ବାଉଣ୍ଡାରୀ ପାଖରେ ଏମିତି ଫିଲ୍ଡିଂ କଲେ ଫିଲିପ୍ସ: ସମସ୍ତେ ଚାହିଁ ରହିଗଲେ….

କଲମ୍ବୋ,୧୨।୭: ଲଙ୍କା ପ୍ରିମିୟର ଲିଗ ୨୦୨୪(LPL 2024)ର ଏକ ମ୍ୟାଚ୍‌ କଲମ୍ବୋ ଷ୍ଟାର୍ସ ଏବଂ ଦାମ୍ବୁଲ୍ଲା ସିକ୍ସର୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଦାମ୍ବୁଲ୍ଲା ସିକ୍ସର୍ସ ପାଇଁ ସ୍ବତନ୍ତ୍ର ଥିଲା, କାରଣ ଲଗାତାର ତିନିଟି ପରାଜୟ ପରେ, ଦାମ୍ବୁଲ୍ଲା ସିକ୍ସର୍ସ କଲମ୍ବୋ ଷ୍ଟାର୍ସ ବିପକ୍ଷରେ ବିଜୟର ସ୍ବାଦ ପାଇଥିଲେ। କିନ୍ତୁ ଏହି ବିଜୟ ବ୍ୟତୀତ, ଏହି ମ୍ୟାଚର ଗୋଟିଏ ଘଟଣା ଆଲୋଚନାର ବିଷୟ ପାଲଟିଥିଲା ଏବଂ ଗ୍ଲେନ ଫିଲିପ୍ସଙ୍କ ଚମତ୍କାର ଫିଲ୍ଡିଂ ଥିଲା, ଯାହା […] The post ବାଉଣ୍ଡାରୀ ପାଖରେ ଏମିତି ଫିଲ୍ଡିଂ କଲେ ଫିଲିପ୍ସ: ସମସ୍ତେ ଚାହିଁ ରହିଗଲେ…. appeared first on Dharitri Odia News.

ବାଉଣ୍ଡାରୀ ପାଖରେ ଏମିତି ଫିଲ୍ଡିଂ କଲେ ଫିଲିପ୍ସ: ସମସ୍ତେ ଚାହିଁ ରହିଗଲେ….

କଲମ୍ବୋ,୧୨।୭: ଲଙ୍କା ପ୍ରିମିୟର ଲିଗ ୨୦୨୪(LPL 2024)ର ଏକ ମ୍ୟାଚ୍‌ କଲମ୍ବୋ ଷ୍ଟାର୍ସ ଏବଂ ଦାମ୍ବୁଲ୍ଲା ସିକ୍ସର୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯାଇଥିଲା। ଏହି ମ୍ୟାଚ ଦାମ୍ବୁଲ୍ଲା ସିକ୍ସର୍ସ ପାଇଁ ସ୍ବତନ୍ତ୍ର ଥିଲା, କାରଣ ଲଗାତାର ତିନିଟି ପରାଜୟ ପରେ, ଦାମ୍ବୁଲ୍ଲା ସିକ୍ସର୍ସ କଲମ୍ବୋ ଷ୍ଟାର୍ସ ବିପକ୍ଷରେ ବିଜୟର ସ୍ବାଦ ପାଇଥିଲେ। କିନ୍ତୁ ଏହି ବିଜୟ ବ୍ୟତୀତ, ଏହି ମ୍ୟାଚର ଗୋଟିଏ ଘଟଣା ଆଲୋଚନାର ବିଷୟ ପାଲଟିଥିଲା ଏବଂ ଗ୍ଲେନ ଫିଲିପ୍ସଙ୍କ ଚମତ୍କାର ଫିଲ୍ଡିଂ ଥିଲା, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ।
ସୁପରମ୍ୟାନ ହୋଇ ଗ୍ଲେନ ଫିଲିପ୍ସ ଛକା ବଞ୍ଚାଇଥିଲେ। ମ୍ୟାଚ ବିଷୟରେ ସବୁଠୁ ବଡ କଥା ହେଲା ଗ୍ଲେନ ଫିଲିପ୍ସଙ୍କ ଚମତ୍କାର ଫିଲ୍ଡିଂ। ଷଷ୍ଠ ଓଭରରେ କଲମ୍ବୋ ଷ୍ଟ୍ରାଇକର୍ସ ଅଧିନାୟକ ଥିଏରା ପେରେରାଙ୍କ ବଲରେ କୁସାଲ ପେରେରା ଏକ ଦମ୍‌ଦାର ସଟ୍‌ ଖେଲିଥିଲେ ଏବଂ ବଲଟି ବାଉଣ୍ଡାରୀୂ ବହାରେ ପଡିବାକୁ ଯାଉଥିଲା କିନ୍ତୁ ଗ୍ଲେନ ଫିଲିପ୍ସ ଉଡ଼ିବା ବଲ ଧରିଥିଲେ। ଏହି ଦୃଶ୍ୟ ଦେଖି ଦର୍ଶକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

The post ବାଉଣ୍ଡାରୀ ପାଖରେ ଏମିତି ଫିଲ୍ଡିଂ କଲେ ଫିଲିପ୍ସ: ସମସ୍ତେ ଚାହିଁ ରହିଗଲେ…. appeared first on Dharitri Odia News.