ପ୍ରୟାଗରାଜ ରେଳଷ୍ଟେସନ ବନ୍ଦ ନେଇ ଆସିଲା ଅଶ୍ୱିନୀ ବୈଷ୍ଣବଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୧୦।୨: କୁମ୍ଭମେଳାକୁ ଯାତ୍ରୀଙ୍କ ଆଗମନ ନିମନ୍ତେ ପ୍ରୟାଗରାଜ ଜଙ୍କସନ ମୁଖ୍ୟଷ୍ଟେସନ। ଏଠାରୁ ସବୁ ଟ୍ରେନ ସଞ୍ଚାଳିତ ହୁଏ, ଏହାଛଡା ମେଳାକ୍ଷେତ୍ର ନିକଟରେ ପ୍ରୟାଗରାଜ ସଙ୍ଗମ ନାମକ ଏକ ଛୋଟ ଷ୍ଟେସନ ରହିଛି, ଯେଉଁଠୁ ଦିନରେ ମାତ୍ର ୨-୩ଟି ଟ୍ରେନ ଅଟକିଥାନ୍ତି। କୁମ୍ଭମେଳା ଯାତ୍ରୀଙ୍କ ସୁବିଧା ପାଇଁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ ରଖାଯାଇଛି। ତେବେ ମୁଖ୍ୟଷ୍ଟେସନରୁ ଯଥାବତ ଟ୍ରେନ ସଞ୍ଚାଳନ ହେଉଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର କହିଛନ୍ତି। ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ତୀର୍ଥଯାତ୍ରୀଙ୍କ ଭିଡ଼ ବଢିଛି। ଏଥିରେ ଏବେ ଖବର ଆସୁଛି ଭୀଷଣ ଯାତ୍ରୀ ଭିଡ଼କୁ ନେଇ  ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନକୁ ବନ୍ଦ କରିଦିଆଯାଇଛି। ଏହାକୁ ନେଇ ରେଳମନ୍ତ୍ରୀ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମହାକୁମ୍ଭ ଅବସରରେ ପ୍ରୟାଗରାଜର ୮ଟି ଷ୍ଟେସନରେ ଠିକଠାକ କାମ ଚାଲିଛି। ଏଥି ପାଇଁ ରାଜ୍ୟ ପ୍ରଶାସନ ଓ ମେଳା ପ୍ରଶାସନ ଏକତ୍ର କୋଅର୍ଡିନେଟ୍ କରି କାମ କରୁଛନ୍ତି। ସେ କହିଛନ୍ତି ଯେ ଗତକାଲି ପ୍ରୟାଗରାଜ ଷ୍ଟେସନରୁ ୩୩୦ ଟି ଗାଡି ଛାଡିଥିଲା। କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ ନାହିଁ। ଯଦି କେହି କୌଣସି ପ୍ରକାର ଗୁଜବ ରଟାନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। Yesterday, 12.5 lakh pilgrims were facilitated and a record 330 trains departed from Prayagraj

ପ୍ରୟାଗରାଜ ରେଳଷ୍ଟେସନ ବନ୍ଦ ନେଇ ଆସିଲା ଅଶ୍ୱିନୀ ବୈଷ୍ଣବଙ୍କ ବୟାନ, ଜାଣନ୍ତୁ କହିଛନ୍ତି କ’ଣ?

ନୂଆଦିଲ୍ଲୀ ୧୦।୨: କୁମ୍ଭମେଳାକୁ ଯାତ୍ରୀଙ୍କ ଆଗମନ ନିମନ୍ତେ ପ୍ରୟାଗରାଜ ଜଙ୍କସନ ମୁଖ୍ୟଷ୍ଟେସନ। ଏଠାରୁ ସବୁ ଟ୍ରେନ ସଞ୍ଚାଳିତ ହୁଏ, ଏହାଛଡା ମେଳାକ୍ଷେତ୍ର ନିକଟରେ ପ୍ରୟାଗରାଜ ସଙ୍ଗମ ନାମକ ଏକ ଛୋଟ ଷ୍ଟେସନ ରହିଛି, ଯେଉଁଠୁ ଦିନରେ ମାତ୍ର ୨-୩ଟି ଟ୍ରେନ ଅଟକିଥାନ୍ତି। କୁମ୍ଭମେଳା ଯାତ୍ରୀଙ୍କ ସୁବିଧା ପାଇଁ ପ୍ରୟାଗରାଜ ସଙ୍ଗମ ଷ୍ଟେସନକୁ ବନ୍ଦ ରଖାଯାଇଛି। ତେବେ ମୁଖ୍ୟଷ୍ଟେସନରୁ ଯଥାବତ ଟ୍ରେନ ସଞ୍ଚାଳନ ହେଉଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୋମବାର କହିଛନ୍ତି। 

