ଏହି ଦେଶରେ ଚା’ର ଚାହିଦା ସବୁଠୁ ଅଧିକ , ୨୦୦ ବର୍ଷ ହେବ ଆସାମରୁ ହେଉଛି ଆମଦାନୀ
ନୂଆଦିଲ୍ଲୀ ୧୧।୦୯: ଚା’ର ଚାହିଦା କେଉଁଠି ଅଧିକ ? ଭାରତ ନୁହେଁ ବିଦେଶରେ ପିଅନ୍ତି ବେଶୀ । ୫ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଚା’। ମୁଣ୍ଡ ବିନ୍ଧାଠୁ ଆରମ୍ଭ କରି ମାଇଣ୍ଡ୍ ଫ୍ରେସ୍ ଯାଏ , ଚା’ କପେର ଚାହିଦା ବହୁତ । ପାଟିରେ ଟୋପେ ଚା’ ଲାଗିଲେ ଦିନ ତମାମର ଥକା ଦୂର ହୋଇଥାଏ । କେହି କେହି ବେଡ୍ ଟି’ ରୁ ଆରମ୍ଭ କରି ଲଞ୍ଚ୍ ଏବଂ ଡିନରରେ ବି ଚା’କୁ ମେନ୍ କୋର୍ସରେ ରଖିଥାନ୍ତି । ଭାରତରେ କ’ଣ ଏପରି ଚା’ ପ୍ରେମୀ ରହିଛନ୍ତି ? ଭାରତ ଅପେକ୍ଷା ବିଦେଶରେ ଚା’ର ଚାହିଦା ଅଧିକ । ତେଣୁ ବିଭିନ୍ନ ପ୍ରକାରର ଚା’ ମଧ୍ୟ ମିଳିଥାଏ । ମିଲ୍କ ଟି’, ବ୍ଲାକ୍ ଟି’, ଲେମନ୍ ଟି, ଗ୍ରୀନ୍ ଟି ଆହୁରି କେତେ କ’ଣ । ନା ନା ପସନ୍ଦ ଅନୁଯାୟୀ ସେବନ କରିଥାନ୍ତି ଲୋକେ । କେଉଁ ଦେଶରେ ଚା’ ପ୍ରେମୀ ଅଧିକ ? ଚା’ ପିଇବାର କ’ଣ ପରମ୍ପରା ଅଛି ? ଚୀନ କି ବ୍ରିଟେନ ନୁହେଁ ଜର୍ମାନୀରେ ଚା’ର ଚାହିଦା ଅଧିକ ରହିଛି । କମ୍ ଜନବହୁଳ ପୂର୍ଣ୍ଣ ସ୍ଥାନ ଇଷ୍ଟ ଫ୍ରିସିଆର ଲୋକେ ଅଧିକ ଚା’ ପିଅନ୍ତି । ଏଠିକାର ଚା’ ବିଶ୍ବର ଅନ୍ୟ ପ୍ରାନ୍ତ ଅପେକ୍ଷା ସ୍ବତନ୍ତ୍ର ଏବଂ ଭିନ୍ନ ସ୍ଵାଦ । ସ୍ବଗନ୍ଧିତ ଚା’ ପିଇବାକୁ ପସନ୍ଦ କରିଥାନ୍ତି ଲୋକେ । ଥରକେ ତିନି କପ୍ ପିଅନ୍ତି । ଏହି ସ୍ଥାନରେ ଭାରତୀୟ ମୁଦ୍ରା ୫ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ । ଏକ ରିସର୍ଚ୍ଚ ଜଣାପଡ଼ିଛି ଇଷ୍ଟ ଫ୍ରିସିଆର ଲୋକେ ବର୍ଷକୁ ୩୦୦ ଲିଟର ଚା’ ପିଇଥା’ନ୍ତି । ସ
ନୂଆଦିଲ୍ଲୀ ୧୧।୦୯: ଚା’ର ଚାହିଦା କେଉଁଠି ଅଧିକ ? ଭାରତ ନୁହେଁ ବିଦେଶରେ ପିଅନ୍ତି ବେଶୀ । ୫ରୁ ୫୦୦୦ ଟଙ୍କା ପର୍ଯ୍ୟନ୍ତ ରହିଛି ଚା’। ମୁଣ୍ଡ ବିନ୍ଧାଠୁ ଆରମ୍ଭ କରି ମାଇଣ୍ଡ୍ ଫ୍ରେସ୍ ଯାଏ , ଚା’ କପେର ଚାହିଦା ବହୁତ । ପାଟିରେ ଟୋପେ ଚା’ ଲାଗିଲେ ଦିନ ତମାମର ଥକା ଦୂର ହୋଇଥାଏ । କେହି କେହି ବେଡ୍ ଟି’ ରୁ ଆରମ୍ଭ କରି ଲଞ୍ଚ୍ ଏବଂ ଡିନରରେ ବି ଚା’କୁ ମେନ୍ କୋର୍ସରେ ରଖିଥାନ୍ତି । ଭାରତରେ କ’ଣ ଏପରି ଚା’ ପ୍ରେମୀ ରହିଛନ୍ତି ? ଭାରତ ଅପେକ୍ଷା ବିଦେଶରେ ଚା’ର ଚାହିଦା ଅଧିକ । ତେଣୁ ବିଭିନ୍ନ ପ୍ରକାରର ଚା’ ମଧ୍ୟ ମିଳିଥାଏ । ମିଲ୍କ ଟି’, ବ୍ଲାକ୍ ଟି’, ଲେମନ୍ ଟି, ଗ୍ରୀନ୍ ଟି ଆହୁରି କେତେ କ’ଣ । ନା ନା ପସନ୍ଦ ଅନୁଯାୟୀ ସେବନ କରିଥାନ୍ତି ଲୋକେ ।

