ବାଇକରେ ଯିବାବେଳେ ରୋମାନ୍ସ ଯୁବକ-ଯୁବତୀଙ୍କୁ ମହଙ୍ଗା ପଡ଼ିଲା
ସେମାନଙ୍କ ରୋମାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଥିଲା।
ଜାତୀୟ ରାଜପଥରେ ବାଇକ୍ରେ ଗଲା ବେଳେ ରୋମାନ୍ସ କରିବା ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ମହଙ୍ଗା ପଡ଼ିଛି। ସ୍ପୀଡ୍ ବାଇକରେ ସେମାନଙ୍କ ରୋମାନ୍ସର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍ ଉଭୟଙ୍କୁ ଗିରଫ କରିଛି। ରାଜସ୍ଥାନର କୋଟାରେ ଘଟିଛି ଏହି ଘଟଣା।
ଗିରଫ ଯୁବକଙ୍କ ନାଁ ମହମ୍ମଦ ୱାସିମ (୨୫)। ତାଙ୍କ ଘର କୋଟା ଜିଲ୍ଲାର କୈଥୁନ ସହରରେ। ସେ ଓ ଉକ୍ତ ଯୁବତୀ ଜଣଙ୍କ କୋଟା ସ୍ଥିତ ଏକ ଘରୋଇ କମ୍ପାନୀରେ କାମ କରନ୍ତି। ଉଭୟଙ୍କ ବିରୋଧରେ ଆଇପିସିର ଧାରା ୨୯୪ (ସର୍ବସାଧାରଣରେ ଅଶ୍ଲୀଳ ହରକତ) ଅନୁଯାୟୀ ମାମଲା ରୁଜୁ ହୋଇଛି। ଯୁବକଙ୍କ ବାଇକକୁ ପୁଲିସ ଜବତ କରିଛି।
ୱାସିମ ଓ ଉକ୍ତ ଯୁବତୀ (ଡାହାଣରୁ ଦ୍ୱିତୀୟ ଓ ତୃତୀୟ)ରାତିରେ କୋଟା-ବୁନ୍ଦି ଜାତୀୟ ରାଜପଥରେ ବାଇକ୍ରେ ଦ୍ରୁତ ଗତିରେ ଯାଉଥିବା ବେଳେ ମହମ୍ମଦ ୱାସିମ ଓ ଉକ୍ତ ଯୁବତୀ ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା। ପୁଲିସ୍ ବାଇକ୍ର ନମ୍ବର ଆଧାରରେ ମହମ୍ମଦ ୱାସିମ ଓ ଉକ୍ତ ଯୁବତୀଙ୍କୁ ଖୋଜି ପାଇଥିଲେ। ସେମାନଙ୍କୁ ଗିରଫ କରିବା ପରେ ପୁଲିସ୍ ସେମାନଙ୍କର ଏକ ଭିଡିଓ ଶୁଟ୍ କରିଥିଲା, ଯେଉଁଥିରେ ସେମାନେ ଏଭଳି କାର୍ଯ୍ୟ ପାଇଁ କାନ ଧରି କ୍ଷମା ମାଗିଥିଲେ। ସର୍ବସାଧାରଣରେ ଏପରି କାର୍ଯ୍ୟରୁ ବିରତ ରହିବାକୁ ମହମ୍ମଦ ୱାସିମ ଲୋକଙ୍କୁ ଅନୁରୋଧ କରିଥିଲେ।
सड़क पर बेशर्म जोड़े का बेशर्मी की सारी करने वाला वायरल वीडियो !!
हमारी युवा पीढी कोटा की सङको पर खूले आसमान के नीचे !!
कोटा पुलिस एक बार फट्टा फ्राई कर दे तो हजारो लबेरीयो को सीख मिल जायेगी !! #viralvideo #kota #Rajasthan @RajsamandPolice @BhajanlalBjp pic.twitter.com/NzQdbRw5Co— MANOJ SHARMA LUCKNOW UP???????????????????????? (@ManojSh28986262) May 23, 2024