ବାଇକ୍ ଷ୍ଟଣ୍ଟ ହେଲା କାଳ, ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ

ଚୌଦ୍ୱାର  : ବାଇକ୍ ଷ୍ଟଣ୍ଟ ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । କଟକ ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଦୁଇ ଛାତ୍ର ବାଇକରୁ ପଡ଼ି ଜୀବନ ହାରିଛନ୍ତି। ମାହାଙ୍ଗା ଥାନା ଅଞ୍ଚଳର ଦୁଇ ଛାତ୍ର ନିହାର ଚନ୍ଦ୍ର ପ୍ରଧାନ ଓ ସତ୍ୟବ୍ରତ ରାମ ଡ୍ରିମ୍ସ ୟୁନିର୍ଭସିଟିରୁ ପରୀକ୍ଷା ଦେଇ ବାଇକରେ ଦ୍ରୁତ ଗତିରେ ଯିବା ସହ ଷ୍ଟଣ୍ଟ ଦେଖୋଉଥିବା ବେଳେ ବାଇକରୁ ଖସିପଡ଼ିଥିଲେ । ଫଳରେ ଦୁଇ […] The post ବାଇକ୍ ଷ୍ଟଣ୍ଟ ହେଲା କାଳ, ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ appeared first on KNews Odisha.

ବାଇକ୍ ଷ୍ଟଣ୍ଟ ହେଲା କାଳ, ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ
accident

ଚୌଦ୍ୱାର  : ବାଇକ୍ ଷ୍ଟଣ୍ଟ ହେଲା କାଳ । ଦୁର୍ଘଟଣାରେ ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ । କଟକ ଟାଙ୍ଗୀ ଥାନା ୧୬ନଂ ଜାତୀୟ ରାଜପଥ ଗୋବିନ୍ଦପୁର ନିକଟରେ ଦୁଇ ଛାତ୍ର ବାଇକରୁ ପଡ଼ି ଜୀବନ ହାରିଛନ୍ତି। ମାହାଙ୍ଗା ଥାନା ଅଞ୍ଚଳର ଦୁଇ ଛାତ୍ର ନିହାର ଚନ୍ଦ୍ର ପ୍ରଧାନ ଓ ସତ୍ୟବ୍ରତ ରାମ ଡ୍ରିମ୍ସ ୟୁନିର୍ଭସିଟିରୁ ପରୀକ୍ଷା ଦେଇ ବାଇକରେ ଦ୍ରୁତ ଗତିରେ ଯିବା ସହ ଷ୍ଟଣ୍ଟ ଦେଖୋଉଥିବା ବେଳେ ବାଇକରୁ ଖସିପଡ଼ିଥିଲେ ।

ଫଳରେ ଦୁଇ ଜଣଙ୍କ ମୁଣ୍ଡ ପିଚୁରେ ମାଡ଼ ହୋଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଛାତ୍ରଙ୍କୁ ଡ୍ରିମ୍ସ ପଦ୍ମିନୀ ମେଡିକାଲକୁ ଅଣାଯାଇଥିଲା। ଟାଙ୍ଗୀ ପୋଲିସ ପହଞ୍ଚି ତଦନ୍ତ କରିବା ସହ ଶବ ଦୁଇଟିକୁ ବ୍ୟବଛେଦ ପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଯାଇଛି।

The post ବାଇକ୍ ଷ୍ଟଣ୍ଟ ହେଲା କାଳ, ଚାଲିଗଲା ଦୁଇ ଛାତ୍ରଙ୍କ ଜୀବନ appeared first on KNews Odisha.