ବାଇକ୍ରେ ଆସିଲେ; ମହିଳାଙ୍କ ବେକରୁ ସୁନା ଚେନ ନେଇ ଚମ୍ପଟ ମାରିଲେ
ଆଜି ଭୋର ୫ଟା ୩୦ ସମୟରେ ଅଞ୍ଜୁ ବେହେରା ନାମକ ଜଣେ ମହିଳା ନିଜ ଘର ପାଖରେ ମର୍ଣ୍ଣିଂ ୱାକ୍ କରୁଥିଲେ।
ଘର ଆଗରୁ ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେଇ ଚମ୍ପଟ ମାରିଲେ ଲୁଟେରା। ଏପରି ଘଟଣା ଘଟିଛି କଟକ ସଦର ଥାନା ବାଲିକୁଦା ଜଗନ୍ନାଥ କଲୋନୀରେ।
ଆଜି ଭୋର ୫ଟା ୩୦ ସମୟରେ ଅଞ୍ଜୁ ବେହେରା ନାମକ ଜଣେ ମହିଳା ନିଜ ଘର ପାଖରେ ମର୍ଣ୍ଣିଂ ୱାକ୍ କରୁଥିଲେ। ଏହି ସମୟରେ ୩ ଜଣ ଯୁବକ ଏକ ବାଇକ୍ ଆସି ମାରଣାସ୍ତ୍ର ଦେଖାଇ ଭୟବୀତ କରିଥିଲେ। ଅଞ୍ଜୁ ଭୟବୀତ ହୋଇ ନିଜ ଘର ନିକଟକୁ ଦୌଡ଼ି ପଳାଇ ଆସିଥିଲେ। ହେଲେ ଲୁଟେରା ମାନେ ତାଙ୍କୁ ଛାଡ଼ି ନଥିଲେ। ଅଞ୍ଜୁଙ୍କ ପଛେ ପଛେ ଆସି ଘର ସାମ୍ନାରୁ ମାରଣାସ୍ତ୍ର ଦେଖାଇ ସୁନା ଚେନ୍ ନେଇ ଚମ୍ପଟ ମାରିଥିଲେ।
ପୂରା ଘଟଣା ରାସ୍ତାରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି। ଏନେଇ ଅଞ୍ଜୁ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରୁଛି।
#ମର୍ଣ୍ଣିଂୱାକ୍_ବେଳେ_ଚେନ୍_ଲୁଟ୍
କଟକ: ମର୍ଣ୍ଣିଂୱାକ୍ ବେଳେ ମହିଳାଙ୍କଠୁ ସୁନା ଚେନ୍ ଲୁଟ୍ । ବାଲିକୁଦା ଜଗନ୍ନାଥ କଲୋନୀରେ ମହିଳାଙ୍କ ଠାରୁ ଲୁଟ୍ । ୩ ଦୁର୍ବୃତ୍ତ ବାଇକରେ ଆସି ମାରଣାସ୍ତ୍ର ଦେଖାଇ ଲୁଟିନେଲେ ସୁନା ଚେନ୍ । ଏନେଇ ସଦର ଥାନାରେ ଅଭିଯୋଗ କରିଛନ୍ତି ମହିଳା । ଦେଖନ୍ତୁ ଭିଡିଓ... #Odisha #Loot #Cuttack pic.twitter.com/kCC8oLF0Hh— Odisha Reporter (@OdishaReporter) June 28, 2024