ସମ୍ବଲପୁରରେ ବିଜେପିର ପ୍ରତିଷ୍ଠା ଦିବସ ପାଳିଲେ ଧର୍ମେନ୍ଦ୍ର ପ୍ରଧାନ
ସମ୍ବଲପୁର: ସମ୍ବଲପୁରରେ ବିଜେପିର ପ୍ରତିଷ୍ଠା ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ବିଜେପିକୁ ବିରାଟ ବଟ୍ଟବୃକ୍ଷରେ ପରିଣତ କରିଥିବା ବରିଷ୍ଠ ନେତାଗଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଣାମ । ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି । ବିଜେପି ଜନତାଙ୍କ ପାଇଁ ସେବା, ସମର୍ପଣ ଏବଂ ବିଶ୍ବାସର ସମକକ୍ଷ ହୋଇଛି । ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ବିକଶିତ ଭାରତ ଗଠନ ଏବଂ ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । Also read: ବିଜେପି ଛାଡ଼ିଲେ ରଘୁ ମହାନ୍ତି, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ରପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ନେତୃତ୍ବ, ଶୀର୍ଷ ନେତୃତ୍ବ ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ବାର୍ଥପର ସେବା ମନୋଭାବ ଯୋଗୁଁ ଆଜି ଦେଶ ବିଶ୍ଵଗୁରୁତ ହେବାକୁ ଯାଉଛି । ବିଜେପି ଦେଶର ସବୁଠାରୁ ବିଶ୍ବସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଥିବା ବେଳେ ଜନସାଧାରଣଙ୍କ ପ୍ରଥମ ପସନ୍ଦ ହୋଇଛି । ଆଇନ ଶୃଙ୍ଖଳା, ସ୍ବଚ
ସମ୍ବଲପୁର: ସମ୍ବଲପୁରରେ ବିଜେପିର ପ୍ରତିଷ୍ଠା ଦିବସ ପାଳିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ସେ କହିଛନ୍ତି, ଅକ୍ଳାନ୍ତ ପରିଶ୍ରମ ମାଧ୍ୟମରେ ବିଜେପିକୁ ବିରାଟ ବଟ୍ଟବୃକ୍ଷରେ ପରିଣତ କରିଥିବା ବରିଷ୍ଠ ନେତାଗଣ ଏବଂ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଣାମ । ଡକ୍ଟର ଶ୍ୟାମା ପ୍ରସାଦ ମୁଖାର୍ଜୀ ଏବଂ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ଜୀଙ୍କ ଭଳି ରାଷ୍ଟ୍ରୀୟ ସେବକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ବିଜେପି ବିଶ୍ୱର ସର୍ବବୃହତ ରାଜନୈତିକ ପରିବାରରେ ପରିଣତ ହୋଇଛି । ବିଜେପି ଜନତାଙ୍କ ପାଇଁ ସେବା, ସମର୍ପଣ ଏବଂ ବିଶ୍ବାସର ସମକକ୍ଷ ହୋଇଛି । ଅନ୍ତ୍ୟୋଦୟ, ସେବା ହିଁ ସଂଗଠନ ଭଳି କାଳଜୟୀ ଚିନ୍ତାଧାରାରୁ ପ୍ରେରଣା ନେଇ ବିକଶିତ ଭାରତ ଗଠନ ଏବଂ ଭାରତ ମାତାର ଗୌରବ ବଢ଼ାଇବା ପାଇଁ ନିରନ୍ତର ପ୍ରୟାସ କରିବା ପାଇଁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
Also read: ବିଜେପି ଛାଡ଼ିଲେ ରଘୁ ମହାନ୍ତି, ରାଜ୍ୟ ସଭାପତିଙ୍କ ନିକଟକୁ ପଠାଇଲେ ଇସ୍ତଫାପତ୍ର
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭୂତପୂର୍ବ ନେତୃତ୍ବ, ଶୀର୍ଷ ନେତୃତ୍ବ ପ୍ରୟାସ ଏବଂ କର୍ମଠ କାର୍ଯ୍ୟକର୍ତ୍ତାଙ୍କ ନିଃସ୍ବାର୍ଥପର ସେବା ମନୋଭାବ ଯୋଗୁଁ ଆଜି ଦେଶ ବିଶ୍ଵଗୁରୁତ ହେବାକୁ ଯାଉଛି । ବିଜେପି ଦେଶର ସବୁଠାରୁ ବିଶ୍ବସ୍ତ ରାଜନୈତିକ ଦଳ ଭାବରେ ଉଭା ହୋଇଥିବା ବେଳେ ଜନସାଧାରଣଙ୍କ ପ୍ରଥମ ପସନ୍ଦ ହୋଇଛି । ଆଇନ ଶୃଙ୍ଖଳା, ସ୍ବଚ୍ଛ ପାନୀୟ ଜଳ, ବେରୋଜଗାରୀ ତଥା ମୌଳିକ ସମସ୍ୟା ଉପଲବ୍ଧି ନହେବା ଓଡ଼ିଶାରେ ନିର୍ବାଚନ ପ୍ରସଙ୍ଗ ହୋଇଛି । ଏହି ଅବସରରେ ଫିର୍ ଏକ ବାର୍ ମୋଦୀ ସରକାର, ଓଡ଼ିଶାରେ ଦରକାର, ଡବଲ ଇଞ୍ଜିନ ସରକାରର ନାରା ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଜେପିକୁ ବିଜୟୀ କରିବା ସହ ମୋଦୀଙ୍କ ହାତମୁଠାକୁ ଟାଣ କରିବା ହେଉ ଆମର ସଂକଳ୍ପ ହେଉ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।