ବାଇଁଆଙ୍କ ଗତି କୁଆଡ଼େ? ଚର୍ଚ୍ଚା ବଢାଇଲା କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟଘାଟ୍‌, ବାଇଁଆ କହିଲେ ଆମ ମାଇଣ୍ଡସେଟ୍‌ ସେମ୍‌

କନକ ବ୍ୟୁରୋ: କର୍ପୋରେଟର ଅମରେଶ ଜେନାଙ୍କ ଗତି କୁଆଡ଼େ? ଆଜିର ଘଟଣା ପରେ ଚର୍ଚ୍ଚା ବଢିଛି। ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଅନାବରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ ମନ୍ତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୪୫ନମ୍ୱର କର୍ପେରେଟର ମଧ୍ୟ ଯୋଗଦେଇଥିଲେ। ତେବେ ବାଇଁଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖକୁ ଡାକି କଥା ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ବିଜେପିର ନିକଟତର ହେଉଛନ୍ତି କି ଅମରେଶ।  ରାଜନୀତିର ରୋଚକ ଘଟଣା । କର୍ପୋରେଟର ଅମରେଶ ଜେନାଙ୍କୁ ଗାଡ଼ି ପାଖକୁ ଡାକି କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ଅଛ? କଣ କରୁଛ? ଭୁବନେଶ୍ୱରରେ କେମିତି ଚାଲିଛି କାମ? ବୋଲି ବାଇଁଆଙ୍କୁ ପଚାରିଲେ କେନ୍ଦ୍ରମନ୍ତ୍ରୀ। ଆଉ ଏ ଘଟଣା ରାଜନୈତିକ ମହଲରେ ହଟଚ୍ଚମଟ ସୃଷ୍ଟି କରିଛି । ସେପଟେ ବାଇଁଆ କହିଛନ୍ତି, ମତେ କିଛି ଲୋକ ଭଲ ପାଆନ୍ତି ତାମାନେ ନୁହେଁ ଯେ ମୁଁ ଦଳ ଛାଡିବି। ଭୁବନେଶ୍ୱର ପାଇଁ ସେ ବି କାମ କରୁଛନ୍ତି, ମୁଁ ବି କରୁଛି । ଦୁଇଜଣଙ୍କ ମାଇଣ୍ଡ ସେମ୍‌ । ଯେବେ ବିଜେଡି ଛାଡ଼ିବାକୁ ଚିନ୍ତା କରିବି ସେତବେଳେ ଆପଣମାନଙ୍କୁ ନିଶ୍ଚୟ ଡାକିବି ବୋକି କହିଛନ୍ତି ବାଇଁଆ ।  ସେପଟେ ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ବାଇଁଆ ଆମ ଭାଇ, କେନ୍ଦ୍ରମନ୍ତ୍ରୀ ତାଙ୍କୁ ପାଖକୁ ଡାକିଥିବାରୁ ମୁଁ ଧନ୍ୟବାଦ୍

ବାଇଁଆଙ୍କ ଗତି କୁଆଡ଼େ? ଚର୍ଚ୍ଚା ବଢାଇଲା କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟଘାଟ୍‌, ବାଇଁଆ କହିଲେ ଆମ ମାଇଣ୍ଡସେଟ୍‌ ସେମ୍‌

କନକ ବ୍ୟୁରୋ: କର୍ପୋରେଟର ଅମରେଶ ଜେନାଙ୍କ ଗତି କୁଆଡ଼େ? ଆଜିର ଘଟଣା ପରେ ଚର୍ଚ୍ଚା ବଢିଛି। ବାଗ୍ମୀ ବିଶ୍ୱନାଥ କରଙ୍କ ପ୍ରତିମୂର୍ତ୍ତି ଅନାବରଣ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଓ ଅନ୍ୟାନ ମନ୍ତ୍ରୀ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ୪୫ନମ୍ୱର କର୍ପେରେଟର ମଧ୍ୟ ଯୋଗଦେଇଥିଲେ। ତେବେ ବାଇଁଆଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପାଖକୁ ଡାକି କଥା ହେବା ଘଟଣାକୁ ନେଇ ଚର୍ଚ୍ଚା ଜୋର ଧରିଛି। କଣ ବିଜେପିର ନିକଟତର ହେଉଛନ୍ତି କି ଅମରେଶ। 

