ବାଇକ୍କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର
ପାଟଣା,୧୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଧପୁର ନିକଟରେ ଗୁରୁବାର ପୂର୍ବାହ୍ନ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ ଧକ୍କା ଦେବା ଫଳରେ ଅଟୋରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ବ୍ୟକ୍ତି ହେଉଛନ୍ତି ଏହି ଥାନା ବାଦୁଡ଼ି ଘେରା ଗ୍ରାମର ଦିଲ୍ଲୀପ ନାଏକ (୩୨) ଓ ସଦର ଥାନା କାଠ ଭାରି ଗ୍ରାମର ହୀରାଲାଲ ନାଏକ(୧୮)। ଏକ ବାଇକ୍କୁ ବଞ୍ଚାଇବାକୁ ଯାଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା […] The post ବାଇକ୍କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର appeared first on Dharitri Odia News.
ପାଟଣା,୧୯ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ମାଧପୁର ନିକଟରେ ଗୁରୁବାର ପୂର୍ବାହ୍ନ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ ଧକ୍କା ଦେବା ଫଳରେ ଅଟୋରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ବ୍ୟକ୍ତି ହେଉଛନ୍ତି ଏହି ଥାନା ବାଦୁଡ଼ି ଘେରା ଗ୍ରାମର ଦିଲ୍ଲୀପ ନାଏକ (୩୨) ଓ ସଦର ଥାନା କାଠ ଭାରି ଗ୍ରାମର ହୀରାଲାଲ ନାଏକ(୧୮)। ଏକ ବାଇକ୍କୁ ବଞ୍ଚାଇବାକୁ ଯାଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରତ୍ୟକ୍ଷଦର୍ଶୀ କହିଛନ୍ତ। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ହେବାରୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
The post ବାଇକ୍କୁ ବଞ୍ଚାଇବାକୁ ଯାଇ ଗଛରେ ପିଟିହେଲା ଅଟୋ, ୨ ଗୁରୁତର appeared first on Dharitri Odia News.