ବାଇକରେ ଆସିଲେ ମହିଳାଙ୍କ ଠାରୁ ସୁନା ଚେନ୍ ଲୁଟିଲେ
ମହିଳା ଜଣକ ନିଜ ସ୍କୁଟିରେ ବାରଙ୍ଗରୁ ତ୍ରିଶୁଳିଆ ଆସୁଥିଲେ। ସେଇସମୟରେ ଫୁଲପୋଖରୀ ଛକରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଥିଲେ।
ଦିନ ଦ୍ୱିପ୍ରହରରେ ବିଚ୍ ରାସ୍ତାରେ ମହିଳାଙ୍କ ବେକରୁ ଝାମ୍ପି ନେଲେ ସୁନା ଚେନ୍। ସ୍କୁଟିରେ ବାରଙ୍ଗରୁ ତ୍ରିଶୁଳିଆ ଆସୁଥିବା ବେଳେ କଟକ ଫୁଲପୋଖରୀ ଛକରେ ଏହି ଲୁଟ୍ ହୋଇଛି। ଲୁଟର ଶିକାର ହୋଇଥିବା ମହିଳା ହେଉଛନ୍ତି ଗୋଡ଼ିସାହି ନେତଲ ଅଞ୍ଚଳର।
ମହିଳା ଜଣକ ନିଜ ସ୍କୁଟିରେ ବାରଙ୍ଗରୁ ତ୍ରିଶୁଳିଆ ଆସୁଥିଲେ। ସେଇସମୟରେ ଫୁଲପୋଖରୀ ଛକରେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ମହିଳାଙ୍କ ବେକରୁ ସୁନା ଚେନ ଛିଣ୍ଡାଇ ଚମ୍ପଟ ମାରିଥିଲେ। ଏନେଇ ମହିଲା ଜଣଙ୍କ ବାରଙ୍ଗ ଥାନା ରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରାସ୍ତା କଡ଼ରେ ଥିବା ଦୋକାନ ଗୁଡ଼ିକରେ ସିସିଟିଭିକୁ ଯାଞ୍ଚ କରୁଛି।