ବାଇଜୁସ୍‌ ସିଇଓଙ୍କୁ ଆଉ ଏକ ବଡ଼ ଝଟକା, ବର୍ଷକରେ ହରାଇଲେ ୧୭,୫୪୫ କୋଟି ଟଙ୍କା

ନୂଆଦିଲ୍ଲୀ: ବାଇଜୁ ଫାଉଣ୍ଡର ବାଇଜୁ ରବିନ୍ଦ୍ରନଙ୍କ ପାଇଁ ଅଡ଼ୁଆ ଏବେବି ଶେଷ ହୋଇନାହିଁ। କାରଣ ନିକଟରେ ଜାରି ହୋଇଥିବା ‘‘ଫୋର୍ବସ ଓ୍ବାର୍ଲ୍ଡ ବିଲେନିୟର ତାଲିକା ୨୦୨୪’’ ଅନୁଯାୟୀ ଜଣାପଡ଼ିଛି ଯେ, ରବିନ୍ଦ୍ରନ ଏବେ ଆଉ ବିଲେନିୟର ନାହାଁନ୍ତି। ତାଙ୍କର ସମ୍ପତ୍ତି ହ୍ରାସ ହୋଇ ଶୂନରେ ପହଞ୍ଚିଛି। ଯେତେବେଳେକି ବର୍ଷ ତଳେ ତାଙ୍କର ସମ୍ପତ୍ତି ମୂଲ୍ୟ ୧୭,୫୪୫ କୋଟି ଟଙ୍କା ଥିଲା। ତେବେ ବାଇଜୁ ରବିନ୍ଦ୍ରନଙ୍କୁ ଏହି ବଡ଼ କ୍ଷତି କମ୍ପାନିରେ ଲଗାତାର ଆସୁଥିବା ଅସୁବିଧା କାରଣରୁ ହୋଇଛି। ସୂଚନାଥାଉକି, ଷ୍ଟାର୍ଟଅପ୍ କମ୍ପାନି ବାଇଜୁସ ୨୦୨୨ରୁ ସଙ୍କଟର ସାମ୍ନା କରୁଛି। ଏଭଳି ସ୍ଥିତି ହୋଇଛି ଯେ, ଷ୍ଟାର୍ଟଅପ୍‌ ନିଜ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମଧ୍ୟ ଦେଇପାରୁନାହାଁନ୍ତି। କମ୍ପାନି ଦ୍ବିତୀୟ ମାସରେ କର୍ମଚାରୀଙ୍କ ଦରମା ଦେଇନାହିଁ। ଏମିତିକି ବିନା ନୋଟିସ୍‌ରେ ଏବେ କର୍ମଚାରୀଙ୍କୁ କେବଳ ଫୋନ୍‌ କଲ୍‌ରେ ଛଟେଇ କରାଯାଉଛି। ଅବଶ୍ୟ ସେମାନଙ୍କୁ ତାଙ୍କର ବକେୟା ମିଳିବା କଥା କୁହାଯାଉଛି। ଆହୁରି ପଢ଼ନ୍ତୁ:ବାଇଜୁରେ ଜାରି ଆର୍ଥିକ ସଙ୍କଟ, ଏବେ ବିନା ନୋଟିସ୍‌ରେ ହେଉଛି କର୍ମଚାରୀଙ୍କ ଛଟେଇତେବେ କମ୍ପାନି କହିଛି ଯେ, ରାଇଟ୍ସ ଇସ୍ୟୁ ମାଧ୍ୟମରେ ମିଳିଥିବା ଟଙ୍କା ବ୍ୟବହାର ପାଇଁ ଏନସିଏଏଲଟିର ଅନୁମତି ମିଳିବା ବାକି ରହିଛି। ଏହି କାରଣରୁ ଦରମା ଦେବାରେ ଅସୁବିଧା ହେଉଛି। ସେପଟେ, ବିଶେଷଜ୍ଞଙ୍କ ଅନୁଯାୟୀ, କମ୍ପାନି

