ବାକି ତିନି ଆସନରେ କିଏ ହେବ ବିଜେପି ପ୍ରାର୍ଥୀ ? ଚାଲିଛି ଅଙ୍କକଷା, ରିପିଟ୍ ନା ନୂଆମୁହାଁ...
ଭୁବନେଶ୍ୱର ୨୫।୦୩ : ପାଖେଇ ଆସୁଛି ନିର୍ବାଚନ । ରାଜ୍ୟରେ ୨୧ଟି ମଧ୍ୟରୁ ୧୮ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହେଲେ ବାକି ରହିଛି କଟକ, ଯାଜପୁର, କନ୍ଧମାଳ । ଏହି ସବୁ ଆସନରେ କାହିଁକି ବିଳମ୍ବ ହେଉଛି ପ୍ରାର୍ଥୀ ଚୟନ । ତାହା ଏବେଠୁ ଆଶା ଓ ଆଶଙ୍କାରେ...ଖବର ଅନୁଯାୟୀ, ରବିବାର ରାଜ୍ୟର ୧୮ ଲୋକ ସଭା ଆସନ ଲାଗି ପାର୍ଥୀ ଘୋଷଣା କରିଛି ବିଜେପି. ଏବେ ଅପେକ୍ଷା ରହିଛି ବାକି ଥିବା କଟକ, ଯାଜପୁର ଏବଂ କନ୍ଧମାଳ ଆସନଲାଗି ଦଳ କାହାକୁ ପାର୍ଥୀ କରିବ । ଆଉ କି ରାଜନୈତିକ ଅଙ୍କ କଷୁଛି ତାକୁ ନେଇ ଚର୍ଚ୍ଚା ଜୋର ହେଲାଣି । କନ୍ଧମାଳରୁ ଗତ ଥର ସାଂସଦ ପାର୍ଥୀ ଭାବେ ଲଢ଼ିଥିବା ଖାରବେଳ ସ୍ୱାଇଁ ଏଥର କନ୍ଧମାଳରୁ ଲଢ଼ିବେନି ବୋଲି କହିସାରିଛନ୍ତି । ତେଣୁ ତାଙ୍କ ବଦଳରେ କିଏ ପାର୍ଥୀ ହେବ, ସେନେଇ ଚର୍ଚ୍ଚା ହେଉଥିବା ବେଳେ ସେଥିପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ଚର୍ଚ୍ଚାରେ ରହିଛି । ସେହିପରି ଉପକୁଳ ଜିଲ୍ଲା କଟଜ ଆଉ ଯାଜପୁର ଲାଗି ବିଜେପି ଭିନ୍ନ ଅଙ୍କ କଷୁଛି । ଯାଜପୁରରୁ ଗତ ଥର ସାଂସଦ ଲଢ଼ିଥିବା ଅମୀୟ ମଲ୍ଲିକଙ୍କୁ ଦଳ ବିଧାନସଭା ଲଢେ଼ଇ ତାଙ୍କ ଜାଗାରେ ଜଣେ ନୂଆ ମୁହଁ ଦେବ ବୋଲି କୁହାଯାଉଛି। ସେହିପରି କଟକ ଲୋକସଭା ସିଟରୁ ଗତ ଥର ନିର୍ବାଚନ ଲଢ଼ିଥିବା ପୂର୍ବ ତନ ଡିଜିପି ପ୍ରକାଶ ମିଶ୍ରଙ୍କ ରିପିଟ ନକରି ଦଳ ନୂଆ ନେତାଙ୍କୁ ପାର୍ଥୀ କରିବ ବୋଲି ରଣନୀତି କରୁଥିବା ଶୁଣାଯାଉଛି । କଟକ ସାଂସଦ ଭର୍ତ
ଭୁବନେଶ୍ୱର ୨୫।୦୩ : ପାଖେଇ ଆସୁଛି ନିର୍ବାଚନ । ରାଜ୍ୟରେ ୨୧ଟି ମଧ୍ୟରୁ ୧୮ ଲୋକସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି ବିଜେପି । ହେଲେ ବାକି ରହିଛି କଟକ, ଯାଜପୁର, କନ୍ଧମାଳ । ଏହି ସବୁ ଆସନରେ କାହିଁକି ବିଳମ୍ବ ହେଉଛି ପ୍ରାର୍ଥୀ ଚୟନ । ତାହା ଏବେଠୁ ଆଶା ଓ ଆଶଙ୍କାରେ...
