ବାକି ନଦେବାରୁ ହୋଟେଲ ମାଲିକଙ୍କୁ ଆକ୍ରମଣ, ଥାନାରେ ଏତଲା

ଆନନ୍ଦପୁର ୦୮।୦୬ : ହୋଟେଲ ମାଲିକକୁ ଆକ୍ରମଣ । ବାକି ନଦେବାରୁ ହୋଟେଲ୍‌ ମାଲିକକୁ ଏପରି ଆକ୍ରମଣ କରିଛନ୍ତି । ଯେଉଁଥିରେ ହୋଟେଲ୍‌ ମାଲିକ ସମେତ କିଛି କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଖବର ଅନୁଯାୟୀ, ଗତ ୨ ତାରିଖରେ ଏକ ଆକ୍ରମଣ ଘଟଣାର ସମାଧାନ ହୋଇଥିଲା । ହେଲେ ଘଟଣାର ୪ ଦିନ ପରେ ମାଲିକ ବଜାରରେ ସଉଦା କିଣୁଥିବା ସମୟରେ ପୂର୍ବ ରାଗ ରଖି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ହୋଟେଲ ମାଲିକ ସହ ବାପା ଓ କିଛି କର୍ମଚାରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଧକଠା ଠାରେ ଏଭଳି ଘଟଣା ଘଟିଛି । ସେପଟେ ଏହି ଘଟଣାକୁ ନେଇ ହୋଟେଲ୍‌ ମାଲିକ ଦେବାଶିଷ ସାହାଣୀ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି । 

ବାକି ନଦେବାରୁ ହୋଟେଲ ମାଲିକଙ୍କୁ ଆକ୍ରମଣ, ଥାନାରେ ଏତଲା

ଆନନ୍ଦପୁର ୦୮।୦୬ : ହୋଟେଲ ମାଲିକକୁ ଆକ୍ରମଣ । ବାକି ନଦେବାରୁ ହୋଟେଲ୍‌ ମାଲିକକୁ ଏପରି ଆକ୍ରମଣ କରିଛନ୍ତି । ଯେଉଁଥିରେ ହୋଟେଲ୍‌ ମାଲିକ ସମେତ କିଛି କର୍ମଚାରୀ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । 

ଖବର ଅନୁଯାୟୀ, ଗତ ୨ ତାରିଖରେ ଏକ ଆକ୍ରମଣ ଘଟଣାର ସମାଧାନ ହୋଇଥିଲା । ହେଲେ ଘଟଣାର ୪ ଦିନ ପରେ ମାଲିକ ବଜାରରେ ସଉଦା କିଣୁଥିବା ସମୟରେ ପୂର୍ବ ରାଗ ରଖି ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । ଯେଉଁଥିରେ ହୋଟେଲ ମାଲିକ ସହ ବାପା ଓ କିଛି କର୍ମଚାରୀ ଆହତ ହୋଇଛନ୍ତି । କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ଧକଠା ଠାରେ ଏଭଳି ଘଟଣା ଘଟିଛି । ସେପଟେ ଏହି ଘଟଣାକୁ ନେଇ ହୋଟେଲ୍‌ ମାଲିକ ଦେବାଶିଷ ସାହାଣୀ ଘଷିପୁରା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ତିନି ଦିନ ବିତିଯାଇଥିଲେ ମଧ୍ୟ ପୋଲିସ ପକ୍ଷରୁ ଆଖିଦୃଶିଆ ପଦକ୍ଷେପ ନେଇନଥିବା ଅଭିଯୋଗ ହୋଇଛି ।