କେଉଁ ଦେଶରେ ଚା’ ପ୍ରେମୀ ଅଧିକ ? ଚା’ ପିଇବାର କ’ଣ ପରମ୍ପରା ଅଛି ? ଚୀନ କି ବ୍ରିଟେନ ନୁହେଁ ଜର୍ମାନୀରେ ଚା’ର ଚାହିଦା ଅଧିକ ରହିଛି । କମ୍ ଜନବହୁଳ ପୂର୍ଣ୍ଣ ସ୍ଥାନ ଇଷ୍ଟ ଫ୍ରିସିଆର ଲୋକେ ଅଧିକ ଚା’ ପିଅନ୍ତି । ଏଠିକାର ଚା’ ବିଶ୍ବର ଅନ୍ୟ ପ୍ରାନ୍ତ ଅପେକ୍ଷା ସ୍ବତନ୍ତ୍ର ଏବଂ ଭିନ୍ନ ସ୍ଵାଦ । ସ୍ବଗନ୍ଧିତ ଚା’ ପିଇବାକୁ ପସନ୍ଦ କରିଥାନ୍ତି ଲୋକେ । ଥରକେ ତିନି କପ୍ ପିଅନ୍ତି । ଏହି ସ୍ଥାନରେ ଭାରତୀୟ ମୁଦ୍ରା ୫ ଟଙ୍କାରୁ ୫ ହଜାର ଟଙ୍କା ପର୍ଯ୍ୟନ୍ତ ଚା’ ମିଳିଥାଏ ।

ଏକ ରିସର୍ଚ୍ଚ ଜଣାପଡ଼ିଛି ଇଷ୍ଟ ଫ୍ରିସିଆର ଲୋକେ ବର୍ଷକୁ ୩୦୦ ଲିଟର ଚା’ ପିଇଥା’ନ୍ତି । ସକାଳ ଜଳଖିଆ ଚା’ ରୁ ଆରମ୍ଭ ହୋଇଥାଏ । ଶୋଇବା ପୂର୍ବରୁ ଏବଂ ଡିନରରେ ବି ଚା’ ପିଇଥାନ୍ତି ଲୋକେ । ଏଠିକାର ଚା’ ବିଶେଷ କରି ଭାରତର ଆସାମରୁ ଆମଦାନୀ ହୋଇଥାଏ । ତେଣୁ ଏହା ’କଳା ଚା’ର ମିଶ୍ରଣ । ଇଷ୍ଟ ଫ୍ରିସିଆରେ ଏକ ଚା ମ୍ୟୁଜିୟମ ରହିଛି । ଯାହାକୁ ବିଟିଂ ଟି ମ୍ୟୁଜିୟମ କୁହାଯାଏ । ଏଠାକାର ଲୋକଙ୍କ ପାଇଁ ଭିନ୍ନ ଭିନ୍ନ ସ୍ବାଦର ଚା’ ତିଆରି ହୋଇଥାଏ ।

୨୦୧୬ରେ ଚା’କୁ ଜର୍ମାନୀ ଐତିହ୍ୟର ଅଂଶ ଭାବରେ ଲେଖା ଯାଇଥିଲା । ଡାଇନିଂ ହଲ ପରି ପ୍ରତି ଘରେ ଚା’ ପିଇବା ପାଇଁ ସ୍ବତନ୍ତ୍ର ସ୍ଥାନ ରହିଛି । ଏହି ସ୍ଥାନରେ ଚା’ ପିଇ ସ୍ବତନ୍ତ୍ର ଅନୁଭୂତି ନେଇଥାନ୍ତି ସମସ୍ତେ । ୧୭ ଶତାବ୍ଦୀରେ ଡଚ୍ ବ୍ୟବସାୟୀମାନେ ଦକ୍ଷିଣ ଏସିଆରୁ ବହୁ ପରିମାଣରେ ଚା’ ନେଇ ପରମ୍ପରା ଆରମ୍ଭ କରିଥିଲେ । ସେବେ ଠାରୁ ଜର୍ମାନୀ ଚା’ ଏକ ସ୍ବତନ୍ତ୍ର ପ୍ରତୀକ ପାଲଟିଛି ।