୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି
ଖୋର୍ଦ୍ଧା,୨୬।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲାରେ ଗଠେଇ ଚୋରା ମଦ, ଧଳା ଜହର କାରବାର ବଢିବାରେ ଲାଗିଛି। ଜିଲାର ବୋଲଗଡ ଓ ବେଗୁନିଆ ବ୍ଲକରେ ନିଶା ଚୋରା ଚାଲାରଣକୁ ଅବକାରୀ ପୋଲିସ ମାଫିଆଙ୍କ ଠାରୁ ମୋଟ ଅଙ୍କର ଟଙ୍କା ନେଇ ଏହାକୁ ପୋତ୍ସାହିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏହାର ଏକ ଜ୍ୱଳନ୍ତ ପ୍ରମାଣ ମିଳିଛି। ନିକଟରେ ଲକ୍ଷାଧିକ ଟଙ୍କା ଏବଂ ଗଞ୍ଜେଈ ଧରିବା ପରେ ଏହାକୁ କେଶ ରୁଜୁ କରିବା ପରିବର୍ତ୍ତେ ଆତ୍ମସାତ ଘଟଣାରେ ପ୍ରାଥମିକ […] The post ୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି appeared first on Dharitri Odia News.
ଖୋର୍ଦ୍ଧା,୨୬।୧୧(ପ୍ରଭାତ ପାଣିଗ୍ରାହୀ) : ଖୋର୍ଦ୍ଧା ଜିଲାରେ ଗଠେଇ ଚୋରା ମଦ, ଧଳା ଜହର କାରବାର ବଢିବାରେ ଲାଗିଛି। ଜିଲାର ବୋଲଗଡ ଓ ବେଗୁନିଆ ବ୍ଲକରେ ନିଶା ଚୋରା ଚାଲାରଣକୁ ଅବକାରୀ ପୋଲିସ ମାଫିଆଙ୍କ ଠାରୁ ମୋଟ ଅଙ୍କର ଟଙ୍କା ନେଇ ଏହାକୁ ପୋତ୍ସାହିତ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ଏହାର ଏକ ଜ୍ୱଳନ୍ତ ପ୍ରମାଣ ମିଳିଛି।
ନିକଟରେ ଲକ୍ଷାଧିକ ଟଙ୍କା ଏବଂ ଗଞ୍ଜେଈ ଧରିବା ପରେ ଏହାକୁ କେଶ ରୁଜୁ କରିବା ପରିବର୍ତ୍ତେ ଆତ୍ମସାତ ଘଟଣାରେ ପ୍ରାଥମିକ ରିପୋର୍ଟକୁ ଭିତିକରି ଅବକାରୀ କମିଶନର ବେଗୁନିଆ ଭାରପ୍ରାପ୍ତ ଅବକାରୀ ଅଧିକାରୀ ସ୍ଥିତା ପଣ୍ଡାଙ୍କୁ ଚାକିରିରୁ ନିଳମ୍ବନ କରିଛନ୍ତି। ଏଥିସହିତ ଦୁଇଜଣ ଏଏସଆଇ ବିରଞ୍ଚି ନାରାୟଣ ମହାନ୍ତି ଓ ମୀନକେତନ ମହାଳିକ ଏବଂ ଦୁଇ କନଷ୍ଟେବଲ ବିକାଶ କୁମାର ରାଉତ ଓ ମନୋଜ କୁମାର ଜୟସିଂଙ୍କୁ ଅନ୍ୟତ୍ର ବଦଳି କରାଯାଇଥିବା ଅବକାରୀ ଅଧ୍ୟକ୍ଷକ ସୁମତି ତ୍ରିପାଠୀ ସୂଚନା ଦେଇଛନ୍ତି। ସଦର ରେଞ୍ଜର ରାଜେନ୍ଦ୍ର ଖେସଙ୍କୁ ବେଗୁନିଆରେ ଦାୟିତ୍ୱ ଦିଆଯାଇଛି।