ରାଜନୀତିର ରୋଚକ ଘଟଣା । କର୍ପୋରେଟର ଅମରେଶ ଜେନାଙ୍କୁ ଗାଡ଼ି ପାଖକୁ ଡାକି କଥା ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କେମିତି ଅଛ? କଣ କରୁଛ? ଭୁବନେଶ୍ୱରରେ କେମିତି ଚାଲିଛି କାମ? ବୋଲି ବାଇଁଆଙ୍କୁ ପଚାରିଲେ କେନ୍ଦ୍ରମନ୍ତ୍ରୀ। ଆଉ ଏ ଘଟଣା ରାଜନୈତିକ ମହଲରେ ହଟଚ୍ଚମଟ ସୃଷ୍ଟି କରିଛି । ସେପଟେ ବାଇଁଆ କହିଛନ୍ତି, ମତେ କିଛି ଲୋକ ଭଲ ପାଆନ୍ତି ତାମାନେ ନୁହେଁ ଯେ ମୁଁ ଦଳ ଛାଡିବି। ଭୁବନେଶ୍ୱର ପାଇଁ ସେ ବି କାମ କରୁଛନ୍ତି, ମୁଁ ବି କରୁଛି । ଦୁଇଜଣଙ୍କ ମାଇଣ୍ଡ ସେମ୍‌ । ଯେବେ ବିଜେଡି ଛାଡ଼ିବାକୁ ଚିନ୍ତା କରିବି ସେତବେଳେ ଆପଣମାନଙ୍କୁ ନିଶ୍ଚୟ ଡାକିବି ବୋକି କହିଛନ୍ତି ବାଇଁଆ । 

ସେପଟେ ଏକାମ୍ର ବିଧାୟକ ବାବୁ ସିଂଙ୍କ ପ୍ରତିକ୍ରିୟା ଚର୍ଚ୍ଚାକୁ ଖୋରାକ୍ ଯୋଗାଇଛି। ବାଇଁଆ ଆମ ଭାଇ, କେନ୍ଦ୍ରମନ୍ତ୍ରୀ ତାଙ୍କୁ ପାଖକୁ ଡାକିଥିବାରୁ ମୁଁ ଧନ୍ୟବାଦ୍‌ ଦେବି। ଏବଂ ବିଶ୍ୱର ସର୍ବବୃହତ ଦଳର ଦ୍ୱାର ସମସ୍ତଙ୍କ ପାଇଁ ଉନ୍ମକ୍ତ। ତେବେ ବାବୁ ସିଂଙ୍କ ପ୍ରତିକ୍ରିୟା ପରେ ଅନେକ ପ୍ରଶ୍ନ ଛିଡା ହୋଇଛି। ବାଇଁଆ କଣ ବିଜେପି ଆଡ଼କୁ ଢଳୁଛନ୍ତି କି? ଦଳରେ କଣ ସନ୍ତୁଷ୍ଟ ନାହାଁନ୍ତି କି ଅମରେଶ? ବିଜେଡିର ବିପର୍ଯ୍ୟୟ ପରେ ଦଳ ଛାଡ଼ିବାକୁ ଯୋଜନା କରୁଛନ୍ତି କି ବାଇଁଆ?

ଭୁବନେଶ୍ୱରରେ କର୍ପୋରେଟ ମେଳି ହେଉ କି ବିବାଦୀୟ ବୟାନ। ଅମରେଶଙ୍କୁ ନେଇ ସବୁବେଳେ ଚର୍ଚ୍ଚା। ଆଉ ଏବେ କେନ୍ଦ୍ରମନ୍ତ୍ରୀଙ୍କ ସହ ଭେଟ୍‌ଘାଟ୍‌ ଆଗକୁ କି ରୂପ ନେଉଛି ତାହା ଦେଖିବାର କଥା।