ଉତ୍ତରପ୍ରଦେଶ ପ୍ରୟାଗରାଜ ମହାକୁମ୍ଭରେ ପୁଣି ଥରେ ତୀର୍ଥଯାତ୍ରୀଙ୍କ ଭିଡ଼ ବଢିଛି। ଏଥିରେ ଏବେ ଖବର ଆସୁଛି ଭୀଷଣ ଯାତ୍ରୀ ଭିଡ଼କୁ ନେଇ  ପ୍ରୟାଗରାଜ ସଙ୍ଗମ ରେଳ ଷ୍ଟେସନକୁ ବନ୍ଦ କରିଦିଆଯାଇଛି। ଏହାକୁ ନେଇ ରେଳମନ୍ତ୍ରୀ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ମହାକୁମ୍ଭ ଅବସରରେ ପ୍ରୟାଗରାଜର ୮ଟି ଷ୍ଟେସନରେ ଠିକଠାକ କାମ ଚାଲିଛି। ଏଥି ପାଇଁ ରାଜ୍ୟ ପ୍ରଶାସନ ଓ ମେଳା ପ୍ରଶାସନ ଏକତ୍ର କୋଅର୍ଡିନେଟ୍ କରି କାମ କରୁଛନ୍ତି। ସେ କହିଛନ୍ତି ଯେ ଗତକାଲି ପ୍ରୟାଗରାଜ ଷ୍ଟେସନରୁ ୩୩୦ ଟି ଗାଡି ଛାଡିଥିଲା। କୌଣସି ସ୍ଥାନରେ କିଛି ବି ଅସୁବିଧା ହୋଇ ନାହିଁ। ଯଦି କେହି କୌଣସି ପ୍ରକାର ଗୁଜବ ରଟାନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ ନାହିଁ। 


ଏଥିରେ ଷ୍ଟେସନ ବନ୍ଦ ହେବାର ଗୁଜବ କାରଣ ସମ୍ପର୍କରେ କହିବାକୁ ଯାଇ ଉତ୍ତର ମଧ୍ୟ ରେଳବାଇର ଅଧିକାରୀମାନେ କହିଛନ୍ତି ଯେ ଗୋଟିଏ ନାମର ଦୁଇଟି ଷ୍ଟେସନ ରହିଛି। ଏଥିରୁ ଗୋଟିଏ ହେଉଛି ପ୍ରୟାଗରାଜ ଜଙ୍କସନ ଓ ଅନ୍ୟଟି ପ୍ରୟାଗରାଜ ସଙ୍ଗମ। ଏଥିରୁ ପ୍ରୟଗରାଜ ଜଙ୍କସନଟି ମୁଖ୍ୟ ଷ୍ଟେସନ ଯେଉଁଠୁ ସବୁ ରେଳଗାଡି ପରିଚାଳିତ ହେଉଛି। ତେବେ ମେଳାକ୍ଷେତ୍ର ନିକଟରେ ଥିବା ପ୍ରୟାଗରାଜ ସଙ୍ଗମ ଏକ ଛୋଟ ଷ୍ଟେସନ ଓ ଏଠାରେ ଦିନକୁ ୨-୩ଟି ଟ୍ରେନ ଅଟକି ଥାଏ, ଯାହାକୁ ଭିଡ ବେଳେ ଆମେ ଅଟକାଇ ଦେଇଥାଉ। କାରଣ ଏଠାରୁ ରେଳ ପରିଚଳାନା ସୀମିତ। 


କାଲି ଆମେ ଏହି ଷ୍ଟେସନକୁ ବନ୍ଦ କରିଦେଇଥିଲୁ ଓ ଲୋକଙ୍କୁ ପ୍ରୟାଗରାଜ ଜଙ୍କସନ ଯିବାକୁ ପରାମର୍ଶ ଦିଆଯାଇଥିଲା। ତେବେ କିଛି ୱେବସାଇଟରେ ପ୍ରୟାଗରାଜ ଜଙ୍କସନ ଷ୍ଟେସନ ବନ୍ଦ ହୋଇଯାଇଥିବାର ସୂଚନା ପ୍ରସାରଣ କରିଥିଲେ। ଏଣୁ ଲୋକେ ଭ୍ରମିତ ହେଉଛନ୍ତି। ଲୋକେ ପ୍ରୟାଗରାଜ ସଙ୍ଗମ ବଦଳେ ପ୍ରୟାରାଜ ଜଙ୍କସନ ବନ୍ଦ ଭାବି ହଇରାଣ ହୋଇଛନ୍ତି।