ବାଇକ୍ ରାଇଡ୍ରେ ବାହାରିଲେ ’ସ୍ପାଇଡର୍ମ୍ୟାନ, ସ୍ପାଇଡର୍ ଓମେନ୍’, ଗିରଫ କଲା ପୋଲିସ
ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍ ପୋଷାକ ପିନ୍ଧି ବାଇକ୍ ରାଇଡ୍ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକାଠାରେ ଏକ ମୋଟରସାଇକେଲରେ ଦୁହେଁ ବିନା ହେଲମେଟରେ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବାରୁ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଦୁଇ ଯୁବକ ଯୁବତୀଙ୍କ ପରିଚୟ ହେଉଛି ଆଦିତ୍ୟ(୨୦) ଏବଂ ତାଙ୍କ ବନ୍ଧୁ (ଅଞ୍ଜଲି) ୧୯, ବାଇକରେ ଯାଉଥିବା ଏକ ଇନଷ୍ଟାଗ୍ରାମ ରିଲ୍ ରେକର୍ଡ କରିଛନ୍ତି, ଯାହାର ନାମ “ସ୍ପାଇଡରମ୍ୟାନ୍ ନାଜାଫଗଡ […] The post ବାଇକ୍ ରାଇଡ୍ରେ ବାହାରିଲେ ’ସ୍ପାଇଡର୍ମ୍ୟାନ, ସ୍ପାଇଡର୍ ଓମେନ୍’, ଗିରଫ କଲା ପୋଲିସ appeared first on Dharitri Odia News.
ନୂଆଦିଲ୍ଲୀ,୨୬।୪: ସୁପରହିଟ୍, ସ୍ପାଇଡରମ୍ୟାନ୍ ଏବଂ ସ୍ପାଇଡର୍-ଓମେନ୍ ପୋଷାକ ପିନ୍ଧି ବାଇକ୍ ରାଇଡ୍ କରୁଥିବା ଜଣେ ଯୁବକ ଏବଂ ଯୁବତୀଙ୍କୁ ପୋଲିସ ଗିରଫ କରିଛି। ଦକ୍ଷିଣ ପଶ୍ଚିମ ଦିଲ୍ଲୀର ଦ୍ୱାରକାଠାରେ ଏକ ମୋଟରସାଇକେଲରେ ଦୁହେଁ ବିନା ହେଲମେଟରେ ଷ୍ଟଣ୍ଟ୍ ପ୍ରଦର୍ଶନ କରୁଥିବାରୁ ପୋଲିସ ଏହି କାର୍ଯ୍ୟାନୁଷ୍ଠାନ ନେଇଛି।
ଦୁଇ ଯୁବକ ଯୁବତୀଙ୍କ ପରିଚୟ ହେଉଛି ଆଦିତ୍ୟ(୨୦) ଏବଂ ତାଙ୍କ ବନ୍ଧୁ (ଅଞ୍ଜଲି) ୧୯, ବାଇକରେ ଯାଉଥିବା ଏକ ଇନଷ୍ଟାଗ୍ରାମ ରିଲ୍ ରେକର୍ଡ କରିଛନ୍ତି, ଯାହାର ନାମ “ସ୍ପାଇଡରମ୍ୟାନ୍ ନାଜାଫଗଡ ପାର୍ଟ-୫” ରହିଛି। ଭିଡିଓରେ, ଚାଲାକ ଜଣକ ହାତ ଛାଡି ବାଇକ ଚଳାଉଥିଲା ବେଳେ ପଛରେ ବସି ଯୁବତୀ ଜଣକ ଏହାର ମଜା ନେଉଥିଲେ।
ରିଲ ଭାଇରାଲ ହେବା ପରେ ଦିଲ୍ଲୀ ଟ୍ରାଫିକ ପୋଲିସ ଦୁହିଁଙ୍କୁ ଗିରଫ କରି ମୋଟର ଯାନ ଅଧିନିୟମ ଅନୁଯାୟୀ ଏକ ଚାଲାଣ ଜାରି କରିଛି। ତେବେ ଏହା ପ୍ରଥମ ଥର ନୁହେଁ ଯେ “ନଜାଫଗଡ ସ୍ପାଇଡରମ୍ୟାନ୍” ଏପରି ପ୍ରଥମ ଥର କରିଛନ୍ତି। ପୂର୍ବରୁ ମଧ୍ୟ ସେ ଏପ୍ରକାର କାଣ୍ଡ କରିଛନ୍ତି।
The post ବାଇକ୍ ରାଇଡ୍ରେ ବାହାରିଲେ ’ସ୍ପାଇଡର୍ମ୍ୟାନ, ସ୍ପାଇଡର୍ ଓମେନ୍’, ଗିରଫ କଲା ପୋଲିସ appeared first on Dharitri Odia News.

(@indianspidey_official)