ବାଂଲାଦେଶୀଙ୍କୁ ଶରଣ ଦେବା ପାଇଁ ମମତାଙ୍କ ନିଷ୍ପତ୍ତିକୁ ବିଜେପିର ବିରୋଧ, ଜାଣନ୍ତୁ କହିଲା କ’ଣ?

କୋଲକାତା : ବାଂଲାଦେଶ ସଂକଟ ମଧ୍ୟରେ ବଙ୍ଗଳାଦେଶୀଙ୍କୁ ଭାରତ ଓ ପଶ୍ଚିମବଙ୍ଗରେ ଶରଣ ଦେବା ପାଇଁ ମମତାଙ୍କ ଘୋଷଣାକୁ ରାଜ୍ୟ ବିଜେପି ବିରୋଧ କରିଛି। ବିଜେପି ଏହାକୁ ବିରୋଧୀ ମେଣ୍ଟ ଇଣ୍ଡିଆର ଅବୈଧ ରୂପେ ପ୍ରବାସୀଙ୍କୁ ରଖିବା ଓ ଝାଡଖଣ୍ଡ ନିର୍ବାଚନ ଜିତିବା ଲାଗି ଏକ ରାଜନୈତିକ ଯୋଜନା ବୋଲି କହିଛି। ବିଜେପିର ପଶ୍ଚିମବଙ୍ଗ ସହ ପ୍ରଭାରୀ ଅମିତ ମାଲବ୍ୟ କହିଛନ୍ତି ଯେ ପଡୋଶୀ ଦେଶ ବା କୌଣସି ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କୁ ଭାରତରେ ଆଶ୍ରୟ ଦେବା ମମତା ବାନାର୍ଜୀଙ୍କ ଅଧିକାର କ୍ଷେତ୍ର ନୁହେଁ। ମାଲବ୍ୟ କହିଛନ୍ତି ଯେ ପ୍ରବାସୀଙ୍କୁ ଶରଣ ଦେବା ବା ନାଗରିକତା ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଏହି ମାମଲାରେ ରାଜ୍ୟକୁ କୌଣସି ପ୍ରକାର ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏ ନେଇ ମାଲବ୍ୟ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ଭାରତରେ କାହାକୁ ସ୍ୱାଗତ କରିବାର ଅଧିକାର ମମତା ବାନାର୍ଜୀଙ୍କୁ ଦେଲା କିଏ?ଏହା ବଙ୍ଗଳାରୁ ଆରମ୍ଭ କରି ଝାଡଖଣ୍ଡ ପର୍ଯ୍ୟନ୍ତ ବାଂଲାଦେଶୀଙ୍କୁ ବସାଇବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ସୁଚିନ୍ତିତ ଯୋଜନା’। ଉଲ୍ଲେଖଯୋଗ୍ୟ ଯେ କୋଲକାତା ଜନସମାବେଶରେ ମମତା ବାନାର୍ଜୀ ବାଂଲାଦେଶରେ ବଢୁଥିବା ହିଂସା ଦୃଷ୍ଟିରୁ ସେଠାରୁ ଯଦି କେହି ପଳାଇ ଆସନ୍ତି ତେବେ ସେମାନଙ୍କୁ ପଶ୍ଚିମବଙ୍ଗ ସରକାର ଶରଣ ଦେବେ ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ ବାଂଲଦେଶର ଲୋକଙ୍କ ନି

ବାଂଲାଦେଶୀଙ୍କୁ ଶରଣ ଦେବା ପାଇଁ ମମତାଙ୍କ ନିଷ୍ପତ୍ତିକୁ ବିଜେପିର ବିରୋଧ, ଜାଣନ୍ତୁ କହିଲା କ’ଣ?

