ସୋନପୁର ବିଡ଼ିଓଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା ସହ ପ୍ରତିବାଦ କଲେ ଜିଲ୍ଲା ଓଏଏସ ଅଧିକାରୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସ୍ଥାନୀୟ ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ଗତ ତା ୦୧/୧୧/୨୪ ରିଖ ଦିନ କାର୍ଯ୍ୟାଳୟ କକ୍ଷରେ ହୋଇଥିବା ଆକ୍ରମଣ ର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଏଏସ ଅଧିକାରୀ ସମୂହଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଡ଼ିଓ ସୋନପୁର ଶ୍ରୀ ସ୍ୱାଇଁ ଙ୍କୁ ଅଫିସ କାର୍ଯ୍ୟାଳୟ ରେ ଜୈନେକ […] The post ସୋନପୁର ବିଡ଼ିଓଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା ସହ ପ୍ରତିବାଦ କଲେ ଜିଲ୍ଲା ଓଏଏସ ଅଧିକାରୀ appeared first on Odisha.News.

ସୋନପୁର ବିଡ଼ିଓଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା ସହ ପ୍ରତିବାଦ କଲେ ଜିଲ୍ଲା ଓଏଏସ ଅଧିକାରୀ

ସୁବର୍ଣ୍ଣପୁର ( ରାଜ କିଶୋର ତ୍ରିପାଠୀ ) ସ୍ଥାନୀୟ ଜିଲ୍ଲା ସର୍କିଟ ହାଉସ ସମ୍ମିଳନୀ କକ୍ଷରେ ସୋନପୁର ବିଡ଼ିଓ ସୌମ୍ୟ ରଞ୍ଜନ ସ୍ବାଇଁଙ୍କୁ ଗତ ତା ୦୧/୧୧/୨୪ ରିଖ ଦିନ କାର୍ଯ୍ୟାଳୟ କକ୍ଷରେ ହୋଇଥିବା ଆକ୍ରମଣ ର ପ୍ରତିବାଦ ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ଅଞ୍ଜଳିନା ପ୍ରଧାନ ଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ଓଏଏସ ଅଧିକାରୀ ସମୂହଙ୍କୁ ନେଇ ଏକ ପ୍ରତିବାଦ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ବିଡ଼ିଓ ସୋନପୁର ଶ୍ରୀ ସ୍ୱାଇଁ ଙ୍କୁ ଅଫିସ କାର୍ଯ୍ୟାଳୟ ରେ ଜୈନେକ ନିୟୁଜ 7 ଜିଲ୍ଲା ପ୍ରତିନିଧି ଧୀରେନ୍ଦ୍ର କୁମାର ଦାନୀ ଅଶାଳୀନ ଭାଷା କହିବା ସହ ମରନାନ୍ତକ ଆକ୍ରମଣ କରିଥିଲେ, ଯାହା ବିଡ଼ିଓ ଙ୍କ ଜୀବନ ପ୍ରତି ନିଶ୍ଚିତ ଭାବେ ବିପଦପୂର୍ଣ୍ଣ ରହିଥିବା ବେଳେ ଏତାଦୃଶ ନିନ୍ଦନୀୟ କାର୍ଯ୍ୟକଳାପ ଆଗାମୀ ଦିନରେ ଜିଲ୍ଲାର କାର୍ଯ୍ୟରତ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ନିଶ୍ଚିତ ଭାବେ ଭୟ ବାତାବରଣ ସୃଷ୍ଟି କରିବ ବୋଲି ଅଧିକାରୀ ବୃନ୍ଦ ଆଲୋଚନାରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ବିଡ଼ିଓଙ୍କ ଉପରକୁ ଆକ୍ରମଣ ଓ ଦୁର୍ବ୍ୟବହାର ପ୍ରତିବାଦରେ ଜିଲ୍ଲାର ସମସ୍ତ ଓଏଏସ ଅଧିକାରୀ ସମୂହ ଦୃଢ଼ ନିନ୍ଦା କରିବା ସହ ରାଜ୍ୟ ସ୍ତରୀୟ ଓଏଏସ ସଙ୍ଘକୁ ଏହାର ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି ପତ୍ର ପ୍ରଦାନ କରିଥିବା ସୂଚନା ପ୍ରଦାନ କରାଯାଇଛି। ଏହି ବୈଠକରେ ଜିଲ୍ଲାର ସମସ୍ତ କାର୍ଯ୍ୟରତ ଓଡିଶା ପ୍ରଶାସନିକ ଅଧିକାରୀ ଯୋଗଦାନ କରିଥିଲେ।

The post ସୋନପୁର ବିଡ଼ିଓଙ୍କୁ ଆକ୍ରମଣର ଦୃଢ଼ ନିନ୍ଦା ସହ ପ୍ରତିବାଦ କଲେ ଜିଲ୍ଲା ଓଏଏସ ଅଧିକାରୀ appeared first on Odisha.News.