ବାଇଜୁସ୍‌ ସିଇଓଙ୍କୁ ଆଉ ଏକ ବଡ଼ ଝଟକା, ବର୍ଷକରେ ହରାଇଲେ ୧୭,୫୪୫ କୋଟି ଟଙ୍କା

ନୂଆଦିଲ୍ଲୀ: ବାଇଜୁ ଫାଉଣ୍ଡର ବାଇଜୁ ରବିନ୍ଦ୍ରନଙ୍କ ପାଇଁ ଅଡ଼ୁଆ ଏବେବି ଶେଷ ହୋଇନାହିଁ। କାରଣ ନିକଟରେ ଜାରି ହୋଇଥିବା ‘‘ଫୋର୍ବସ ଓ୍ବାର୍ଲ୍ଡ ବିଲେନିୟର ତାଲିକା ୨୦୨୪’’ ଅନୁଯାୟୀ ଜଣାପଡ଼ିଛି ଯେ, ରବିନ୍ଦ୍ରନ ଏବେ ଆଉ ବିଲେନିୟର ନାହାଁନ୍ତି। ତାଙ୍କର ସମ୍ପତ୍ତି ହ୍ରାସ ହୋଇ ଶୂନରେ ପହଞ୍ଚିଛି। ଯେତେବେଳେକି ବର୍ଷ ତଳେ ତାଙ୍କର ସମ୍ପତ୍ତି ମୂଲ୍ୟ ୧୭,୫୪୫ କୋଟି ଟଙ୍କା ଥିଲା। ତେବେ ବାଇଜୁ ରବିନ୍ଦ୍ରନଙ୍କୁ ଏହି ବଡ଼ କ୍ଷତି କମ୍ପାନିରେ ଲଗାତାର ଆସୁଥିବା ଅସୁବିଧା କାରଣରୁ ହୋଇଛି। 

ସୂଚନାଥାଉକି, ଷ୍ଟାର୍ଟଅପ୍ କମ୍ପାନି ବାଇଜୁସ ୨୦୨୨ରୁ ସଙ୍କଟର ସାମ୍ନା କରୁଛି। ଏଭଳି ସ୍ଥିତି ହୋଇଛି ଯେ, ଷ୍ଟାର୍ଟଅପ୍‌ ନିଜ କର୍ମଚାରୀଙ୍କୁ ଠିକ୍ ସମୟରେ ଦରମା ମଧ୍ୟ ଦେଇପାରୁନାହାଁନ୍ତି। କମ୍ପାନି ଦ୍ବିତୀୟ ମାସରେ କର୍ମଚାରୀଙ୍କ ଦରମା ଦେଇନାହିଁ। ଏମିତିକି ବିନା ନୋଟିସ୍‌ରେ ଏବେ କର୍ମଚାରୀଙ୍କୁ କେବଳ ଫୋନ୍‌ କଲ୍‌ରେ ଛଟେଇ କରାଯାଉଛି। ଅବଶ୍ୟ ସେମାନଙ୍କୁ ତାଙ୍କର ବକେୟା ମିଳିବା କଥା କୁହାଯାଉଛି। 

ଆହୁରି ପଢ଼ନ୍ତୁ:

ବାଇଜୁରେ ଜାରି ଆର୍ଥିକ ସଙ୍କଟ, ଏବେ ବିନା ନୋଟିସ୍‌ରେ ହେଉଛି କର୍ମଚାରୀଙ୍କ ଛଟେଇ

ତେବେ କମ୍ପାନି କହିଛି ଯେ, ରାଇଟ୍ସ ଇସ୍ୟୁ ମାଧ୍ୟମରେ ମିଳିଥିବା ଟଙ୍କା ବ୍ୟବହାର ପାଇଁ ଏନସିଏଏଲଟିର ଅନୁମତି ମିଳିବା ବାକି ରହିଛି। ଏହି କାରଣରୁ ଦରମା ଦେବାରେ ଅସୁବିଧା ହେଉଛି। ସେପଟେ, ବିଶେଷଜ୍ଞଙ୍କ ଅନୁଯାୟୀ, କମ୍ପାନି ବ୍ୟବସାୟିକ ପୁର୍ନଗଠନ ପାଇଁ ଏହି ପଦକ୍ଷେପ ନେଇଛି କାରଣ। ବାଇଜୁସ୍‌କୁ ଘୋର ନଗଦ ସଙ୍କଟ ସହ ନବେଶକ ତଥା ଅନ୍ୟାନ୍ୟ ସଙ୍କଟ ଦେଇ ଗତି କରୁଛି।