁଡ଼ିକ ମଧ୍ୟରେ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ।

The post ସରକାରଙ୍କ ଉପରେ ପଡୁଛି ଚାପ: କୃଷକଙ୍କ ରେଳରୋକୋ appeared first on Dharitri Odia News.