ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ସାଂସଦ ସୁଲତା ଦେଓ

ରାଜ୍ୟସଭାରେ ବିଜେପିକୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଟାର୍ଗେଟ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜର ମନ୍ତବ୍ୟ ରଖି ବିଜେପିକୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ନିଜର ଅଭିଭାଷଣରେ ଲୋକସଭା ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଥିବା କହିଥିଲେ ରାଷ୍ଟ୍ରପତି। ତେବେ ଏହାର ସତ୍ୟତା ଭିନ୍ନ ବୋଲି କହିଛନ୍ତି ସୁଲତା ଦେଓ । ଓଡ଼ିଶାରେ ନିର୍ବାଚନ ବେଳେ ମିଥ୍ୟା ତଥ୍ୟକୁ ନେଇ ବିଜେପି ପ୍ରଚାର କରିଥିଲା । […] The post ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ସାଂସଦ ସୁଲତା ଦେଓ appeared first on KNews Odisha.

ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ସାଂସଦ ସୁଲତା ଦେଓ
sulata deo

ରାଜ୍ୟସଭାରେ ବିଜେପିକୁ ବିଜେଡି ସାଂସଦ ସୁଲତା ଦେଓଙ୍କ ଟାର୍ଗେଟ । ସଂସଦରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବରେ ନିଜର ମନ୍ତବ୍ୟ ରଖି ବିଜେପିକୁ ଟାର୍ଗେଟ କରିଛନ୍ତି ରାଜ୍ୟସଭା ସାଂସଦ ସୁଲତା ଦେଓ । ନିଜର ଅଭିଭାଷଣରେ ଲୋକସଭା ନିର୍ବାଚନ ସୁରୁଖୁରୁରେ ଶେଷ ହୋଇଥିବା କହିଥିଲେ ରାଷ୍ଟ୍ରପତି। ତେବେ ଏହାର ସତ୍ୟତା ଭିନ୍ନ ବୋଲି କହିଛନ୍ତି ସୁଲତା ଦେଓ ।

ଓଡ଼ିଶାରେ ନିର୍ବାଚନ ବେଳେ ମିଥ୍ୟା ତଥ୍ୟକୁ ନେଇ ବିଜେପି ପ୍ରଚାର କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜେ ନିର୍ବାଚନୀ ସଭାରେ ନିଜ ପଦର ଗରିମାକୁ ଭୁଲିଯାଇ ବିଜେଡି ସୁପ୍ରିମୋଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଟିପ୍ପଣୀ ଦେଇଥିଲେ । କ୍ଷମତାକୁ ଆସିଲେ ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ କରିବାକୁ କମିଟି କରାଯିବ ବୋଲି ମଧ୍ୟ କହିଥିଲେ ମୋଦି । କିନ୍ତୁ ବିଜେପି ସରକାରର ଶପଥ ଗ୍ରହଣ ସମାରୋହରେ ନିଜେ ନବୀନ ଯୋଗ ଦେଇ ସ୍ବାସ୍ଥ୍ୟାବସ୍ଥାର ପ୍ରମାଣ ଦେଇଛନ୍ତି ବୋଲି କହିଛନ୍ତି ସୁଲତା ।

ସେହିପରି ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି । ରତ୍ନଭଣ୍ଡାର ଚାବି ସୁରକ୍ଷିତ ଥିବା ଖୋଦ ମହାପ୍ରଭୁଙ୍କ ଆଦ୍ୟସେବକ ଗଜପତି ମହାରାଜ କହିଛନ୍ତି । କ୍ଷମତାକୁ ଆସିବାର ଛଅରୁ ସାତ ଦିନ ମଧ୍ୟରେ ରତ୍ନଭଣ୍ଡାର ଖୋଲିବାକୁ ଘୋଷଣା କରିଥିଲେ ମଧ୍ୟ ଏବେ ଯାଏ କାହିଁକି ବିଜେପି ସରକାର ଏହାକୁ ଖୋଲୁନାହିଁ ବୋଲି ସୁଲତା ପ୍ରଶ୍ନ କରିଛନ୍ତି ।

The post ରାଜ୍ୟସଭାରେ ବିଜେପିକୁ ଟାର୍ଗେଟ କଲେ ବିଜେଡି ସାଂସଦ ସୁଲତା ଦେଓ appeared first on KNews Odisha.