ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ବାଉଁଶ ତିଆରି ସାମଗ୍ରୀରେ ଜିଲାର ମାନଚିତ୍ର କରି ପ୍ରଶଂସା ସାଉଁଟିଛନ୍ତି ନୂଆପଡ଼ା ଜିଲା ବୋଡେନ ବ୍ଲକର କାରିଗର। ସେମାନେ ନିତ୍ୟ ବ୍ୟବହାର୍ଯ୍ୟ କୁଲା, ଭୁଗା, ଟୁପା, ପାଛିଆ, ପର୍ଲା, ଚାଙ୍ଗୁଡି ସହ ବିଭିନ୍ନ ଖେଳନା ବାଉଁଶ ପାତିଆରେ ତିଆରି କରୁଛନ୍ତି। ଏସବୁ ସାମଗ୍ରୀକୁ ଯୋଡି ଜିଲାର ଭୌଗୋଳିକ ମାନଚିତ୍ରକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି। ସୋମବାର ବୋଡେନ ବ୍ଲକ ଖୋର୍ଲା ଗାଁଠାରେ ଅନୁଷ୍ଠିତ ପରିବର୍ଦ୍ଧିତ ଜନଶିବିର ତଥା ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ […] The post ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର appeared first on Dharitri Odia News.

ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର

ନୂଆପଡ଼ା,୨୧ା୫ (ମକାରୁ ବେମାଲ):ବାଉଁଶ ତିଆରି ସାମଗ୍ରୀରେ ଜିଲାର ମାନଚିତ୍ର କରି ପ୍ରଶଂସା ସାଉଁଟିଛନ୍ତି ନୂଆପଡ଼ା ଜିଲା ବୋଡେନ ବ୍ଲକର କାରିଗର। ସେମାନେ ନିତ୍ୟ ବ୍ୟବହାର୍ଯ୍ୟ କୁଲା, ଭୁଗା, ଟୁପା, ପାଛିଆ, ପର୍ଲା, ଚାଙ୍ଗୁଡି ସହ ବିଭିନ୍ନ ଖେଳନା ବାଉଁଶ ପାତିଆରେ ତିଆରି କରୁଛନ୍ତି। ଏସବୁ ସାମଗ୍ରୀକୁ ଯୋଡି ଜିଲାର ଭୌଗୋଳିକ ମାନଚିତ୍ରକୁ ଅତି ସୁନ୍ଦର ଭାବେ ପ୍ରଦର୍ଶନ କରିଛନ୍ତି। ସୋମବାର ବୋଡେନ ବ୍ଲକ ଖୋର୍ଲା ଗାଁଠାରେ ଅନୁଷ୍ଠିତ ପରିବର୍ଦ୍ଧିତ ଜନଶିବିର ତଥା ପ୍ରବାସୀ ଶ୍ରମିକ ସଚେତନତା ଶିବିରରେ କାରିଗରମାନେ ଜିଲାପାଳଙ୍କ ଉପସ୍ଥିତିରେ ଏହି କଳାକୃତି ପ୍ରଦର୍ଶନ କରିଥିଲେ। ଏଭଳି ବାଉଁଶ କାରିଗରୀକୁ ଜିଲାପାଳ ମଧୁସୂଦନ ଦାଶ ଉଚ୍ଚ ପ୍ରଶଂସା କରି ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ। ସେମାନଙ୍କୁ ଆବଶ୍ୟକ ପ୍ରୋତ୍ସାହନ ଯୋଗାଇଦେବା ପାଇଁ ଜିଲାପାଳ ଉପ ନିର୍ଦ୍ଦେଶକ ହସ୍ତଶିଳ୍ପ ପୁଷ୍ପ ରଞ୍ଜନ ସାହୁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା

The post ବାଉଁଶ ସାମଗ୍ରୀରେ ତିଆରିକଲେ ଜିଲାର ମାନଚିତ୍ର appeared first on Dharitri Odia News.