ବାଇକ ଦୁର୍ଘଟଣାରେ ଜଣେ ମୃତ
କଲମପୁର: ଶନିବାର କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତିକୁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। କଲମପୁର ପୁଲିସ ଥାନା ଅଧିନସ୍ଥ ବଲଗାଁର ବିଷ୍ଣୁ ନାଗ ଏବଂ ସିମାଞ୍ଚଳ କାଣ୍ଡ ନାମକ ଦୁଇ […]

କଲମପୁର: ଶନିବାର କଲମପୁର ଜୁନାଗଡ଼ ମୁଖ୍ୟ ରାସ୍ତାର କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ଏକ ମର୍ମନ୍ତୁଦ ବାଇକ ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଏହି ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ହୋଇଥିବା ଜଣାପଡ଼ିଛି। ଗୁରୁତର ବ୍ୟକ୍ତିକୁ କଲମପୁର ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି।
କଲମପୁର ପୁଲିସ ଥାନା ଅଧିନସ୍ଥ ବଲଗାଁର ବିଷ୍ଣୁ ନାଗ ଏବଂ ସିମାଞ୍ଚଳ କାଣ୍ଡ ନାମକ ଦୁଇ ଯୁବକ ଏକ ବାଇକ ଯୋଗେ ଜୁନାଗଡ଼ ପଟରୁ କଲମପୁର ପଟକୁ ଆସୁଥିବା ବେଳେ କଲମପୁର ତହସିଲ କାର୍ଯ୍ୟାଳୟ ନିକଟରେ ରାସ୍ତାକଡରେ ଥିବା ଏକ ଗଛକୁ ଧକ୍କା ଦେଇ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ସୂଚନା ପାଇ କଲମପୁର ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର ପରେ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ।
ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧିନ ଅବସ୍ଥାରେ ବିଷ୍ଣୁର ମୃତ୍ୟୁ ଘଟିଥିବା ବେଳେ ଗୁରୁତର ସୀମାଞ୍ଚଳକୁ ସଙ୍କଟାପନ୍ନ ଅବସ୍ଥାରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ଅନ୍ୟପଟେ କଲମପୁର ପୁଲିସ ଥାନା ଅଧିକାରୀ ନୀଳାମ୍ବର ଜାନୀ ଗୋଷ୍ଠୀ ସ୍ୱାସ୍ତ୍ୟ କେନ୍ଦ୍ରରେ ପହଞ୍ଚି ଘଟଣାର ପ୍ରାଥମିକ ତଦନ୍ତ କରିଛନ୍ତି।