ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା; ଗିରଫ ହେଲେ ୨ ଅଭିଯୁକ୍ତ...
ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ଟଙ୍କା ନେଣଦେଣକୁ ନେଇ ନବଘନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା।
ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା । ଟଙ୍କା ନେଣଦେଣକୁ ନେଇ ନବଘନଙ୍କୁ ହତ୍ୟା କରାଯାଇଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ସଞ୍ଜୀବ ପଣ୍ଡା। ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ବଣ୍ଟି ସମେତ ୨ ଜଣଙ୍କୁ ଗିରଫ କରିଛି ପୋଲିସ।
ମୁଖ୍ୟ ଅଭିଯୁକ୍ତ ବଣ୍ଟି ସହିତ ଡ୍ରାଇଭର ବିଜୟ ନାୟକକୁ ଗିରଫ କରାଯାଇଛି। ଟଙ୍କା କାରବାରକୁ ନେଇ ନବଘନକୁ ହତ୍ୟା କରିଥିଲା ବଣ୍ଟି। ହୋଟେଲ୍ ରୁମ୍ରେ ଛୁରି ଭୁସି ହତ୍ୟା ପରେ ନିଆଳି ଗୋବିନ୍ଦପୁରରେ ଫିଙ୍ଗିଥିଲେ। ନବଘନଙ୍କ ମୃତଦେହ ଯେଉଁ ଇନୋଭା କାରରେ ନିଆଯାଇଥିଲା, ତାକୁ ମଧ୍ୟ ଜବତ କରାଯାଇଛି।
ଅଧିକ ପଢନ୍ତୁ : IRS ଜ୍ୱାଇଁକୁ କୋର୍ଟରେ ଗୁଳି କରି ହତ୍ୟା କଲା ଶ୍ୱଶୁର
ଗତ ୧୯ ତାରିଖରେ ନବଘନ ପାଟ୍ଟଶାଣି ବରମୁଣ୍ଡାରୁ ନିଜ ଫର୍ଚୁନର ଗାଡି ଧରି ବାହାରି ଆଉ ଘରକୁ ଫେରିନଥିଲେ । ପରିବାର ଲୋକେ ପ୍ରଥମେ ଖଣ୍ଡଗିରି ଥାନା ଓ ପରେ ଭରତପୁର ଥାନା ଯାଇ ମିସିଂ FIR ଦେଇଥିଲେ । ଦିନକ ପରେ ତାଙ୍କ ଗାଡି ଆଉ ଜଣେ ଚଲାଉଥିବା ସ୍ଥାନୀୟ ଲୋକେ ଜାଣିବା ପରେ ସୌଭାଗ୍ୟ ନଗର ଅଞ୍ଚଳରୁ ଗାଡିକୁ ଧରି ଭରତପୁର ପୋଲିସ ଜିମା ଦେଇଥିଲେ ।
ସେତବେଳେ ଗାଡି ବନ୍ଧକ ରଖି ନବଘନ କିଛି ଟଙ୍କା ଧାର ନେଇଥିବା ପୋଲିସ ଜାଣିବାକୁ ପାଇଥିଲା । ଗତ ୨୦ ତାରିଖରେ ତାଙ୍କର ମୃତଦେହ ନିଆଳି ଗୋବିନ୍ଦପୁର ଥାନା ଅଧୀନ କନ୍ଦଳ ଉରାଡ଼ ଠାରୁ ମିଳିଥିଲା ।
ନବଘନ ପାଟ୍ଟଶାଣି ଓରଫ ବାଙ୍କା ହତ୍ୟାକାଣ୍ଡ ଉପରୁ ହଟିଲା ପର୍ଦ୍ଦା...#Ghatikia #Bhubaneswar #Crime pic.twitter.com/7EZy7GE0QQ — ଓଟିଭି (@otvkhabar) August 6, 2024