ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ,୨।୩: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଆଗାମୀ ଆଇପିଏଲ୍‌ ସିଜନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ହୋଇପାରନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରିଙ୍କ ସହ କମିନ୍ସଙ୍କ ନିକଟତା ଏବଂ ୨୦୨୩ ବିଶ୍ୱକପ ବିଜୟ ସମେତ ନିକଟରେ ତାଙ୍କର ସଫଳତା ଅଧିନାୟକତ୍ୱ ପରିବର୍ତ୍ତନକୁ ବିଚାର କରିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଥିବା କୁହାଯାଉଛି। ଗତ ବର୍ଷ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମ ସନରାଇଜର୍ସର ନେତୃତ୍ୱ ନେଇଥିଲେ କିନ୍ତୁ ଅନେକ ତାରକା ଖେଳାଳି ଥିବା ସତ୍ତ୍ୱେ ଟିମ୍‌ ଟେବୁଲରେ […] The post ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍‌ କମିନ୍ସ appeared first on Dharitri Odia News.

ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍‌ କମିନ୍ସ

ନୂଆଦିଲ୍ଲୀ,୨।୩: ଅଷ୍ଟ୍ରେଲିଆ ଅଧିନାୟକ ପ୍ୟାଟ୍‌ କମିନ୍ସ ଆଗାମୀ ଆଇପିଏଲ୍‌ ସିଜନ୍‌ରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଅଧିନାୟକ ହୋଇପାରନ୍ତି। ଦଳର ମୁଖ୍ୟ ପ୍ରଶିକ୍ଷକ ଡାନିଏଲ ଭେଟୋରିଙ୍କ ସହ କମିନ୍ସଙ୍କ ନିକଟତା ଏବଂ ୨୦୨୩ ବିଶ୍ୱକପ ବିଜୟ ସମେତ ନିକଟରେ ତାଙ୍କର ସଫଳତା ଅଧିନାୟକତ୍ୱ ପରିବର୍ତ୍ତନକୁ ବିଚାର କରିବା ପାଇଁ ଟିମ୍‌ ମ୍ୟାନେଜମେଣ୍ଟକୁ ପ୍ରଭାବିତ କରିଥିବା କୁହାଯାଉଛି।

ଗତ ବର୍ଷ ଦକ୍ଷିଣ ଆଫ୍ରିକାର ଏଡେନ ମାର୍କ୍ରାମ ସନରାଇଜର୍ସର ନେତୃତ୍ୱ ନେଇଥିଲେ କିନ୍ତୁ ଅନେକ ତାରକା ଖେଳାଳି ଥିବା ସତ୍ତ୍ୱେ ଟିମ୍‌ ଟେବୁଲରେ ତଳେ ରହିଥିଲେ। ଅବଶ୍ୟ, ମାର୍କ୍ରାମ ୨୦୨୩ ଏବଂ ୨୦୨୪ ରେ ସନ୍‌ରାଇଜର୍ସ ହାଇଦ୍ରାବାଦର ଦକ୍ଷିଣ ଆଫ୍ରିକା ଫ୍ରାଞ୍ଚାଇଜ, ସନରାଇଜର୍ସ ଇଷ୍ଟର୍ନ କେପକୁ ଏସ୍‌ଏ୨୦ ରେ ଚାମ୍ପିୟନି କରାଇ ତାଙ୍କର ଅଧିନାୟକ ପ୍ରମାଣ କରିଥିଲେ।

ଆଇପିଏଲ ୨୦୨୪ ନିଲାମରେ ସନରାଇଜର୍ସ ପ୍ୟାଟ୍‌ କମିନ୍ସ (୨୦.୫୦ କୋଟି), ଟ୍ରାଭିସ ହେଡ (୬.୮୦ କୋଟି) ଏବଂ ୱାନିନ୍ଦୁ ହସରଙ୍ଗା (୧.୫ କୋଟି) ଭଳି ଖେଳାଳିଙ୍କ ପଛରେ ଏତେ ଟଙ୍କା ବ୍ୟୟ କରି ସେମାନଙ୍କୁ ଦଳରେ ସାମିଲ କରିଛି। ଯିହା ଦ୍ୱାଦଳ ଆହୁରି ମୁଦୃଢ ହୋଇଛି।

The post ସନରାଇଜର୍ସ ମଙ୍ଗ ଧରିବେ ପ୍ୟାଟ୍‌ କମିନ୍ସ appeared first on Dharitri Odia News.