ମିଳିଥିବା ସୂଚନା ପ୍ରକାରେ ଗତ ନଭେମ୍ବର ୨୧ ତାରିଖରେ ବୋଲଗଡ ବ୍ଲକ ଅଧୀନ ଉପଡା ବଜାର ସାହିରେ ଚଢଉ କରି ନିଜସ୍ଥିତ ଏସଆଇ ସ୍ଥିତା ପଣ୍ଡା ୮କେଜି ଗଞ୍ଜେଇ ସହ ଲକ୍ଷାଧିକ ଟଙ୍କା ଜବତ କରିଥିଲେ। ତେବେ ଏହାକୁ ସିଜର ଲିଷ୍ଟରେ ଦେଶାଇ ନଥିଲେ। ଏହି ଟଙ୍କାକୁ ଆତ୍ମସାତ କରାଯାଇଥିବା ନେଇ ଜନୈକ ବ୍ୟକ୍ତି ଅବକାରୀ କମିଶନରଙ୍କ ନିକଟରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତି କରି କମିଶନର ଏହାର ତଦନ୍ତ ନିର୍ଦେଶ ଦେଇଥିଲେ। ପ୍ରାର୍ଥମିକ ତଦନ୍ତ ରିପୋର୍ଟକୁ ଭିତି କରି ଏସଆଇ ପଣ୍ଡାଙ୍କୁ ନିଳମ୍ବିତ କରିଥିବା ବେଳେ ଅନ୍ୟ ଦୁଇଜଣ ଏଏସଆଇ ଏବଂ ୨ କନଷ୍ଟେବଲଙ୍କୁ ଅନ୍ୟତ୍ର ବଦଳି କରିଥିବା ଏସପି ତ୍ରିପାଠୀ କହିଛନ୍ତି।
ପ୍ରକାଶ ଯୋଗ୍ୟ ଯେ, ବେଗୁନିଆ, ବୋଲଗଡରେ ପ୍ରଚୁର ପରିମାଣ ମଦ କାରବାର ସମେତ ବିପୁଳ ପରିମାଣର ଗଞ୍ଜେଇ ଚୋରାଚାଲାଣ ଚାଲିଛି । ତେବେ ଅସାଧୁ ଅବକାରୀ ପୋଲିସ ମାଫିଆ,ଚୋରାଚାଲାଣଙ୍କ କାରୀଙ୍କ ସହ ହାତ ମିଳାଇ ଏହାକୁ ପରୋକ୍ଷରେ ପ୍ରୋତ୍ସାହିତ ଦେଇ ଆସୁଥିବା ବେଳେ ଏହି ଘଟଣା ଧରାପଡିବା ପରେ ଅବକାରୀ ପୋଲିସର ସ୍ବଚ୍ଛତା, ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା ଅଧିକ ତଦନ୍ତ କରାଗଲେ, ବହୁ ଗୁମର ତଥ୍ୟ ପଦାକୁ ଆସିବ ବୋଲି ସାଧାରଣରେ କୁହାଯାଉଛି । ଗୋଟିଏ ପଟେ ନିଶା କାରବାରକୁ ରୋକିବା ପାଇଁ ଅବକାରୀ ଏବଂ ପୋଲିସ ଡିଣ୍ଡିମ ପିଟୁଥିବା ବେଳେ କିଭଳି ମୋଟା ଅଙ୍କର ଲାଞ୍ଚ ନେଇ ଏହାକୁ ପ୍ରୋତ୍ସାହନ ଦେଉଥବା ସାଧାରଣରେ ଚର୍ଚ୍ଚା ହେଉଛି। ଫଳରେ ଅବକାରୀ ପୋଲିସ କାର୍ଯ୍ୟଦକ୍ଷତା ଉପରେ ଅଙ୍ଗୁଳି ଉଠିଛି।
The post ୮ କେଜି ଗଞ୍ଜେଇ, ଲକ୍ଷ୍ୟଧିକ ଆତ୍ମସାତ: ଏସଆଇ ନିଳମ୍ବିତ, ୨ ଏଏସଆଇ, ୨ କନଷ୍ଟେବଳ ବଦଳି appeared first on Dharitri Odia News.