ବାଘ ଖାଇଲା ବାଛୁରୀ ! ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ
ଉଦଳା: ଗାଁ ରେ ମାତିଛି ବାଘ । ଗୁହାଳରୁ ନେଇ ଖାଇଗଲା ବାଛୁରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରୁ। ଗ୍ରାମର ଶଙ୍କର ମାରାଣ୍ଡି ଗତକାଲି ରାତିରେ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। ଵିଲ ନିକଟରେ ଥିବା ଗୁହାଳରେ ବାଛୁରୀ ବାନ୍ଧି ଘରେ ରହିଥିଲେ । ଆଜି ସକାଳୁ ସେ ଗୁହାଳରେ ପହଂଚିବା ପରେ ବାଛୁରୀ ନ ଥିବା ଦେଖିବାକୁ ପାଇଥିଲେ । ଶେଷରେ ଅନେକ ଖୋଜା ଖୋଜି କରିବା […] The post ବାଘ ଖାଇଲା ବାଛୁରୀ ! ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ appeared first on KNews Odisha.

ଉଦଳା: ଗାଁ ରେ ମାତିଛି ବାଘ । ଗୁହାଳରୁ ନେଇ ଖାଇଗଲା ବାଛୁରୀ । ଏଭଳି ଘଟଣା ସାମ୍ନାକୁ ଆସିଛି ଉଦଳା ବନାଞ୍ଚଳ ଅଧୀନ ଚଡଦା ଗ୍ରାମରୁ। ଗ୍ରାମର ଶଙ୍କର ମାରାଣ୍ଡି ଗତକାଲି ରାତିରେ ଗୁହାଳରେ ବାଛୁରୀ ବାନ୍ଧି ଥିଲେ। ଵିଲ ନିକଟରେ ଥିବା ଗୁହାଳରେ ବାଛୁରୀ ବାନ୍ଧି ଘରେ ରହିଥିଲେ ।
ଆଜି ସକାଳୁ ସେ ଗୁହାଳରେ ପହଂଚିବା ପରେ ବାଛୁରୀ ନ ଥିବା ଦେଖିବାକୁ ପାଇଥିଲେ । ଶେଷରେ ଅନେକ ଖୋଜା ଖୋଜି କରିବା ପରେ ଗୁହାଳ ଠାରୁ କିଛି ଦୂରରେ ବାଛୁରୀଟି ମୃତ ଅବସ୍ଥାରେ ପଡ଼ିଥିବା ଦେଖିଥିଲେ । ଯାହାକି କେହି ବନ୍ୟ ଜନ୍ତୁ ବାଛୁରୀକୁ ଖାଇଥିବା ଅନୁମାନ କରିଥିବା ବେଳେ ୩ ଗୋଟି ଵିଲରେ ବାଘ ପାଦ ଚିହ୍ନ ପଡ଼ିଥିବା ଦେଖିବାକୁ ପାଇଥିଲେ ।
ଏହା ସହିତ ଵିଲ ଗୁଡିକରେ ରକ୍ତ ପଡ଼ିଥିବା ଦେଖିବା ପରେ ଗ୍ରାମକୁ ବାଘ ଆସିଥିବା ଜାଣିବାକୁ ପାଇଥିଲେ । ବାଘ ଆତଙ୍କରେ ଏବେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ । ବାଘ ଏବେ ଗ୍ରାମ ନିକଟରେ ଥିବା ଗ୍ରାମବାସୀ ସନ୍ଦେହ କରୁଥିବା ବେଳେ ବନ ବିଭାଗ କୁ ଏ ନେଇ ସୂଚନା ପ୍ରଦାନ କରିଥିବା ବେଳେ ବନ ବିଭାଗ ଆସି ବାଘ ବାଛୁରୀ ଖାଇଥିବା କହିଛନ୍ତି ।
The post ବାଘ ଖାଇଲା ବାଛୁରୀ ! ଆତଙ୍କିତ ଅବସ୍ଥାରେ ରହିଛନ୍ତି ଗ୍ରାମବାସୀ appeared first on KNews Odisha.