ବାଇକ୍ ଧକ୍କାରେ ବୃଦ୍ଧା ମୃତ
ବରଗଡ଼,୨୭।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ବାଇକ୍(ନଂ.ଓଡ଼ି୧୭ଜି ୨୦୬୧) ଧକ୍କା ଦେବା ଯୋଗୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଲୁଦୁପାଲି ଗ୍ରାମର ହୀରା ପାତିକାର(୮୨)। ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କ ରାସ୍ତାରେ ଯାଉଥିବାବେଳେ ଦ୍ରୁତବେଗରେ ଆସୁଥିବା ଉପରୋକ୍ତ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର […] The post ବାଇକ୍ ଧକ୍କାରେ ବୃଦ୍ଧା ମୃତ appeared first on Dharitri Odia News.
ବରଗଡ଼,୨୭।୧(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଅମ୍ବାଭୋନା ଥାନା ଅନ୍ତର୍ଗତ ଲୁଦୁପାଲି ଗ୍ରାମରେ ରବିବାର ସନ୍ଧ୍ୟାରେ ଏକ ବାଇକ୍(ନଂ.ଓଡ଼ି୧୭ଜି ୨୦୬୧) ଧକ୍କା ଦେବା ଯୋଗୁ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ଲୁଦୁପାଲି ଗ୍ରାମର ହୀରା ପାତିକାର(୮୨)। ସୂଚନା ଅନୁଯାୟୀ, ବୃଦ୍ଧା ଜଣଙ୍କ ରାସ୍ତାରେ ଯାଉଥିବାବେଳେ ଦ୍ରୁତବେଗରେ ଆସୁଥିବା ଉପରୋକ୍ତ ବାଇକ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ହୋଇଥିଲେ। ତାଙ୍କୁ ବରଗଡ଼ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଅମ୍ବାଭୋନା ଥାନା ପୋଲିସ ଏ ନେଇ ଏକ ମାମଲା (ନଂ.୧୨/୨୫) ରୁଜୁ କରିଛି। ଏହି ଘଟଣାରେ ବାଇକ୍ ଚାଳକ ଭଟଲିର ମୀନକେତନ ମେହେରଙ୍କୁ ଗିରଫ କରାଯାଇଛି। ଏହାସହ ବାଇକ୍କୁ ଜବତ କରି ପୋଲିସ ଅଧିକ ତଦନ୍ତ ଚଳାଇଛି।
The post ବାଇକ୍ ଧକ୍କାରେ ବୃଦ୍ଧା ମୃତ appeared first on Dharitri Odia News.