ବାଇକ୍‌ରେ ଆସି ମହିଳାଙ୍କ ଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା

ଟଙ୍କା ଉଠାଇ ଚାଲି ଚାଲି ଘରକୁ ଫେରୁଥିବେଳେ ମହିଲାଙ୍କ ଟଙ୍କା ବ୍ୟାଗକୁ ଦୁଇଜଣ ଲୁଟେରା ଝାମ୍ପି ନେଇଥିଲେ।

ବାଇକ୍‌ରେ ଆସି ମହିଳାଙ୍କ ଠାରୁ ଝାମ୍ପି ନେଲେ ୫୦ ହଜାର ଟଙ୍କା

ଦୁଇ ଜଣ ଲୁଟେରା ବାଇକରେ ଆସି ଜଣେ ମହିଳାଙ୍କ ଠାରୁ ଝାମ୍ପି ନେଇଗଲେ ୫୦ହଜାର ଟଙ୍କା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଛକ ନିକଟସ୍ଥ ବେହେରା ଗଳିରେ ଘଟିଛି ଏହି ଘଟଣା। 

ଆଜି ଦିନ ପ୍ରାୟ ୧୧ଟା ବେଳେ ଲୋକାପଡ଼ା ଗାଁର ରଶ୍ମିତା ରାୟ ଆଳି ଷ୍ଟେଟ ବ୍ୟାଙ୍କ ଶାଖାରୁ ୫୦ ହଜାର ଟଙ୍କା ଉଠାଇ ଘରକୁ ଚାଲି ଚାଲି ଫେରୁଥିଲେ। ଆଳି ଥାନା ଛକ ନିକଟ ବେହେରା ଗଳିରେ ତାଙ୍କ ଟଙ୍କା ବ୍ୟାଗକୁ ଦୁଇ ଜଣ ଲୁଟେରା ଝାମ୍ପି ନେଇଥିଲେ। ଲୁଟେରା ଦ୍ୱୟ ବାଇକରେ ଆସିଥିଲେ। ମହିଳା ଜଣଙ୍କ ପାଟି କରିବାରୁ ଆଖିପିଛୁଳାକେ ଲୁଟେରା ଦ୍ୱୟ ବାଇକ ଯୋଗେ ଫେରାର ହୋଇଯାଇଥିଲେ।  

ବ୍ୟାଗରେ ୫୦ ହଜାର ଟଙ୍କା ସହ ରଶ୍ମିତା ରାୟଙ୍କ ମୋବାଇଲ, ବ୍ୟାଙ୍କ୍ ପାସ୍‌ବୁକ୍ ଓ ଅଧାର କାର୍ଡ ଥିଲା। ଏହି ଘଟଣା ନେଇ ରଶ୍ମିତା ରାୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି। 

ରିପୋର୍ଟ- ଆଳିରୁ ବନମାଳୀ ସାହୁ