ଆଇପିଏଲ୍‌ ଇତିହାସରେ ରେକର୍ଡ କଲେ ସାଇସୁଦର୍ଶନ: ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୧୪ ବର୍ଷ ତଳର ରେକର୍ଡ

ଅହମଦାବାଦ: ଶୁକ୍ରବାର ଅହମଦାବାଦରେ ଖେଳାଯାଇଥିବା ଆଇପିଏଲ୍‌ର ୫୯ ତମ୍ ମ୍ୟାଚ୍‌ରେ ଚେନ୍ନାଇ ବିପକ୍ଷରେ ଆଜି ଗୁଜରାଟ ଟାଇଟନ୍ସର ସୁପର ଶୋ ଦେଖିବାକୁ ମିଳିଛି। ଦଳର ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଜବରଦସ୍ତ ବ୍ୟାଟିଂ କରି ଉଭୟ ଶତକ ହାସଲ କରିଛନ୍ତି। ସାଇ ସୁଦର୍ଶନ ମାତ୍ର ୫୧ ବଲ୍‌ର ୧୦୩ ରନ୍ କରିଥିଲେ। ଏହି ଶତକ ହାସଲ କରିବା ସହ ସାଇସୁଦର୍ଶନ କ୍ରିକେଟ୍ ଗଡ ସଚିନ୍‌ ତେନ୍ଦୁଲକରଙ୍କ ୧୪ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି।ଆଇପିଏଲ୍‌ ଇତିହାସରେ ସବୁଠାରୁ ଦ୍ରୁତ ଗତିରେ ୧୦୦୦ ରନ୍ ପୂରା କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସୁଦର୍ଶନ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ନମ୍ବର ୱାନ୍ ହୋଇଛନ୍ତି। ଆଇପିଏଲ୍ ୨୦୨୪ରେ ସୁଦର୍ଶନଙ୍କ ବ୍ୟାଟ୍‌ରୁ ଜବରଦସ୍ତ ରନ୍ ବର୍ଷା ହେଉଛି। ସେ ୫୦୦ରୁ ଅଧିକ ରନ୍ କରିସାରିଛନ୍ତି। ଚଳିତ ଆଇପିଏଲ୍‌ରେ ସୁଦର୍ଶନ ମାତ୍ର ୧୨ ମ୍ୟାଚ୍‌ରେ ୫୨୦ ରନ୍ କରିସାରିଛନ୍ତି। ଏଥିସହିତ ସେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି।ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ ଇତିହାସରେ ଭାରତୀୟ ବ୍ୟାଟର ଭାବେ ସଚିନତେନ୍ଦୁଲକର ସବୁଠାରୁ ଦ୍ରୁତ ଗତିରେ ୧୦୦୦ ରନ୍ ପୂରା କରିଥିଲେ। ଚେନ୍ଦୁଲକର ୩୧ ଇନିଂସ ଖେଳି ୨୦୧୦ରେ ଏକ ହଜାର ରନ୍ ପୂରା କରିଥିଲେ। ଯେଉଁଥିରେ ୩୪.୮ ହାରରେ ରନ୍ ସଂଗ୍ରହ କରିଥିଲେ। ହେଲେ ଗୁଜରାଟ ଟାଇଟନ୍ସ ବ୍ୟାଟର ସାଇ ସୁଦର୍ଶନ ୨୫ ଇନିଂସରେ ଏକ ହାଜର ରନ୍ ପୂରା କରିଛନ୍ତି। ତେଣୁ ଆଇପିଏଲ୍‌ର ସ

ଆଇପିଏଲ୍‌ ଇତିହାସରେ ରେକର୍ଡ କଲେ ସାଇସୁଦର୍ଶନ: ଭାଙ୍ଗିଲେ ସଚିନ ତେନ୍ଦୁଲକରଙ୍କ ୧୪ ବର୍ଷ ତଳର ରେକର୍ଡ

ଅହମଦାବାଦ: ଶୁକ୍ରବାର ଅହମଦାବାଦରେ ଖେଳାଯାଇଥିବା ଆଇପିଏଲ୍‌ର ୫୯ ତମ୍ ମ୍ୟାଚ୍‌ରେ ଚେନ୍ନାଇ ବିପକ୍ଷରେ ଆଜି ଗୁଜରାଟ ଟାଇଟନ୍ସର ସୁପର ଶୋ ଦେଖିବାକୁ ମିଳିଛି। ଦଳର ଦୁଇ ଓପନର ସାଇ ସୁଦର୍ଶନ ଓ ଶୁଭମନ ଗିଲ୍ ଜବରଦସ୍ତ ବ୍ୟାଟିଂ କରି ଉଭୟ ଶତକ ହାସଲ କରିଛନ୍ତି। ସାଇ ସୁଦର୍ଶନ ମାତ୍ର ୫୧ ବଲ୍‌ର ୧୦୩ ରନ୍ କରିଥିଲେ। ଏହି ଶତକ ହାସଲ କରିବା ସହ ସାଇସୁଦର୍ଶନ କ୍ରିକେଟ୍ ଗଡ ସଚିନ୍‌ ତେନ୍ଦୁଲକରଙ୍କ ୧୪ ବର୍ଷ ତଳର ପୁରୁଣା ରେକର୍ଡ ଭାଙ୍ଗି ଦେଇଛନ୍ତି।

