ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ ଚନ୍ଦାକା ଅଞ୍ଚଳରେ ଏକ ତେଜରାତି ଦୋକାନରେ ନିଆଁ ଲଗାଇବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି। ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅନ୍ତର୍ଗତ ମଧୁପୁରର କୃଷ୍ଣ ଚନ୍ଦ୍ର ସ୍ବାଇଁଙ୍କ ପୁଅ ସଦାଶିବ ସ୍ବାଇଁ (୩୫) ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ, ସଦାସିବ କିଛି ଦିନ ପୂର୍ବରୁ ରଣଜିତ […] The post ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ appeared first on Dharitri Odia News.

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ ଚନ୍ଦାକା ଅଞ୍ଚଳରେ ଏକ ତେଜରାତି ଦୋକାନରେ ନିଆଁ ଲଗାଇବା ଅଭିଯୋଗରେ କମିଶନରେଟ ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି।

ଅଭିଯୁକ୍ତ ଜଣକ ଚନ୍ଦକା ଥାନା ଅନ୍ତର୍ଗତ ମଧୁପୁରର କୃଷ୍ଣ ଚନ୍ଦ୍ର ସ୍ବାଇଁଙ୍କ ପୁଅ ସଦାଶିବ ସ୍ବାଇଁ (୩୫) ବୋଲି ଜଣାପଡିଛି। ଅଭିଯୋଗ ଅନୁଯାୟୀ, ସଦାସିବ କିଛି ଦିନ ପୂର୍ବରୁ ରଣଜିତ କୁମାର ସାହୁଙ୍କ ଦୋକାନରୁ ପ୍ରାୟ ୧୩୦ ଟଙ୍କା ମୂଲ୍ୟର ଖାଦ୍ୟ ସାମଗ୍ରୀ କିଣିଥିଲେ।

ଗତକାଲି ସାରେ ବାକି ଟଙ୍କା ମଗିଥିବା ବେଳେ ସଦାଶିବ ରଣଜିତଙ୍କୁ ଧମକ ଦେଇ ଭୟଙ୍କର ପରିଣାମ ଭୋଗିବ ବୋଲି କହିଥିଲା। ଏହାପରେ ଗତକାଲି ରାତି ପ୍ରାୟ ସାଢେ ୧୧ ଟା ସମୟରେ ସଦାଶିବ ରଣଜିତଙ୍କ ଦୋକାନରେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି।

ରଞ୍ଜିତ ନିଆଁରୁ ରକ୍ଷା ପାଇବାରେ ସଫଳ ହୋଇଥିଲେ ମଧ୍ୟ ତାଙ୍କ ଦୋକାନରେ ୧ ଲକ୍ଷରୁ ଅଧିକ ମୂଲ୍ୟର ଖାଦ୍ୟ ସାମଗ୍ରୀ ଜଳିପୋଡି ନଷ୍ଟ ହୋଇଯାଇଥିଲା। ଏ ସମ୍ପର୍କରେ ରଣଜିତ ଚନ୍ଦକା ପୋଲିସ ନିକଟରେ ଅଭିଯୋଗ କରିଥିଲେ। ପୋଲିସ ଏହି ମାମଲାରେ ୪୩୬,୩୦୭ ଏବଂ ୫୦୬ ଦଫା ଲଗାଇ ଅଭିଯୁକ୍ତ ସଦାଶିବକୁ ଗିରଫ କରିଛି।

The post ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ appeared first on Dharitri Odia News.