ବାଗେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା; ଘାଟି ତଳକୁ ଖସିଲା କାର୍, ୪ମୃତ

ନୈନିତାଲ: ଉତ୍ତରାଖଣ୍ଡ ବାଗେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା । ଘାଟି ତଳକୁ ଖସିଲା ପର୍ଯ୍ୟଟକଙ୍କ କାର୍ । ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାକାରୀ ଦଳ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ସମସ୍ତ ମୃତ ଯୁବକ ଗୋଟିଏ ଗାଁର ବୋଲି କୁହାଯାଇଛି ।ନୈନିତାଲ ପୋଲିସର ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ରବିବାର ଭୋରୁ ଘଟିଛି । ଚିଡଙ୍ଗା ନିକଟରେ ଏକ ପର୍ଯ୍ୟଟକଙ୍କ କାର୍ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା । ୪ଜଣ ଯୁବକ ଏହି କାର୍‌ରେ ବାଡ୍ୟୁଡା ସନେତି (ରିମା)ରୁ ବାଗେଶ୍ବର ଆସୁଥିଲେ । ଭୋର ୫ଟା ବେଳେ ଚିଡଙ୍ଗା ନିକଟରେ କାର୍‌ଟି ନିୟନ୍ତ୍ରଣ ହରାଇଥିଲା । ପରେ ଘାଟି ତଳକୁ ଖସିପଡ଼ିଥିଲା । ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଛି ପୋଲିସ । ଅଗ୍ନିଶମ ବାହିନୀ ଓ ରାଜସ୍ବ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଉଦ୍ଧାର କରି ସେଥିରୁ ମୃତଦେହକୁ ଜବତ କରିଛନ୍ତି । ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହଁ ।  

ବାଗେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା; ଘାଟି ତଳକୁ ଖସିଲା କାର୍, ୪ମୃତ

ନୈନିତାଲ: ଉତ୍ତରାଖଣ୍ଡ ବାଗେଶ୍ବରରେ ମର୍ମନ୍ତୁଦ ଦୁର୍ଘଟଣା । ଘାଟି ତଳକୁ ଖସିଲା ପର୍ଯ୍ୟଟକଙ୍କ କାର୍ । ଏହି ଭୟଙ୍କର ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ଘଟଣାସ୍ଥଳରେ ଉଦ୍ଧାକାରୀ ଦଳ ପହଞ୍ଚି ରେସକ୍ୟୁ ଅପରେସନ ଜାରି ରଖିଛନ୍ତି । ସମସ୍ତ ମୃତ ଯୁବକ ଗୋଟିଏ ଗାଁର ବୋଲି କୁହାଯାଇଛି ।

ନୈନିତାଲ ପୋଲିସର ସୂଚନା ମୁତାବକ, ଏହି ଭୟଙ୍କର ଦୁର୍ଘଟଣା ରବିବାର ଭୋରୁ ଘଟିଛି । ଚିଡଙ୍ଗା ନିକଟରେ ଏକ ପର୍ଯ୍ୟଟକଙ୍କ କାର୍ ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିଥିଲା । ୪ଜଣ ଯୁବକ ଏହି କାର୍‌ରେ ବାଡ୍ୟୁଡା ସନେତି (ରିମା)ରୁ ବାଗେଶ୍ବର ଆସୁଥିଲେ । ଭୋର ୫ଟା ବେଳେ ଚିଡଙ୍ଗା ନିକଟରେ କାର୍‌ଟି ନିୟନ୍ତ୍ରଣ ହରାଇଥିଲା । ପରେ ଘାଟି ତଳକୁ ଖସିପଡ଼ିଥିଲା । ତେବେ କେଉଁ କାରଣରୁ ଏଭଳି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଛି ପୋଲିସ । ଅଗ୍ନିଶମ ବାହିନୀ ଓ ରାଜସ୍ବ ବିଭାଗ ଘଟଣାସ୍ଥଳରେ ପହଞ୍ଚି କାର୍‌କୁ ଉଦ୍ଧାର କରି ସେଥିରୁ ମୃତଦେହକୁ ଜବତ କରିଛନ୍ତି । ତେବେ ମୃତକଙ୍କ ପରିଚୟ ଏଯାଏଁ ମିଳିପାରିନାହଁ ।