ଆଇପିଏଲ୍‌ ଇତିହାସରେ ସବୁଠାରୁ ଦ୍ରୁତ ଗତିରେ ୧୦୦୦ ରନ୍ ପୂରା କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସୁଦର୍ଶନ ସଚିନ୍ ତେନ୍ଦୁଲକରଙ୍କୁ ପଛରେ ପକାଇ ନମ୍ବର ୱାନ୍ ହୋଇଛନ୍ତି। ଆଇପିଏଲ୍ ୨୦୨୪ରେ ସୁଦର୍ଶନଙ୍କ ବ୍ୟାଟ୍‌ରୁ ଜବରଦସ୍ତ ରନ୍ ବର୍ଷା ହେଉଛି। ସେ ୫୦୦ରୁ ଅଧିକ ରନ୍ କରିସାରିଛନ୍ତି। ଚଳିତ ଆଇପିଏଲ୍‌ରେ ସୁଦର୍ଶନ ମାତ୍ର ୧୨ ମ୍ୟାଚ୍‌ରେ ୫୨୦ ରନ୍ କରିସାରିଛନ୍ତି। ଏଥିସହିତ ସେ ସଚିନଙ୍କ ରେକର୍ଡ ଭାଙ୍ଗିଛନ୍ତି।

ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ ଇତିହାସରେ ଭାରତୀୟ ବ୍ୟାଟର ଭାବେ ସଚିନତେନ୍ଦୁଲକର ସବୁଠାରୁ ଦ୍ରୁତ ଗତିରେ ୧୦୦୦ ରନ୍ ପୂରା କରିଥିଲେ। ଚେନ୍ଦୁଲକର ୩୧ ଇନିଂସ ଖେଳି ୨୦୧୦ରେ ଏକ ହଜାର ରନ୍ ପୂରା କରିଥିଲେ। ଯେଉଁଥିରେ ୩୪.୮ ହାରରେ ରନ୍ ସଂଗ୍ରହ କରିଥିଲେ। ହେଲେ ଗୁଜରାଟ ଟାଇଟନ୍ସ ବ୍ୟାଟର ସାଇ ସୁଦର୍ଶନ ୨୫ ଇନିଂସରେ ଏକ ହାଜର ରନ୍ ପୂରା କରିଛନ୍ତି। ତେଣୁ ଆଇପିଏଲ୍‌ର ସବୁଠାରୁ ଦ୍ରୁତ ଗତିରେ ଏକ ହଜାର ରନ୍ ପୂରା କରିଥିବା ଭାରତୀୟ ବ୍ୟାଟରଙ୍କ ମଧ୍ୟରେ ସୁଦର୍ଶନ ଏକ ନମ୍ବର ହୋଇଯାଇଛନ୍ତି। ସୁଦର୍ଶନଙ୍କ ପୂର୍ବରୁ ରୁତୁରାଜ ଗାୟକ୍ୱାଡ଼ ୩୧ ଇନିଂସ୍ ଖେଳି ଏକ ହଜାର ରନ୍ ପୂରା କରିଥିଲେ। 

ଆଇପିଏଲ୍‌ର ସବୁଠାରୁ ଦ୍ରୁତ ଗତିରେ ହଜାରେ ରନ୍ ପୂରା କରିଥିବା ଭାରତୀୟ ବ୍ୟାଟର ସାଇ ସୁଦର୍ଶନ ହେଲେ ସତ କିନ୍ତୁ ତାଙ୍କ ପୂର୍ବରୁ ଏମିତି ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ସୁଦର୍ଶନଙ୍କ ଠାରୁ ବି ଅଧିକ ଦ୍ରୁତ ଗତିରେ ଏକ ହଜାର ରନ୍ ପୂରା କରିଛନ୍ତି। ସେମାନେ ୨୫ କିମ୍ବା ତା ଠାରୁ ବି କମ୍ ଇନିଂସରେ ଏହି ରେକର୍ଡ କରିଛନ୍ତି। ଆଜି ପର୍ଯ୍ୟନ୍ତ ଆଇପିଏଲ୍‌ରେ ସବୁଠାରୁ ଦ୍ରୁତ ଗତିରେ ଏକ ହାଜର ରନ୍ ପୂରା କରିବା ରେକର୍ଡ ଅଷ୍ଟ୍ରେଲିଆ ଖେଳାଳି ଶନ୍ ମାର୍ସଙ୍କ ନାଁରେ ରହିଛି। ମାର୍ସ କେବଳ ୨୧ ଇନିଂସରେ ହଜାରେ ରନ୍ ପୂରା କରିଥିଲେ। ତାଙ୍କ ପରେ ଲେଣ୍ଡଲ ସିମନ୍ସ ୨୩ ଇନିଂସରେ ହଜାର ରନ୍ ପୂରା କରିଥିବା ବେଳେ ତାଲିକାରେ ସାଇସୁଦର୍ଶନ ଓ ମାଥ୍ୟୁ ହେଡନ୍‌ ଦୁହେଁ ମିଶି ୨୫ ଇନିଂସ୍‌ରେ ଏକ ହାଜର ରନ୍ ପୂରା କରି ଚତୁର୍ଥ ସ୍ଥାନରେ ରହିଛନ୍ତି।