ସୂର୍ଯ୍ୟକୁମାର ଓ ବଟଲର୍‌ଙ୍କୁ ପଛରେ ପକାଇଲେ ପୁରନ୍‌, ସବୁଠୁ ଅଧିକ ଛକା ମାରିବାରେ ହେଲେ ୩ ନମ୍ବର

ମୁମ୍ୱାଇ:  ଓ୍ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଦଶ ବ୍ୟାଟର୍‌ ନିକୋଲାସ ପୁରନ୍‌ଙ୍କ ନୂଆ ରେକର୍ଡ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧୂଆଁଦାର ବ୍ୟାଟିଂ କରି ଏକପାଖିଆ ଭାବେ ମ୍ୟାଚ୍‌କୁ ଜିତାଇ ଦେଇଥିବା ପୁରନଙ୍କ ଆଉ ଏକ ରେକର୍ଡ।  ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ଓ୍ୱେଷ୍ଟଇଣ୍ଡିଜ ସହଜରେ ହାସଲ କରିନେଇଥିଲା। ଏହି ବିଜୟର ହିରୋ ଥିଲେ ନିକୋଲାସ ପୁରନ୍। ଦଳକୁ ଜିତିବା ପାଇଁ ୧୨ ଓଭରରେ ୮୩ ରନ୍ ସ୍କୋର କରିବା ଦରକାର ଥିଲା, ସେତେବେଳେ ବ୍ୟାଟିଂର ଜଲ୍ଓ୍ୱା ଦେଖାଇଥିଲେ ୱିକେଟ୍ କିପର ବ୍ୟାଟର୍‌ ନିକୋଲାସ୍ ପୁରନ୍। ଏହି ମ୍ୟାଚରେ ପୁରନ ୨୫୦ ଷ୍ଟ୍ରାଇକ୍ ରେଟ୍‌ରେ ୨୬ ବଲରେ ୬୫ ରନ୍‌ର ପାଳି ଖେଳିଥିଲେ। ଯେଉଁଥିରେ ରହିଛି ୭ ଛକା ଓ ୨ ଚଉକା।ସର୍ବାଧିକ ଛକା ମାରିବାରେ ସେ ସୂର୍ଯ୍ୟକୁମାର ଯାଦବ ଓ ଜୋସ ବଟଲରଙ୍କୁ ପଛରେ ପକାଇ ଦେଇଛନ୍ତି। ମ୍ୟାଚ୍ ପୂର୍ବରୁ ନିକୋଲାସ୍ ପୁରାନ୍ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଛକା ମାରିବାରେ ସାତ ନମ୍ବରରେ ରହିଥିଲେ। ତେବେ ଏହି ଇନିଂସ ପରେ ସେ ଗ୍ଲେନ୍ ମ୍ୟାକ୍ସୱେଲ, ସୂର୍ଯ୍ୟକୁମାର ଯାଦବ ଏବଂ ଜୋସ୍ ବଟଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ ପଛରେ ପକାଇ ଦେଇଥିଲେ। କେବଳ ମାର୍ଟିନ ଗୁପଟିଲ (173) ଏବଂ ରୋହିତ ଶର୍ମ

ସୂର୍ଯ୍ୟକୁମାର ଓ ବଟଲର୍‌ଙ୍କୁ ପଛରେ ପକାଇଲେ ପୁରନ୍‌, ସବୁଠୁ ଅଧିକ ଛକା ମାରିବାରେ ହେଲେ ୩ ନମ୍ବର

ମୁମ୍ୱାଇ:  ଓ୍ୱେଷ୍ଟଇଣ୍ଡିଜ୍‌ର ଦୁର୍ଦ୍ଦଶ ବ୍ୟାଟର୍‌ ନିକୋଲାସ ପୁରନ୍‌ଙ୍କ ନୂଆ ରେକର୍ଡ। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଧୂଆଁଦାର ବ୍ୟାଟିଂ କରି ଏକପାଖିଆ ଭାବେ ମ୍ୟାଚ୍‌କୁ ଜିତାଇ ଦେଇଥିବା ପୁରନଙ୍କ ଆଉ ଏକ ରେକର୍ଡ।  ୩ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍‌ରେ ୱେଷ୍ଟଇଣ୍ଡିଜ୍ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ଭାବେ ପରାସ୍ତ କରିଛି । ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ୧୭୭ ରନ୍‌ର ଟାର୍ଗେଟ ଦେଇଥିଲା, ଯାହାକୁ ଓ୍ୱେଷ୍ଟଇଣ୍ଡିଜ ସହଜରେ ହାସଲ କରିନେଇଥିଲା। 

ଏହି ବିଜୟର ହିରୋ ଥିଲେ ନିକୋଲାସ ପୁରନ୍। ଦଳକୁ ଜିତିବା ପାଇଁ ୧୨ ଓଭରରେ ୮୩ ରନ୍ ସ୍କୋର କରିବା ଦରକାର ଥିଲା, ସେତେବେଳେ ବ୍ୟାଟିଂର ଜଲ୍ଓ୍ୱା ଦେଖାଇଥିଲେ ୱିକେଟ୍ କିପର ବ୍ୟାଟର୍‌ ନିକୋଲାସ୍ ପୁରନ୍। ଏହି ମ୍ୟାଚରେ ପୁରନ ୨୫୦ ଷ୍ଟ୍ରାଇକ୍ ରେଟ୍‌ରେ ୨୬ ବଲରେ ୬୫ ରନ୍‌ର ପାଳି ଖେଳିଥିଲେ। ଯେଉଁଥିରେ ରହିଛି ୭ ଛକା ଓ ୨ ଚଉକା।

ସର୍ବାଧିକ ଛକା ମାରିବାରେ ସେ ସୂର୍ଯ୍ୟକୁମାର ଯାଦବ ଓ ଜୋସ ବଟଲରଙ୍କୁ ପଛରେ ପକାଇ ଦେଇଛନ୍ତି। ମ୍ୟାଚ୍ ପୂର୍ବରୁ ନିକୋଲାସ୍ ପୁରାନ୍ ଟି-୨୦ ଇଣ୍ଟରନ୍ୟାସନାଲରେ ସର୍ବାଧିକ ଛକା ମାରିବାରେ ସାତ ନମ୍ବରରେ ରହିଥିଲେ। ତେବେ ଏହି ଇନିଂସ ପରେ ସେ ଗ୍ଲେନ୍ ମ୍ୟାକ୍ସୱେଲ, ସୂର୍ଯ୍ୟକୁମାର ଯାଦବ ଏବଂ ଜୋସ୍ ବଟଲରଙ୍କ ପରି ବିସ୍ଫୋରକ ବ୍ୟାଟରଙ୍କୁ ପଛରେ ପକାଇ ଦେଇଥିଲେ। କେବଳ ମାର୍ଟିନ ଗୁପଟିଲ (173) ଏବଂ ରୋହିତ ଶର୍ମା (205) ନିକୋଲାସ ପୁରନଙ୍କଠାରୁ ଆଗରେ ଅଛନ୍ତି।