ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍‌ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫)। ରବିବାର ସକାଳେ ସେ କାମାକ୍ଷାନଗର ଯାଉଥିବା ସମୟରେ ଗ୍ରାମ ନିକଟସ୍ଥ ଗଣ୍ଠି ଗାଡ଼ିଆ ନିକଟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଫିଙ୍ଗି ଦେଇଥିବା ବେଳେ ବାମପାଖ […] The post ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ appeared first on Dharitri Odia News.

ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ

ପରଜଙ୍ଗ,୧୮ା୮(ନିଗମାନନ୍ଦ ଦଳବେହେରା): ମହାବିରୋଡ୍‌ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ସାଆନ୍ଦା ବିଟ୍‌ ତୁଳସୀପଶି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବାଇକ୍‌ ଚାଳକ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଗୁରୁତର ବ୍ୟକ୍ତି ଜଣଙ୍କ ତୁଳସୀପଶି ଗ୍ରାମର ଦୁଷ୍ମନ୍ତ କୁମାର ସାହୁ (୪୫)। ରବିବାର ସକାଳେ ସେ କାମାକ୍ଷାନଗର ଯାଉଥିବା ସମୟରେ ଗ୍ରାମ ନିକଟସ୍ଥ ଗଣ୍ଠି ଗାଡ଼ିଆ ନିକଟରେ ହାତୀ ସହିତ ମୁହାଁମୁହିଁ ହୋଇଥିଲେ। ଫଳରେ ହାତୀ ତାଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଫିଙ୍ଗି ଦେଇଥିବା ବେଳେ ବାମପାଖ ଜଙ୍ଘରେ ଗଭୀର ଆଘାତ ଲାଗିଛି। ସ୍ଥାନୀୟ ଲୋକଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିଭିନ୍ନ ସମୟରେ ହାତୀ ମଣିଷ ମଧ୍ୟରେ ଛକାପଞ୍ଝା ଲାଗି ରହୁଥିବାରୁ ଅନେକ ସମୟରେ ଜନଜୀବନ ଅସ୍ତବ୍ୟସ୍ତ ହେଉଥିବା ବେଳେ ହାତୀ ପଲକୁ ଜନବସତି ଅଞ୍ଚଳରୁ ବିତାଡ଼ିତ କରିବାକୁ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ ପରେ ମଧ୍ୟ ବନ ବିଭାଗ ନିଷ୍କ୍ରିୟ ରହୁଥିବା ଦେଖିବାକୁ ମିଳିଛି। ଏଥିପ୍ରତି ଜିଲା ବନଖଣ୍ଡ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହୋଇଛି।

The post ବାଇକ୍‌ ଚାଳକଙ୍କୁ ଶୁଣ୍ଢରେ ଟେକି କଚାଡ଼ିଦେଲା ହାତୀ appeared first on Dharitri Odia News.