କୋଲକାତା : ବାଂଲାଦେଶ ସଂକଟ ମଧ୍ୟରେ ବଙ୍ଗଳାଦେଶୀଙ୍କୁ ଭାରତ ଓ ପଶ୍ଚିମବଙ୍ଗରେ ଶରଣ ଦେବା ପାଇଁ ମମତାଙ୍କ ଘୋଷଣାକୁ ରାଜ୍ୟ ବିଜେପି ବିରୋଧ କରିଛି। ବିଜେପି ଏହାକୁ ବିରୋଧୀ ମେଣ୍ଟ ଇଣ୍ଡିଆର ଅବୈଧ ରୂପେ ପ୍ରବାସୀଙ୍କୁ ରଖିବା ଓ ଝାଡଖଣ୍ଡ ନିର୍ବାଚନ ଜିତିବା ଲାଗି ଏକ ରାଜନୈତିକ ଯୋଜନା ବୋଲି କହିଛି। ବିଜେପିର ପଶ୍ଚିମବଙ୍ଗ ସହ ପ୍ରଭାରୀ ଅମିତ ମାଲବ୍ୟ କହିଛନ୍ତି ଯେ ପଡୋଶୀ ଦେଶ ବା କୌଣସି ଅନ୍ୟ ଦେଶରୁ ଆସୁଥିବା ଲୋକଙ୍କୁ ଭାରତରେ ଆଶ୍ରୟ ଦେବା ମମତା ବାନାର୍ଜୀଙ୍କ ଅଧିକାର କ୍ଷେତ୍ର ନୁହେଁ। 

ମାଲବ୍ୟ କହିଛନ୍ତି ଯେ ପ୍ରବାସୀଙ୍କୁ ଶରଣ ଦେବା ବା ନାଗରିକତା ପ୍ରଦାନ କରିବା କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି। ଏହି ମାମଲାରେ ରାଜ୍ୟକୁ କୌଣସି ପ୍ରକାର ହସ୍ତକ୍ଷେପ କରିବା ଉଚିତ ନୁହେଁ। ଏ ନେଇ ମାଲବ୍ୟ ଏକ୍ସ ରେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଉଲ୍ଲେଖ କରିଛନ୍ତି ଯେ ‘ଭାରତରେ କାହାକୁ ସ୍ୱାଗତ କରିବାର ଅଧିକାର ମମତା ବାନାର୍ଜୀଙ୍କୁ ଦେଲା କିଏ?ଏହା ବଙ୍ଗଳାରୁ ଆରମ୍ଭ କରି ଝାଡଖଣ୍ଡ ପର୍ଯ୍ୟନ୍ତ ବାଂଲାଦେଶୀଙ୍କୁ ବସାଇବା ପାଇଁ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ଏକ ସୁଚିନ୍ତିତ ଯୋଜନା’। 

ଉଲ୍ଲେଖଯୋଗ୍ୟ ଯେ କୋଲକାତା ଜନସମାବେଶରେ ମମତା ବାନାର୍ଜୀ ବାଂଲାଦେଶରେ ବଢୁଥିବା ହିଂସା ଦୃଷ୍ଟିରୁ ସେଠାରୁ ଯଦି କେହି ପଳାଇ ଆସନ୍ତି ତେବେ ସେମାନଙ୍କୁ ପଶ୍ଚିମବଙ୍ଗ ସରକାର ଶରଣ ଦେବେ ବୋଲି ଘୋଷଣା କରିଥିଲେ। ସେ କହିଥିଲେ ଯେ ବାଂଲଦେଶର ଲୋକଙ୍କ ନିମନ୍ତେ ପଶ୍ଚିମବଙ୍ଗର ଦ୍ୱାର ଖୋଲା ରହିଛି। ସୂଚନା ଯୋଗ୍ୟ ଯେ ବାଂଲାଦେଶରେ ସରକାରୀ ଚାକିରୀରେ ସଂରକ୍ଷଣକୁ ନେଇ ଦେଶରେ ହିଂସା ହୋଇଛି। ଏହି ପ୍ରସଙ୍ଗକୁ ନେଇ ଛାତ୍ର ରାସ୍ତାକୁ ଓହ୍ଲାଇଥିବା ବେଳେ  ବ୍ୟାପକ ପୋଡାଜଳା ଓ ଭଙ୍ଗା ରୁଜା ହେଉଛି।