ବାଇଜୁରେ ଜାରି ଆର୍ଥିକ ସଙ୍କଟ, ଏବେ ବିନା ନୋଟିସ୍‌ରେ ହେଉଛି କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ: ବଢ଼ୁଛି ବାଇଜୁର ସଙ୍କଟ। ଏବେ ବାଇଜୁର ପ୍ୟାରେଣ୍ଟ କମ୍ପାନି ଥିଙ୍କ୍‌ ଆଣ୍ଡ୍‌ ଲର୍ଣ୍ଣ ଆର୍ଥିକ ସଙ୍କଟ କାରଣରୁ ଛଟେଇ କରୁଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଇଜୁ ଏହାର କର୍ମଚାରୀଙ୍କୁ ଫୋନ୍‌ କଲ୍‌ ମାଧ୍ୟରେ ଚାକିରିରୁ ବାହାର କରିବା ଆରମ୍ଭ କରିଛି।କୁହାଯାଉଛି, କମ୍ପାନି ୧୦୦ରୁ ୫୦୦ କର୍ମଚାରୀଙ୍କୁ ବାହାର କରିପାରେ। ସୂଚନାଥାଉକି, ଗତ ଦୁଇ ବର୍ଷରୁ ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରିଛି କମ୍ପାନି।        ନିକଟରେ କମ୍ପାନି ଏହାର କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମାରେ ପୁଣି ବିଳମ୍ବ ହେବା ନେଇ କହିଛି। କମ୍ପାନି ଏହି ସ୍ଥିତି ପାଇଁ ଅନ୍ତରୀଣ ଆଦେଶକୁ ଦାୟୀ କରିଛି। ଏହି ଅନ୍ତରୀଣ ଆଦେଶ ଫେବ୍ରୁଆରୀ ଶେଷରେ କିଛି ବିଦେଶୀ ନିବେଶକଙ୍କ ଦ୍ବାରା ମିଳିଥିଳଶ। ଏହା ଅନୁଯାୟୀ, ରାଇଟ୍ସ ଇସ୍ୟୁ ମାଧ୍ୟରେ ଏକାଠି କରିଥିବା ଟଙ୍କାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅବଶ୍ୟ ବାଇଜୁ କର୍ମଚାରୀଙ୍କୁ ଏହା ଆଶ୍ବସନା ଦିଆଯାଇଛି ଯେ, କର୍ମଚାରୀଙ୍କୁ ଆଠ ଏପ୍ରିଲ୍‌ ସୁଦ୍ଧା ଦରମା ଦେବାକୁ ଉଦ୍ୟମ କରାଯାଉଛି। 

ବାଇଜୁରେ ଜାରି ଆର୍ଥିକ ସଙ୍କଟ, ଏବେ ବିନା ନୋଟିସ୍‌ରେ ହେଉଛି କର୍ମଚାରୀଙ୍କ ଛଟେଇ

ନୂଆଦିଲ୍ଲୀ: ବଢ଼ୁଛି ବାଇଜୁର ସଙ୍କଟ। ଏବେ ବାଇଜୁର ପ୍ୟାରେଣ୍ଟ କମ୍ପାନି ଥିଙ୍କ୍‌ ଆଣ୍ଡ୍‌ ଲର୍ଣ୍ଣ ଆର୍ଥିକ ସଙ୍କଟ କାରଣରୁ ଛଟେଇ କରୁଛି। ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ବାଇଜୁ ଏହାର କର୍ମଚାରୀଙ୍କୁ ଫୋନ୍‌ କଲ୍‌ ମାଧ୍ୟରେ ଚାକିରିରୁ ବାହାର କରିବା ଆରମ୍ଭ କରିଛି।କୁହାଯାଉଛି, କମ୍ପାନି ୧୦୦ରୁ ୫୦୦ କର୍ମଚାରୀଙ୍କୁ ବାହାର କରିପାରେ। ସୂଚନାଥାଉକି, ଗତ ଦୁଇ ବର୍ଷରୁ ପ୍ରାୟ ୧୦ ହଜାରରୁ ଅଧିକ କର୍ମଚାରୀଙ୍କୁ ବାହାର କରିଛି କମ୍ପାନି।        

ନିକଟରେ କମ୍ପାନି ଏହାର କର୍ମଚାରୀଙ୍କୁ ମାର୍ଚ୍ଚ ମାସର ଦରମାରେ ପୁଣି ବିଳମ୍ବ ହେବା ନେଇ କହିଛି। କମ୍ପାନି ଏହି ସ୍ଥିତି ପାଇଁ ଅନ୍ତରୀଣ ଆଦେଶକୁ ଦାୟୀ କରିଛି। ଏହି ଅନ୍ତରୀଣ ଆଦେଶ ଫେବ୍ରୁଆରୀ ଶେଷରେ କିଛି ବିଦେଶୀ ନିବେଶକଙ୍କ ଦ୍ବାରା ମିଳିଥିଳଶ। ଏହା ଅନୁଯାୟୀ, ରାଇଟ୍ସ ଇସ୍ୟୁ ମାଧ୍ୟରେ ଏକାଠି କରିଥିବା ଟଙ୍କାର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅବଶ୍ୟ ବାଇଜୁ କର୍ମଚାରୀଙ୍କୁ ଏହା ଆଶ୍ବସନା ଦିଆଯାଇଛି ଯେ, କର୍ମଚାରୀଙ୍କୁ ଆଠ ଏପ୍ରିଲ୍‌ ସୁଦ୍ଧା ଦରମା ଦେବାକୁ ଉଦ୍ୟମ କରାଯାଉଛି।