ବାଇଡେନ୍‌ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି; ଟ୍ରମ୍ପ ଏତିକି କହିବା ମାତ୍ରେ ଲୋକେ କହିଲେ…

ଓ୍ବାଶିଂଟନ୍‌,୨୬।୩: ଆମେରିକାରେ ଏକ ଲିବର୍ଟାରିୟାନ ପାର୍ଟି ଇଭେଣ୍ଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲୋକହସାର ସମ୍ମୁଖୀନ କରିବାକୁ ପଡିଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଅପମାନଜନକ ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କ କୋଭିଡ୍‌ ନୀତି ବଢୁଥିବା ଫେଡେରାଲ ନିଅଣ୍ଟ ଏବଂ ରାଜନୈତିକ ରେକର୍ଡ ବିଷୟରେ ମିଥ୍ୟା କହି ତାଙ୍କୁ ଦୃଢ ନିନ୍ଦା କରିଥିଲେ। ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ମଞ୍ଚକୁ ଆସିଥିଲେ। ସେତେବେଳେ କିଛି ଲୋକ କରତାଳି ଦେଇ ଆମେରିକା-ଆମେରିକା ସ୍ଲୋଗାନ […] The post ବାଇଡେନ୍‌ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି; ଟ୍ରମ୍ପ ଏତିକି କହିବା ମାତ୍ରେ ଲୋକେ କହିଲେ… appeared first on Dharitri Odia News.

ବାଇଡେନ୍‌ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି; ଟ୍ରମ୍ପ ଏତିକି କହିବା ମାତ୍ରେ ଲୋକେ କହିଲେ…

ଓ୍ବାଶିଂଟନ୍‌,୨୬।୩: ଆମେରିକାରେ ଏକ ଲିବର୍ଟାରିୟାନ ପାର୍ଟି ଇଭେଣ୍ଟରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲୋକହସାର ସମ୍ମୁଖୀନ କରିବାକୁ ପଡିଥିଲା। ଏହି କାର୍ଯ୍ୟକ୍ରମରେ ଅନେକ ଲୋକ ଅପମାନଜନକ ସ୍ଲୋଗାନ ଦେଇଥିଲେ ଏବଂ ତାଙ୍କ କୋଭିଡ୍‌ ନୀତି ବଢୁଥିବା ଫେଡେରାଲ ନିଅଣ୍ଟ ଏବଂ ରାଜନୈତିକ ରେକର୍ଡ ବିଷୟରେ ମିଥ୍ୟା କହି ତାଙ୍କୁ ଦୃଢ ନିନ୍ଦା କରିଥିଲେ।
ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବାକୁ ମଞ୍ଚକୁ ଆସିଥିଲେ। ସେତେବେଳେ କିଛି ଲୋକ କରତାଳି ଦେଇ ଆମେରିକା-ଆମେରିକା ସ୍ଲୋଗାନ ଦେଇଥିଲେ। କିନ୍ତୁ ଭିଡ଼ରେ ଉପସ୍ଥିତ ଥିବା ଅନେକ ଲୋକ ତାଙ୍କୁ ପରିହାସ କରିଥିଲେ। ତାଙ୍କର କିଛି ସମର୍ଥକ ‘ମେକ ଆମେରିକା ଗ୍ରେଟ ଏଗେନ୍‌’ କ୍ୟାପ ଏବଂ ଟି-ଶର୍ଟ ପିନ୍ଧି ପ୍ରଶଂସା କରିଥିଲେ। ତେବେ ଟ୍ରମ୍ପଙ୍କ ପାଇଁ ଏକ ସମୟ ଥିଲା ଯେତେବେଳେ ତାଙ୍କୁ ଲୋକଙ୍କ ଖୋଲା ବିରୋଧର ସମ୍ମୁଖୀନ ହେବାକୁ ପଡିଥିଲା। ଟ୍ରମ୍ପ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଜଣେ ଅତ୍ୟାଚାରୀ ଏବଂ ଆମେରିକାର ଇତିହାସର ସବୁଠାରୁ ଖରାପ ରାଷ୍ଟ୍ରପତି ବୋଲି କହିଥିଲେ, ସେତେବେଳେ ଦର୍ଶକଙ୍କ ମଧ୍ୟରୁ କେତେକ ତୁମେ ସବୁଠୁ ଖରାପ ରାଷ୍ଟ୍ରପତି ବୋଲି କହିଥିଲେ।

The post ବାଇଡେନ୍‌ ଆମେରିକାର ସବୁଠୁ ଖରାପ ରାଷ୍ଟ୍ରପତି; ଟ୍ରମ୍ପ ଏତିକି କହିବା ମାତ୍ରେ ଲୋକେ କହିଲେ… appeared first on Dharitri Odia News.