ୟୁଏଇରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳ
ଦୁବାଇ,୨୨ା୨ବନ୍ଧୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ୟୁଏଇରେ ପହଞ୍ଚିଛି ଭାରତୀୟ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦଳ। ଭାରତ ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଦୃଷ୍ଟିବାଧିତ କ୍ରିକେଟକୁ ନେଇ ସଚେତନତା ସୃଷ୍ଟି କରିବା ଏହି ସିରିଜ୍ର ଳକ୍ଷ୍ୟ ରହିଛି। ଭାରତୀୟ ଦଳ ବୁଧବାର ୟୁଏଇରେ ପହଞ୍ଚିଛି। ସିରିଜ୍ ପୂର୍ବରୁ ବେଙ୍ଗାଲୁରୁରେ ୧୨ ଦିନିଆ ଅଭ୍ୟାସ କ୍ୟାମ୍ପ ହୋଇଥିଲା। କ୍ୟାମ୍ପରେ ପ୍ରଦର୍ଶନ ଆଧାରରେ ଦଳ ଚୟନ କରାଯାଇଥିଲା। ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି […] The post ୟୁଏଇରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳ appeared first on Dharitri Odia News.
ଦୁବାଇ,୨୨ା୨ବନ୍ଧୁତ୍ୱପୂର୍ଣ୍ଣ ତ୍ରିରାଷ୍ଟ୍ରୀୟ ସିରିଜ ପାଇଁ ୟୁଏଇରେ ପହଞ୍ଚିଛି ଭାରତୀୟ ଦୃଷ୍ଟିବାଧିତ ପୁରୁଷ କ୍ରିକେଟ ଦଳ। ଭାରତ ବ୍ୟତୀତ ପାକିସ୍ତାନ ଓ ବାଂଲାଦେଶ ଏହି ଟୁର୍ନାମେଣ୍ଟରେ ଅଂଶଗ୍ରହଣ କରୁଛନ୍ତି। ଦୃଷ୍ଟିବାଧିତ କ୍ରିକେଟକୁ ନେଇ ସଚେତନତା ସୃଷ୍ଟି କରିବା ଏହି ସିରିଜ୍ର ଳକ୍ଷ୍ୟ ରହିଛି। ଭାରତୀୟ ଦଳ ବୁଧବାର ୟୁଏଇରେ ପହଞ୍ଚିଛି। ସିରିଜ୍ ପୂର୍ବରୁ ବେଙ୍ଗାଲୁରୁରେ ୧୨ ଦିନିଆ ଅଭ୍ୟାସ କ୍ୟାମ୍ପ ହୋଇଥିଲା। କ୍ୟାମ୍ପରେ ପ୍ରଦର୍ଶନ ଆଧାରରେ ଦଳ ଚୟନ କରାଯାଇଥିଲା। ଏହି ଦଳରେ ୪ ଜଣ ଓଡ଼ିଆ ଖେଳାଳି ସ୍ଥାନ ପାଇଛନ୍ତି। ଦେବରାଜ ବେହେରା, ପଙ୍କଜ ଭୁଏ, ନକୁଳ ବଡନାୟକ ଓ ସୁଖରାମ ମାଝୀ ଏହି ଦଳରେ ସ୍ଥାନ ପାଇଛନ୍ତି।
The post ୟୁଏଇରେ ଭାରତୀୟ ଦୃଷ୍ଟିବାଧିତ କ୍ରିକେଟ ଦଳ appeared first on Dharitri Odia News.