ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଭାଜପାକୁ ବଡ ଝଟ୍‌କା

ଜୟପୁର,୨୧।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗୁରୁବାର ରାଜସ୍ଥାନରେ ଭାଜପାକୁ ବଡ ଝଟକା ଲାଗିଛି। ପୂର୍ବତନ ଭାଜପା ବିଧାୟକ ତଥା ଭେଟେରାନ ଗୁର୍ଜର ନେତା ପ୍ରହ୍ଲାଦ ଗୁଞ୍ଜଲ କଂଗ୍ରେସରେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଗଠନର ପୃଷ୍ଠଭୂମିରୁ ଆସିଥିବା ଗୁଞ୍ଜଲଙ୍କର ରାଜସ୍ଥାନର ୩ରୁ ୪ଟି ଜିଲାର ଗୁର୍ଜର ସମ୍ପ୍ରଦାୟରେ ବହୁତ ପ୍ରଭାବ ରହିଛି। ଗୁଞ୍ଜଲ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ନିକଟତର ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ […] The post ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଭାଜପାକୁ ବଡ ଝଟ୍‌କା appeared first on Dharitri Odia News.

ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଭାଜପାକୁ ବଡ ଝଟ୍‌କା

ଜୟପୁର,୨୧।୩: ଲୋକ ସଭା ନିର୍ବାଚନ ତାରିଖ ଘୋଷଣା ହେବା ପରେ ଗୁରୁବାର ରାଜସ୍ଥାନରେ ଭାଜପାକୁ ବଡ ଝଟକା ଲାଗିଛି। ପୂର୍ବତନ ଭାଜପା ବିଧାୟକ ତଥା ଭେଟେରାନ ଗୁର୍ଜର ନେତା ପ୍ରହ୍ଲାଦ ଗୁଞ୍ଜଲ କଂଗ୍ରେସରେ ଯୋଗ ଦେଇଥିଲେ। ରାଷ୍ଟ୍ରୀୟ ସ୍ବୟଂ ସେବାକ ସଂଗଠନର ପୃଷ୍ଠଭୂମିରୁ ଆସିଥିବା ଗୁଞ୍ଜଲଙ୍କର ରାଜସ୍ଥାନର ୩ରୁ ୪ଟି ଜିଲାର ଗୁର୍ଜର ସମ୍ପ୍ରଦାୟରେ ବହୁତ ପ୍ରଭାବ ରହିଛି।

ଗୁଞ୍ଜଲ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ସହ ନିକଟତର ଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ ଏବଂ କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ଗୋବିନ୍ଦ ସିଂ ଡୋଟାସରା ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ଗୁଞ୍ଜଲ କଂଗ୍ରେସରେ ଯୋଗ ଦେଇଥିଲେ। ସୂଚନାନୁସାରେ, ଲୋକ ସଭା ବାଚସ୍ପତି ଓମ ବିର୍ଲାଙ୍କ ବିରୋଧରେ କୋଟା-ବୁନ୍ଦି ସଂସଦୀୟ ଆସନରୁ କଂଗ୍ରେସ ଗୁଞ୍ଜଲଙ୍କୁ ମଇଦାନକୁ ଓହ୍ଲାଇବ।
ଗୁଞ୍ଜଲ ତାଙ୍କ ନାମ ନ ନେଇ ବିର୍ଲାଙ୍କୁ ଟାର୍ଗେଟ କରିଥିଲେ। ସେ କହିଛନ୍ତି କୋଟା ସଂଭାଗରେ ଦୁଇ ଭାଇ ଅଛନ୍ତି, ଜଣେ ବଡ଼ ଭାଇ ଏବଂ ଅନ୍ୟ ଜଣେ ସାନ ଭାଇ। ଗୋଟିଏ ପାର୍ଶ୍ୱରେ ସ୍ବାର୍ଥପରତା ଏବଂ ଅନ୍ୟ ପଟେ ଲୁଟ। ସେ କହିଛନ୍ତି, ମୁଁ ଭାଜପାର କାହା ପାଇଁ ଜୁନିୟର ନୁହେଁ। ଯେତେବେଳେ ମୁଁ ପ୍ରଥମ ଥର ପାଇଁ ବିଧାୟକ ହେଲି, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସରପଞ୍ଚ ହେବାକୁ ଦୌଡ଼ରେ ଥିଲେ।
କୋଟା ସଂଭାଗର ଯୁବ ନେତା ନରେଶ ମୀଣା ମଧ୍ୟ ଗୁରୁବାର କଂଗ୍ରେସରେ ଯୋଗ ଦେଇଛନ୍ତି। ସୂଚନାଯୋଗ୍ୟ ଯେ ପୂର୍ବରୁ ଚୁରୁର ଭାଜପା ଏମପି ରାହୁଲ କାସୱା କଂଗ୍ରେସରେ ଯୋଗ ଦେଇଥିଲେ।

The post ଲୋକ ସଭା ନିର୍ବାଚନ ପୂର୍ବରୁ ରାଜସ୍ଥାନରେ ଭାଜପାକୁ ବଡ ଝଟ୍‌କା appeared first on Dharitri Odia News.