ଲଭର୍ ବଏ ଲୁକ୍ରେ ମାହି, ହାତରେ ଲାଲ୍ ହୃଦୟ ବେଲୁନ୍ ଧରି କହୁଛନ୍ତି ଡାଏଲଗ୍; ଅଭିନୟରେ କରିବେ ଡେବ୍ୟୁ!
ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ, ସେ ନିଶ୍ଚିତ ଭାବରେ ଧୋନୀଙ୍କର ପ୍ରଶଂସକ। କିନ୍ତୁ ଏବେ ମାହିଙ୍କ ବିଷୟରେ ଏପରି ଏକ ଖବର ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ଦ୍ଦେଶକ ପ୍ରଯୋଜକ କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ଭିଡିଓ କ୍ଲିପ୍ ଶେୟାର କରିଛନ୍ତି, ଯାହା ପରେ ଧୋନିଙ୍କ ପ୍ରଶଂସକମାନେ ବହୁତ ଖୁସି। କରନ […] The post ଲଭର୍ ବଏ ଲୁକ୍ରେ ମାହି, ହାତରେ ଲାଲ୍ ହୃଦୟ ବେଲୁନ୍ ଧରି କହୁଛନ୍ତି ଡାଏଲଗ୍; ଅଭିନୟରେ କରିବେ ଡେବ୍ୟୁ! appeared first on Dharitri Odia News.
ମୁମ୍ବାଇ: କ୍ରିକେଟର ଥାଲାଇଭା ଅର୍ଥାତ ମହେନ୍ଦ୍ର ସିଂ ଧୋନୀଙ୍କୁ କିଏ ବା ଭଲ ନ ପାଏ। କେହି କ୍ରିକେଟ ପ୍ରଶଂସକ ହୁଅନ୍ତୁ କି ନ ହୁଅନ୍ତୁ, ସେ ନିଶ୍ଚିତ ଭାବରେ ଧୋନୀଙ୍କର ପ୍ରଶଂସକ। କିନ୍ତୁ ଏବେ ମାହିଙ୍କ ବିଷୟରେ ଏପରି ଏକ ଖବର ଆସୁଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ନିର୍ଦ୍ଦେଶକ ପ୍ରଯୋଜକ କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ସ୍ବତନ୍ତ୍ର ଭିଡିଓ କ୍ଲିପ୍ ଶେୟାର କରିଛନ୍ତି, ଯାହା ପରେ ଧୋନିଙ୍କ ପ୍ରଶଂସକମାନେ ବହୁତ ଖୁସି।
କରନ ଜୋହର ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ କ୍ଲିପ୍ ଶେୟାର କରିଛନ୍ତି। ଏହି କ୍ଲିପରେ ଧୋନୀ ଏକ ସ୍ବତନ୍ତ୍ର ଶୈଳୀରେ ଦେଖାଯାଉଛନ୍ତି। ଧୋନୀଙ୍କ ଲଭର୍ ବଏ ଲୁକ୍ ନଜର ଆସୁଛି। ଏପରି ପରିସ୍ଥିତିରେ ପ୍ରଶଂସକମାନେ ମାହି ଖୁବଶୀଘ୍ର ଅଭିନୟରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଅନୁମାନ କରୁଛନ୍ତି।
ଏହି ଭିଡିଓ କ୍ଲିପ ଏକ ଲେଖା ସହିତ ଆରମ୍ଭ ହେଉଛି ଯେଉଁଥିରେ ଲେଖାଯାଇଛି, ପ୍ରଥମ ଥର ପାଇଁ ମହେନ୍ଦ୍ର ସିଂ ଧୋନୀଙ୍କ ରୋମାଣ୍ଟିକ ଅବତାର। ଏଥିରେ ଧୋନୀ ହାତରେ ଏକ ଲାଲ ବେଲୁନ୍ ଧରିଥିବାର ଦେଖାଯାଉଛି। ଧୋନୀ ଭିଡିଓରେ କହୁଛନ୍ତି, ମୋ ସହିତ ଚାଲିବା ଯୋଗୁ ତୁମେ ପ୍ରତ୍ୟେକ ଯାତ୍ରାକୁ ସୁନ୍ଦର କରୁଛ… ଏହା ପରେ ପରଦାରେ ଦେଖାଯାଏ, ’ଏକ ପ୍ରେମ କାହାଣୀ ଯାହା ଅନ୍ୟଭଳି ନୁହେଁ, ଶୀଘ୍ର ଆସୁଛି…’
ଏହି ଭିଡିଓ ଦେଖିବା ପରେ, ପ୍ରଶଂସକମାନେ ପଚାରୁଛନ୍ତି ଯେ ଧୋନୀ ଅଭିନୟ ଜଗତରେ ଡେବ୍ୟୁ କରିବାକୁ ଯାଉଛନ୍ତି କି? ଯଦିଓ ପ୍ରଥମ ନଜରରେ ଏହି କ୍ଲିପ୍ ଏକ ବଲିଉଡ ଫିଲ୍ମର ଟ୍ରେଲର ପରି ଦେଖାଯାଉଛି, କିନ୍ତୁ ଏହା ପ୍ରକୃତରେ ଏକ ତୈଳ କମ୍ପାନୀ ଗଲ୍ଫ ପ୍ରାଇଡ ପାଇଁ ତିଆରି ଏକ ବିଜ୍ଞାପନ, ଯାହାର ନିର୍ଦ୍ଦେଶନା ପୁନିତ ମାଲହୋତ୍ରା ଦେଇଛନ୍ତି ଏବଂ ଏହା ଧର୍ମା ୨.୦ ବ୍ୟାନରରେ ନିର୍ମିତ ହୋଇଛି। କରଣ ଜୋହର ଏହି ଭିଡିଓ ସହିତ ଲେଖିଛନ୍ତି – ମାହିଙ୍କ ନୂତନ ଶୈଳୀ, ଆମର ନୂଆ ଲଭର୍ ବଏ। କିନ୍ତୁ ଏହି କାହାଣୀରେ ଏକ ଟୁଇଷ୍ଟ ଅଛି, କାରଣ ମାହିଙ୍କର ପ୍ରଥମ ପ୍ରେମ ତାଙ୍କର ବାଇକ ଥିଲା, ଏବଂ ଏବେ ଏହି ପ୍ରେମ କାହାଣୀ ମଧ୍ୟ ଏକ ବ୍ଲକବଷ୍ଟର ହେବାକୁ ଯାଉଛି…’
The post ଲଭର୍ ବଏ ଲୁକ୍ରେ ମାହି, ହାତରେ ଲାଲ୍ ହୃଦୟ ବେଲୁନ୍ ଧରି କହୁଛନ୍ତି ଡାଏଲଗ୍; ଅଭିନୟରେ କରିବେ ଡେବ୍ୟୁ! appeared first on Dharitri Odia News.