ଖବର ଅନୁଯାୟୀ, ରବିବାର ରାଜ୍ୟର ୧୮ ଲୋକ ସଭା ଆସନ ଲାଗି ପାର୍ଥୀ ଘୋଷଣା କରିଛି ବିଜେପି. ଏବେ ଅପେକ୍ଷା ରହିଛି ବାକି ଥିବା କଟକ, ଯାଜପୁର ଏବଂ କନ୍ଧମାଳ ଆସନଲାଗି ଦଳ କାହାକୁ ପାର୍ଥୀ କରିବ । ଆଉ କି ରାଜନୈତିକ ଅଙ୍କ କଷୁଛି ତାକୁ ନେଇ ଚର୍ଚ୍ଚା ଜୋର ହେଲାଣି । କନ୍ଧମାଳରୁ ଗତ ଥର ସାଂସଦ ପାର୍ଥୀ ଭାବେ ଲଢ଼ିଥିବା ଖାରବେଳ ସ୍ୱାଇଁ ଏଥର କନ୍ଧମାଳରୁ ଲଢ଼ିବେନି ବୋଲି କହିସାରିଛନ୍ତି । ତେଣୁ ତାଙ୍କ ବଦଳରେ କିଏ ପାର୍ଥୀ ହେବ, ସେନେଇ ଚର୍ଚ୍ଚା ହେଉଥିବା ବେଳେ ସେଥିପାଇଁ ଲେଖାଶ୍ରୀ ସାମନ୍ତ ସିଂହାରଙ୍କ ନାଁ ଚର୍ଚ୍ଚାରେ ରହିଛି ।
ସେହିପରି ଉପକୁଳ ଜିଲ୍ଲା କଟଜ ଆଉ ଯାଜପୁର ଲାଗି ବିଜେପି ଭିନ୍ନ ଅଙ୍କ କଷୁଛି । ଯାଜପୁରରୁ ଗତ ଥର ସାଂସଦ ଲଢ଼ିଥିବା ଅମୀୟ ମଲ୍ଲିକଙ୍କୁ ଦଳ ବିଧାନସଭା ଲଢେ଼ଇ ତାଙ୍କ ଜାଗାରେ ଜଣେ ନୂଆ ମୁହଁ ଦେବ ବୋଲି କୁହାଯାଉଛି। ସେହିପରି କଟକ ଲୋକସଭା ସିଟରୁ ଗତ ଥର ନିର୍ବାଚନ ଲଢ଼ିଥିବା ପୂର୍ବ ତନ ଡିଜିପି ପ୍ରକାଶ ମିଶ୍ରଙ୍କ ରିପିଟ ନକରି ଦଳ ନୂଆ ନେତାଙ୍କୁ ପାର୍ଥୀ କରିବ ବୋଲି ରଣନୀତି କରୁଥିବା ଶୁଣାଯାଉଛି । କଟକ ସାଂସଦ ଭର୍ତ୍ତୃହରି ମହତାବ ବିଜେଡି ଛାଡ଼ିବା ପରେ ଜିଲ୍ଲାର ନୂଆ ରାଜନୈତିକ ସମୀକରଣ ଓ ତାଙ୍କ ନେଇ ଦଳ ଶକ୍ତିଶାଳୀ ହେବାକୁ ପ୍ଲାନ କରୁଥିବାରୁ ପ୍ରାର୍ଥୀ ଘୋଷଣା ହୋଇନି ବୋଲି ସୂଚନା ମିଳୁଛି । ହୋଲି ପରେ ବାକି ୩ଟି ନାଁ ଘୋଷଣା ହେବ ବୋଲି ସୂଚନା ମିଳିଛି ।